Kakali Mohapatra

Others

2.6  

Kakali Mohapatra

Others

ସକାଳୁ ଆରମ୍ଭ ଚା'

ସକାଳୁ ଆରମ୍ଭ ଚା'

2 mins
90



ସକାଳ ୬ ଟା ରୁ ରାତି ୧୦ ଟା ଯାଏଁ ଆମ ବାବା ଙ୍କ ର ଚା' ଦରକାର। କେବଳ ଚା" ପିଇବା ପାଇଁ ଅସୁବିଧା ହେବ ବୋଲି ମୋ ବୋଉ କେବେ ତା ବାପ ଘର ତ ଛାଡ କେଉଁଠି କୁ ଛାଡନ୍ତିନି ରହିବା ପାଇଁ। ସକାଳ ୬ ଟାରେ ଉଠିବା ମାତ୍ରେ ହିଁ ମାଆ ଚା" କରିସାରିଲେୁଣି।ସକାଳୁ ଉଠିଛ ଆଗ ଯାଇ ମୁଁହ ଧୋଇ ନିଜ କାମ ଛିଡାଅ। ନା! ପ୍ରଥମେ ଚା" କରି ଥୋଇ ଦିଅ ମୁଁ ମୁହଁ ଧୋଇ ଦାନ୍ତ ଘସି କାମ ସାରି ଆସିବା ମାତ୍ରେ ହିଁ ଚା" ପିଇବି। ପ୍ରଥମେ ସକାଳୁ ଗୋଟେ କପ୍ ପିଆ ସରିଲା। ଠିକ୍ ପାଞ୍ଚ ମିନିଟ ପରେ....ମାଆ(ମୋ ବୋଉକୁ ସବୁବେଳେ ମାଆ ବୋଲି ସମ୍ବୋଧନ କରନ୍ତି) ଯାଆ ଆଉ ଗୋଟେ କପ୍ କରିଆଣେ। ତାର ଠିକ୍ ଦଶ ମିନିଟ୍ ପରେ ଯାଆ ଟିକେ ଚା" ଦେଇଦେ ତୁ ଯାହା କରୁଛୁ କର।ସମାନ ଅଧ ଘଣ୍ଟା ଭିତରେ ତିନି କପ୍। ଗାଧେଇବା ପାଇଁ ଯିବେ....ଦେ...ଦେ ଚା" ଟିକେ ଦେ।ଗାଧୋଇବା ପାଇଁ ଚା" ପିଇ ଯିବେ...ପୁଣି ଗାଧେଇକି ଆସିବା ମାତ୍ରେ ହିଁ ଦେ ଟିକେ ଚା" ଦେଇଦେ। ଠାକୁର ବସାଇବା ପାଇଁ ମଠା ପିନ୍ଧି ଦେବେ... ଦେ ଦେ ଆଉ ଟିକେ ହାପ୍ କପ୍ ଚା" ଦେଇଦେ। ଠାକୁର ବସିବା ସରିଲା....ଦେଲୁ ଦେଲୁ ଆଉ ଟିକେ ହାପ୍ ବାଡେଇ ଦେବା। ନିଜ କାମ ରେ ବାହାରିବେ...ଚା" ଟିକେ ଦେଲୁ। କାମ ସାରି ଡହ ଡହ ତାତିଲା ଖରାରେ ଆସିବେ;; ଚା" ଟିକେ ଦେଲୁ।ବୋଉ ଲେମ୍ବୁ ପାଣି କରି ରଖିଥିବ ଖରାରେ ଆସିଲେ ପିଇବେ ବୋଲି...ହେଲେ ବାବା କହିବେ ପିଲାଙ୍କୁ ଲେମ୍ବୁ ପାଣି ଦେଇଦେ।ମୋତେ ଚା" ଟିକେ ଦେ...। ବୋଉ ଯଦି କହିବ..କଣ ମ...ଗୋଟେ ସବୁବେଳେ ଚା" ପିଉଛ?? ଖାଲି ପ୍ରତି ମୂହୁର୍ତ୍ତରେ ଚା"!!! ବାବା କହିବେ..କାଲି ଠାରୁ ସଂପୂର୍ଣ୍ଣ ଚା" ବନ୍ଦ। ଶାଗୁ କରିକି ରଖିଦବୁ ମୁଁ ଶାଗୁ ପିଇବି।(ଏହି କାଲି ଠୁ ଚା" ବନ୍ଦ ଶାଗୁ ପିଇବା କଥା ମୁଁ ଜନ୍ମ ରୁ ଶୁଣି ଶୁଣି ଆସୁଛି) ବୋଉ କୁ ଟିକେ ପାଲେଇବା ପାଇଁ...ଦେଖେଇକି ମୋତେ ପଚାରିବେ;; ଝିଅ ଚା" ପିଇବୁ କି?? ହଉ ରହ ବୋଉ କରିକି ଦବ। ବୋଉ କହିବ;; ଚା" ତ ପିଇବ ବୋଲି କହିବ...ଏତେ ବୁଲେଇ ବଙ୍କେଇ ମାଗିବା କଣ ଦରକାର। ବୋଉ ଚା" କରିକି ଦେଇଥିବ...ତାକୁ ପିଇସାରିବା ପରେ...ପଚାରିବେ ଚା" ମାଗିଥିଲି ଦେଲୁ??? ବୋଉ କହିବ..ଏଇଲେ ପିଇଲ ପରା। ବାବା କହିବେ..ମୁଁ ଚା" ପିଇଲି କେତେବେଳେ ପିଇଲି ବା?? ସମାନ ଚାରିଟା ହେବା ମାତ୍ରେ ମାଆ! ଯା ଯା ଚା" ବସେଇବୁ ଯା.....ସାଙ୍ଗେ ସାଙ୍ଗେ ତିନି ଚାରି କପ ପ୍ରତି ପାଞ୍ଚ ମିନିଟ ଛାଡି କି। ଦିନ ସାରା ତ ଯାହା ଚା" ପିଅନ୍ତି...ନିଜେ ଅଧେ ପିଇବେ ଆଉ ଅଧା ଆମମାନଙ୍କୁ ଦେଇଦେବେ। ସନ୍ଧ୍ୟାବେଳ ଗୋଟାକ ଚା" ପିଆ ଚାଲିଥିବ। ରାତି ଦଶଟାରେ ମାଆ ଦେ ଦେ ଆଉ ଟିକେ ଚା" ଦେ...ନିଉଜଟା ଟିକେ ଦେଖିଦବା। ରାତିରେ ଖାଇ କି ଶୋଇଲେ....ଯଦି ବାରଟା ଯାଏଁ ନିଦ ହେବନି ମାଆ ଯାଆ ଟିକେ ଚା" ଦେ...ନିଦ ଲାଗୁନି ଯମା...। ଯଦି ରାତି ତିନିଟାରେ ନିଦ ଭାଙ୍ଗିଲା ତାହାଲେ ବୋଉ ଯଦି ଉଠିଥିବ କରିକି ଚା" ଦେବ।ନହେଲେ ନିଜେ ନିଜେ ଯାଇ ଚା" କରି ପିଇଦେବେ। ଆମ ବାବାଙ୍କର ସକାଳୁ ଚା" କପ୍ ରୁ ଆରମ୍ଭ ହୁଏ ଯେ...ଦିନ ସାରା ଖାଲି ଚା"।



Rate this content
Log in