ସିକ୍ତ ମାଟିର ବାସ୍ନା
ସିକ୍ତ ମାଟିର ବାସ୍ନା
ପ୍ରକୃତିର କରାଳ ରୂପ କୁ ଅନେକ ଘୃଣା କରନ୍ତି, କିନ୍ତୁ ସେଇ ପ୍ରକୃତି କଣ ଆମକୁ ବାସ୍ତବରେ କ୍ଷତି ପହଞ୍ଚାଇଥାଏ ନା... ସେ ତ କେବଳ ସନ୍ଦେଶ ଦିଏ ଯେତେବେଳେ ଯେ ତାକୁ ଖଣ୍ଡବିଖଣ୍ଡ କରିଦିଅନା l
ବୈଶାଖୀ ଖରା ରେ ମାଟି ଆଁ କରି ଥିଲା ବେଳେ ପ୍ରକୃତି ମା'ର କର୍ତ୍ତବ୍ୟ କରିବାକୁ ଯାଇ ଛିଞ୍ଚି ଦିଏ ଅସରାଏ ଜଳ ଯାହାକୁ ସମଗ୍ର ଜୀବଜଗତ ଚାହିଁ ବସିଥାଏ l
ଠିକ ସେହିପରି କିଛି ଅନୁଭୂତି ମୋ ଜୀବନରେ ଘଟିଥିଲା l ମୋତେ ସେତେବେଳକୁ 5-6ବର୍ଷ, ଦିପହର ସମୟରେ କୁଆଡେ ସେଇ ବୈଶାଖୀ ଜ୍ୱାଳା ଉଭେଇ ଗଲା ଆକାଶରେ କଳା ବାଦଲ ର ମାଳା ମୋତେ ମନକୁ ଆନ୍ଦୋଳିତ କରିପକାଉଥାଏ ଦାଣ୍ଡରେ ବସି ଦେଖୁଥାଏ ଶୁଖି ଯାଇଥିବା ଲୁଗାକୁ ସଂଗ୍ରହ କରିବାର ଦୃଶ୍ୟ ତା ସାଙ୍ଗକୁ ଗରମ - ଥଣ୍ଡା ମିକ୍ସ ପବନ l
ଆଖି ପିଛୁଳାକେ କେତୋଟି ଭୁଲମ୍ବ ବିଜୁଳି ତା ସହ ଘଡଘଡି ସତେ ଯେମିତି ଏବେ ହିଁ ଇନ୍ଦ୍ର vs ପୃଥିବୀବାସୀ ଆଉ ଏହା ହଉଚି ଇନ୍ଦ୍ରଙ୍କ ବଜ୍ର ଅସ୍ତ୍ର l
ଆସ୍ତେ ଆସ୍ତେ ବର୍ଷା ର ବଡ ବଡ଼ ପାଣି ଟୋପା ଭୂମିକୁ ସ୍ପର୍ଶ କଲା l କେତେ ପିଲା ବର୍ଷାକୁ ଖୋଲା ଦେହରେ ସ୍ୱାଗତ କଲେ l
ସେତେବେଳେ ଏକ ଅଦ୍ଭୁତ ବାସ୍ନା ହେବାର ମୁଁ ଅନୁଭବ କଲି ଖୋଜିବାକୁ ଲାଗିଲି ବାସ୍ନା ଆସୁଛି କୋଉଠୁ; କସ୍ତୁରୀ ମୃଗର ଅବସ୍ଥା ମୋ ଠାରେ ପରିଲକ୍ଷିତ ହେଉଥିଲା l ପାଖରେ ଥାଇ ମଧ୍ୟ ମୁଁ ଅଜ୍ଞ ହୋଇଯାଇଥିଲି l ବାଟରେ ଜଣେ ପଥିକ ଯାଉ ଯାଉ କିଛି ଗୁଣୁଗୁଣ ହୋଇ ଗାଉଥିଲେ ମୁଁ ତାହା ଶୁଣିବାକୁ ଚେଷ୍ଟା କଲି, ସେ ଗାଉଥିଲେ :
"ଆହା !ମାଟିର ବାସନା,
ଏଇ ବରଷା ମୋର ବହୁତ ଚିହ୍ନl...
ସେ ବୋଧହୁଏ ଜଣେ ପ୍ରକୃତିର ପାଗଳ ପ୍ରେମିକ l ସେ ଯାହା ହେଉ ମୁଁସ୍ପଷ୍ଟହେଲି ବାସ୍ନା ହଉଚି ସିକ୍ତ ମାଟିର ବାସ୍ନା l
