STORYMIRROR

Binay Das

Others

3  

Binay Das

Others

SHUNYATA

SHUNYATA

1 min
14.2K


ଶୂନ୍ୟତା

ବିନୟ୍ ମୋହନ ଦାସ

୩୦.୦୬.୨୦୧୫

 

ଶୂନ୍ୟତା ମୋହର ଅତି ପରିଚିତ

ଯା’ ସଙ୍ଗେ ମୁଁ କଥା ହୁଏ,

ଲୁଚିଥିବା ଯେତେ ଭାବପ୍ରବଣତା

ତାହା ଆଗେ ଗପି ଦିଏ ୥

 

ମୁରୁକି ହସେ ସେ’ ଗପ ଶୁଣୁ ଶୁଣୁ

ତଥାପି ସେ’ ଶୁଣୁ ଥାଏ,

ବିରୋଧ କରିନି, ଦୂରେଇ ଯାଇନି

ମୋତେ ବୋଧେ ଭଲ ପାଏ ୥

ଯେତେ ଥିଲେ ସାଙ୍ଗ ଦୂରେଇ ଗଲେଣି

ଦୂର ହୋଇନି ଶୂନ୍ୟତା,

ଯେବେ ବି ଡାକିଛି, ସହସା ଆସିଛି

ମୋ’ ସଙ୍ଗେ ହୋଇଛି କଥା ୥

 

ବୋଧଜ୍ଞାନ ମୋର ଲୋପ ହୋଇଲେ ବି

ବିରକ୍ତ ହୋଇନି କେବେ,

ପ୍ରୋତ୍ସାହନ ଦିଏ, ବୁଝାଇ ବି କହେ

“ନିଜତ୍ବ ହରାନି କେବେ” !!

ଶୁଣିବାକୁ ସିଏ ସର୍ବଦା ପ୍ରସ୍ତୁତ

କହିବାକୁ ଯେବେ ଚାହେଁ,

ଅଦ୍ଭୁତ ତାହାର ଧୀ-ଧୈର୍ଯ୍ୟ ଶକ୍ତି

ବାସ୍ତବରେ ମୋତେ ଭାଏ ୥

 

ଯଦି ଝୁଣ୍ଟିପଡ଼େ ମୋତେ ଧରି ନେଇ

କୁହଇ ମୋ’ କାନ ପାଖେ,

ଏପରି ଅଧୈର୍ଯ୍ୟ ହୁଅନି ହେ’ ବନ୍ଧୁ

ରହି ଯିବ ସଦା ଦୁଃଖେ ୤

 

ସମୟର ତାଳେ ସବୁ ବଦଳୁଛି

ତୁମେ କି ନୂଆ ବ୍ୟକ୍ତିତ୍ବ,

ତୁମ ପାଇଁ କିଛି ନୂଆ ଘଟୁନାହିଁ

ହରାଅ କାହିଁ ଅସ୍ଥିତ୍ବ ??


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Binay Das

SHUNYATA

SHUNYATA

1 min ପଢ଼ନ୍ତୁ