ସ୍ବାମୀ ସ୍ତ୍ରୀ ଓ ସମ୍ପର୍କ
ସ୍ବାମୀ ସ୍ତ୍ରୀ ଓ ସମ୍ପର୍କ

2 mins

8.2K
ଭାଗ ୧ - ସ୍ବାମୀ ଓ ସ୍ତ୍ରୀ ପରସ୍ପର କୁ ସମ୍ମାନ ଦେଉଥିଲେ ଏବଂ ଉଭୟ ଖୁସି ଥିଲେ। ଉଭୟ ଏକ ସୁନ୍ଦର ଦାମ୍ପତ୍ୟ ଜୀବନ ନିର୍ବାହ କରୁଥିଲେ।
ଭାଗ ୨ - ସ୍ବାମୀ ସ୍ତ୍ରୀ ଉପରେ ଅତ୍ୟାଚାର ଆରମ୍ଭ କଲା,ତଥାପି ବି ସ୍ତ୍ରୀ ସ୍ବାମୀ ସହ ରହୁଥିଲା। ବର୍ତ୍ତମାନ କେବଳ ସ୍ବାମୀ ଖୁସି ଥିଲା।ଅପରାଧ ଆରମ୍ଭ ହେଲା।
ଭାଗ ୩ - ଯେତେବେଳେ ସ୍ବାମୀ ଅତ୍ୟାଚାର କରିବା ଆରମ୍ଭ କଲା,ସ୍ତ୍ରୀ ଅଲଗା ହୋଇଯିବାର ଧମକ ଦେଲା। ତଥାପି ବି ସ୍ବାମୀ ତାର ସବୁକିଛି ଥିଲା। ବର୍ତ୍ତମାନ ସ୍ଵାମୀ ବିବ୍ରତ ହେବା ଆରମ୍ଭ କଲା ଓ ସ୍ତ୍ରୀ ନିଜ ବିଷୟରେ ଚିନ୍ତା କରିବା ଆରମ୍ଭ କଲା।ଅପରାଧ ନିଜର ମାର୍ଗ ପ୍ରସ୍ତୁତ କରୁଥିଲା।
ଭାଗ ୪ - ଏଥର ଯେତେବେଳେ ସ୍ବାମୀ ଓ ସ୍ତ୍ରୀ ଉଭୟ ପରସ୍ପର କୁ ଅତ୍ୟାଚାର କରିବା ଆରମ୍ଭ କଲା। ସ୍ତ୍ରୀ ଅନ୍ୟ ଏକ ପୁରୁଷ ସହ ଓ ପୁରୁଷ ଅନ୍ୟ ଏକ ସ୍ତ୍ରୀ ସହ ଚାଲିଗଲା। ହେଲେ ଏଥର ସ୍ତ୍ରୀ ଯେଉଁ ପୁରୁଷ ସହ ଚାଲିଗଲା କିମ୍ବା ସ୍ବାମୀ
Advertisement
ଅନ୍ୟ ନାରୀ ସହ ଯାଇଥିଲେ କେବଳ ପୁରୁଷ କୁ ହିଁ ଦୋଷୀ କହି ଦଣ୍ଡ ଦିଆଗଲା।ଅପରାଧ ର ଏକ ନିର୍ଦ୍ଧିଷ୍ଟ ସୀମା ରହିଲା।
ଭାଗ ୫ - ଏଥର ସ୍ବାମୀ ଅତ୍ୟାଚାର କରୁ କି ନକରୁ, ଯେତେବେଳେ ସ୍ତ୍ରୀ ର ଇଚ୍ଛା ହେଲା ସେ ଅନ୍ୟ ଏକ ପୁରୁଷ କୁ ନିଜ ସହ ନେଇ ଚାଲି ଗଲା। ହେଲେ ଏଥର ବି ସେହି ବାହ୍ୟ ପୁରୁଷ କୁ ହିଁ ଦଣ୍ଡ ଦିଆଗଲା।ଅପରାଧ ତାର କାୟ ବିସ୍ତାର କରି ସାରିଥିଲା।
ଭାଗ ୬ - ସବୁବେଳେ ପୁରୁଷ ହିଁ ଦାୟୀ, ଏହା ଅନ୍ୟାୟ ଥିଲା। ତେଣୁ ଉଭୟ ସ୍ଵାମୀ ଓ ସ୍ତ୍ରୀ ସ୍ଵ ଇଚ୍ଛା ରେ ନିଜ ପରକୀୟା ପ୍ରୀତି ସହ ଯାଇପାରିବେ ଓ ଏହା ଅପରାଧ ମୁକ୍ତ ଥିଲା , କାରଣ ସେକ୍ସ ସମସ୍ତଙ୍କର ବ୍ୟକ୍ତିଗତ ଅଧିକାର।
ଭାଗ ୭ - (ଅନୁମାନ କରାଯାଉଛି ବହୁତ୍ ଶୀଘ୍ର ମଣିଷ ଓ ପଶୁ ବିବାହ କରିପାରିବେ)
କେବଳ ଦେଶର ନ୍ୟାୟପାଳିକା ର ସବୁଠୁ ବୁଦ୍ଧିମାନ ବ୍ୟକ୍ତି ମାନଙ୍କର ଆଗାମୀ ବିଚାର କୁ ଅପେକ୍ଷା ରହିଲା।।
~अVषेK