STORYMIRROR

Sadyant Satapathy

Children Stories Inspirational Children

3  

Sadyant Satapathy

Children Stories Inspirational Children

ରମୁ ରଖିଲା ଶହେରୁ ଶହେ

ରମୁ ରଖିଲା ଶହେରୁ ଶହେ

2 mins
185

ଗାଁ ଟିଏ । ନାଁ ତାର ମଧୁପୁର। ସେଠାରେ ରମୁ ବୋଲି ଗୋଟିଏ ପିଲା ଥିଲା। ସେ ପଞ୍ଚମ ଶ୍ରେଣୀରେ ପଢୁଥିଲା । ସବୁଦିନ ବିଦ୍ୟାଳୟ କୁ ଯାଏ । କିନ୍ତୁ ସେ ଯେଉଁ କାମ କରେ ସେଥିରେ କୌଣସି ସଫଳତା ପାଏ ନାହିଁ । ଏମିତିକି ପାଠରେ ବି ସେ ଭଲ ନମ୍ବର ରଖେନାହିଁ। କାରଣ ସେ ଚେଷ୍ଟା ନକରି ସହଜରେ ସବୁକାମ ଅନ୍ୟ ଦ୍ଵାରା ସାରିବାକୁ ଚିନ୍ତା କରେ । ପାଠ ନପଢି ହେଳା କରେ। ବହି ଧରି ବସେ କିନ୍ତୁ ପଢ଼େ ନାହିଁ। ପଢିବାକୁ ଚେଷ୍ଟା ନକରି ସବୁବେଳେ ବାହାନା କରି ଠକେ । ପରୀକ୍ଷାରେ ଫେଲ ହେଲେ କୁହେ ମୋ ଦ୍ୱାରା କିଛି ହେଉନି। ତାର ଗୁରୁମା ଗୁରୁଜୀମାନେ ସବୁବେଳେ କୁହନ୍ତି ରମୁ ତୁ ବହୁତ ଭଲ ପିଲା। ତୁ ନିଜେ ପରିଶ୍ରମ କର। ଚେଷ୍ଟା ଜାରି ରଖ। ଦେଖିବୁ ସଫଳତା ନିଶ୍ଚୟ ମିଳିବ । ତୋ ଦ୍ୱାରା ସବୁ ହେବ ରମୁ । ତଥାପି ଗୁରୁଙ୍କ କଥାକୁ କର୍ଣ୍ଣପାତ କରେନାହିଁ ରମୁ । 

କିଛିଦିନ ପରେ ତାର ପରୀକ୍ଷା ଆସିଲା। ସେ ପରୀକ୍ଷା ଦେଲା। ପରୀକ୍ଷାରେ ରଖିଲା ଶହେରୁ ଶୂନ। ସେଥିପାଇଁ ତାର ବାପା ତାକୁ ଗାଳି କଲେ। ଆଉ କହିଲେ ତୁ କାହିଁକି ପରୀକ୍ଷାରେ ଫେଲ ହେଲୁ ? ରମୁ ପାଠରେ ମନ ଦେଉନାହିଁ ଜାଣି ଧୀରେଧୀରେ ସାଙ୍ଗମାନେ ତାପାଖରୁ ଦୂରେଇଗଲେ । ତା ପରେ ରମୁ କହିଲା ମୋ ସହିତ ଏମିତି କଣ ପାଇଁ ହେଉଛି ଜାଣିପାରୁନି । ବାପା ସାନ୍ତ୍ଵନା ଦେଇ କହିଲେ ତୁ ପ୍ରକୃତରେ ଚେଷ୍ଟା କରୁନାହୁଁ । ଏବେଠାରୁ ଚେଷ୍ଟା କର ଦେଖିବୁ ତୋ ଦ୍ୱାରା ସବୁ ହେବ । ବାପାଙ୍କ କଥା ଶୁଣି ରମୁ ଚେଷ୍ଟା ଜାରି ରଖିଲା । ଏକାଗ୍ରତା ସହିତ ଗୁରୁଜନଙ୍କ କଥା ମାନିଲା ଓ ପାଠପଢା ସମୟରେ ଜମାରୁ ଅନ୍ୟମନସ୍କ ହେଲାନାହିଁ । ପରବର୍ତ୍ତୀ ପରୀକ୍ଷା ଦେଲା। ପରୀକ୍ଷା ଦେଇ ସାରିବା ପରେ ଏଥର ଭାରି ଖୁସି ଥିଲା ରମୁ । କାରଣ ସେ ଜାଣି ପାରୁଥିଲା ପୂର୍ବବର୍ଷ ଅପେକ୍ଷା ବେଶ୍ ଭଲ କରିଛି । ଆଉ ଏଥିପାଇଁ ସେ ନିଜେ ଚେଷ୍ଟା କରିଛି ଓ ମନ ଲଗାଇ ପଢ଼ିଛି। ଯେତେବେଳେ ପରୀକ୍ଷା ଫଳ ବାହାରିଲା ରମୁ ବେଶ୍ ଖୁସି ଥିଲା । କାରଣ ରମୁ ଏଥର ପରୀକ୍ଷାରେ ପ୍ରଥମ ହୋଇଥିଲା । ରମୁ ନମ୍ବର ରଖିଥିଲା ଶହେରୁ ଶହେ । ତାପରଠାରୁ ସମସ୍ତେ ତା ସହିତ ସାଙ୍ଗ ହେଲେ । ଆଉ ସଭିଏଁ କହୁଥିଲେ ଦେଖିଲୁ ରମୁ ତୁ ନିଜେ ଚେଷ୍ଟା କରିବାରୁ ସଫଳତା ପାଇଲୁ। ସମସ୍ତଙ୍କ ପ୍ରଶଂସା ଶୁଣି ରମୁ ବି ବହୁତ୍ ଖୁସି ହେଉଥିଲା।  


Rate this content
Log in