STORYMIRROR

Sadyant Satapathy

Children Stories

4  

Sadyant Satapathy

Children Stories

ଘରୁ ଯିବାର ଫଳ

ଘରୁ ଯିବାର ଫଳ

2 mins
692

ଗାଁ ଟିଏ । ନାଁ ତାର ବିଜିପୁର । ସେହି ଗାଁରେ ଏକ ଗରିବ ପରିବାର ଥିଲା । ସେହି ପରିବାରରେ ପୁଅ ସହ ମାଆ ଓ ବାପା ରହୁଥିଲେ । ପୁଅଟି ଭାରି ଲୋଭି ପ୍ରକୃତିର।  ସେ ଯେଉଁ ଜିନିଷ ଦେଖେ ସେହି ଜିନିଷଟିକୁ ଆଣିବାକୁ କୁହେ ବାପା ମାଆଙ୍କୁ । ସେମାନେ ତ ଗରିବ ଲୋକ। କଷ୍ଟକରି କିଛି ଅର୍ଥ ରୋଜଗାର କରି ଚଳନ୍ତି । ବାପା ଓ ମାଆ ପୁଅର ଖୁସି ପାଇଁ ନିଜ ପେଟରେ ଓଦାକନା ପକାଇ ତାକୁ ତା ମନଲାଖି ଜିନିଷ ଦିଅନ୍ତି । 


ଏମିତି କିଛିଦିନ ଗଲା । ଥରେ ଜଣେ ଲୋକ ତାଙ୍କ ଘରକୁ ଆସିଲେ । ସେ ସୁନ୍ଦର ଘଣ୍ଟାଟିଏ ପିନ୍ଧିଥିଲେ । ଘଣ୍ଟାକୁ ଦେଖି ପୁଅର ଲୋଭ ହେଲା । ଲୋକ ଜଣକ ଗଲାପରେ ସେମିତି ଘଣ୍ଟାଟିଏ ଆଣିବାକୁ ବାପା ମାଆଙ୍କ ଆଗରେ ଜିଦ୍ ଧରିଲା ପୁଅ । ମାଆ ଓ ବାପା କହିଲେ, ପୁଅରେ ଆମ ପାଖରେ ଏତେ ଟଙ୍କା ନାହିଁ । ଆମେ ଏମିତି ସୁନ୍ଦର ଘଣ୍ଟାଟିଏ କେମିତି କିଣିପାରିବୁ । ଏକଥା ଶୁଣି ପୁଅ ଭାରି ରାଗି ଗଲା । ସେ ସଙ୍ଗେ ସଙ୍ଗେ ଘର ଛାଡି ଚାଲିଗଲା । ମାଆ ବାପା ମନ ଦୁଃଖ କଲେ । ପୁଅଟି ଘରୁ ଚାଲିଗଲା । ପୁଅଟି ଭାବିଲା ମାଆ ବାପା ଆସି ମୋତେ ଖୋସାମଦ କରି ନେବେ । ତେଣୁ ଏଇ ମଉକାରେ ଟିକେ ବୁଲାବୁଲି କରିଆସିବା । ବୁଲି ସାରିବା ପରେ ସେ ଥକି ଗଲା । କେହି ତାକୁ ନେବାକୁ ଆସିଲେନି । ଭୋକ ହେଲାଣି । ବାହାରେ ତାକୁ କେହି ଖାଇବାକୁ ଯାଚୁ ନାହାଁନ୍ତି । ତାର କେହି ଯତ୍ନ ନେଉ ନାହାଁନ୍ତି କି ସାହାଯ୍ଯ କରୁ ନାହାଁନ୍ତି । ଏହି ସମୟରେ ପୁଅକୁ ଦେଖି ଜଣେ ଲୋକ କହିଲା ତୁ ଆମ ବଗିଚାରେ କାମ କରିଲେ ମୁଁ ତୋତେ ରହିବାକୁ ଓ ଖାଇବାକୁ ଦେବି । ଏକଥା ଶୁଣି ପୁଅଟି ତାର ମାଆ ବାପାଙ୍କ କଥା ଭାବି କାନ୍ଦିବାକୁ ଲାଗିଲା । ମନରେ ଭାବିଲାଯେ ସେ ତ ମୋତେ ସବୁ ସୁବିଧା ସୁଯୋଗ ବିନା ପରିଶ୍ରମରେ ଦେଉଥିଲେ । ହଁ କେବଳ ମୋତେ ପାଠ ପଢିବାକୁ ପଡୁଥିଲା । ଏହି ସମୟରେ ପୁଅର ମାଆ ବାପା ଆସି ପହଁଚିଲେ । ମାଆ ବାପା କହିଲେ ପୁଅରେ ବେଶୀ ଲୋଭ କରିବା ଠିକ ନୁହେଁ କି ବାହାରେ ଏକାକୀ ବୁଲିବା କଥା ନୁହେଁ । ମାଆ ବାପା କହିଲେ ତୁ ଏଠି ଅଛୁ ବୋଲି ଆମକୁ ଜଣେ ଲୋକ ଖବର ଦେବାରୁ ଧାଇଁ ଆସିଲୁ । ପୁଅ କହିଲା ଘରୁ ଯିବାର ଫଳ ମୁଁ ପାଇଲି । ଆଜିଠୁ ମୁଁ ତୁମର ସବୁ କଥା ମାନିବି । କେବେ ରାଗିବିନି କି ଏକୁଟିଆ ବାହାରେ ବୁଲିବୁଲି କରିବିନି । ଆଉ ଜିଦ୍ ଧରିବିନି । ସେଦିନଠାରୂ ସମସ୍ତେ ଖୁସିରେ ଚଳିଲେ।


Rate this content
Log in