କବିଶ୍ରୀ ଅକ୍ଷୟ କୁମାର ବେହେରା

Children Stories

4.0  

କବିଶ୍ରୀ ଅକ୍ଷୟ କୁମାର ବେହେରା

Children Stories

ରେଳଯାତ୍ରା

ରେଳଯାତ୍ରା

3 mins
189



ଗଞ୍ଜା ଡାକରେ ନିଦଟା ଭାଙ୍ଗିଗଲା । ପ୍ରାୟ ସକାଳ ହେବାକୁ ବସିଲାଣି, ମୋବାଇଲରେ ଆଲାରାମ୍ ବାଜିଲାନି କାହିଁକି କେଜାଣି ? ଦେଖିଲା ବେଳକୁ ସମୟ ଭୋର ଚାରିଟା କିନ୍ତୁ ସାଢେ ଚାରିଟାରେ ଆଲାରାମ୍ ଦିଆ ଯାଇଛି । ଯିବାର ଅଛି ବହୁ ବାଟ, ମନ ଭାରି ଉଚ୍ଛନ । ଦେହଟା ସିନା ଘରେ ଅଛି ହେଲେ ମନଟା ପୁରୀ ବଡ଼ ଦାଣ୍ଡରେ କାଳିଆ ପାଖେ ।

ଆରେ ରୁବି ବୋଉ ସହଳ ବାହାରିବାକୁ ପଡ଼ିବ । ଶୁଣୁଚ...ଉଠ,, ଏବେ ଉଠି ପଡ଼ । ରେଳଗାଡ଼ି କଥା ! କୋଉଁ ଦିନ ସମୟରେ ଯିବ ତ, କୋଉଁ ଦିନ ବିଳମ୍ବ କରିବ । ବାଙ୍ଗରିପୋଷି ରୁ ବାହାରି ସାରିଲାଣି । ଆମେ ବେତନଟି ଟେସନରେ ଗାଡ଼ି ଧରିବୁ । ସହଳ ନିତ୍ୟ କର୍ମ ସାରି ଜିନିଷ ପତ୍ର ଗୁଡାକ ଦେଖିଲ, କାଲି କ'ଣ ସବୁ ସଜାଡି଼ଛ ଆଉ କିଛି ରହି ଯାଇନି ତ ? 

ଛୁଆ ମାନଙ୍କୁ ଉଠାଅ । କିଛି ନ ହେଲେ ଦାନ୍ତ ଘସି ଦେଇ କ'ଣ ଦିଟା ପାଟିରେ ଦେବେ । ଟେସନ ଗୁଡ଼ାକରେ ଯାହା କିଣିଲେ ବି ଦାମ୍ ଅଧିକ । ଚୁଡ଼ା ଭଜା, ମୁଢ଼ି, ବିସ୍କୁଟ ଗୁଡିକ ଆଣି ସେ ଘରେ ରଖିଥିଲି ତାକୁ ଗୋଟେ ବ୍ୟାଗରେ ଦିଅ ।

ରୁବି ବୋଉ:- ହୋଉ ହେଲା ବା ବା... ମୁଁ ଉଠୁଛି । ମୋତେ କ'ଣ ନିଦ ହୋଉଛି ଯେ, ଖାଲି ବିଛଣାରେ ଗଡ଼ିଛି ଯାହା । ତମେ ତୋମ କାମ ସାର । ପରେ ଛୁଆ ମାନଙ୍କୁ ଟିକେ ଦେଖ । ମୁଁ ଏକୁଟିଆ କ'ଣ ଟା କରିବି କହିଲ । ବାପା, ବୋଉ ଙ୍କୁ ଯାଇ ଡାକିଲ, ତାଙ୍କର ଆଉ କିଛି ନେବାର ଅଛି କି କହିଲେ ବ୍ୟାଗରେ ଭର୍ତ୍ତି କରିବି । ଆଉ ମନେ କରି ଟିକଟ ଗୁଡ଼ାକ ପର୍ଶରେ ରଖ, ସାନ କାଲି ଆଣି ଦେଇଛନ୍ତି ଯେ, ସେ ଟେବୁଲ ଉପରେ ଥୋଇଥିଲି ।

ଆରେ ମୋବାଇଲ ହ୍ବାଟସପ୍ ରେ ଟିକଟର ଫୋଟ ଅଛି ପରା ତମେ ଚିନ୍ତା କରନି । ଟି.ଟି. ମାଗିଲେ ଫୋଟ ଦେଖେଇଲେ ହେଲା । ସେଥିରେ ବଗି ନମ୍ବର ସହ ସିଟ୍ ନମ୍ବର ବି ଅଛି । ପାଖା ପାଖି ସିଟ୍ ଗୁଡ଼ିକ ଅଛି । ଭାରି ଭଲ ହୋଇଛି ସମସ୍ତେ ଭଲରେ ଯାଇ ପାରିବା । ଅଟବାଲା ସହ କଥା ହୋଇଥିଲି ତାଙ୍କୁ ଟିକେ ମନେ ପକେଇ ଦିଏଁ । ଫୋନ୍ ଟି ଟିକେ ବଢ଼େଇ ଦେଲ ।

ଏତିକି ଭିତରେ ସମୟ ସାଢ଼େ ଚାରିଟା ହେଲାଣି । ସମସ୍ତେ ସଜବାଜ ହୋଇ ବାହାରିଲା ବେଳକୁ ଅଟବି ଆସି ଘର ସମ୍ମୁଖରେ ପହଞ୍ଚିଗଲା । ଜିନିଷ ପତ୍ର ସବୁ ରଖା ସରିଲା ହେଲେ ବାପାଙ୍କ ପାନ ବଟୁଆଟା ଭୁଲି ବାହାରି ଆସିଛନ୍ତି । ରୁବି ବୋଉ ଗଲ ଗଲ ନେଇ ଆସିବ ନହେଲେ ଭାରି ହଇରାଣ ହେବାକୁ ପଡ଼ିବ । ସେପଟେ ପାନ ଦାମ୍ ବହୁତ ଅଧିକ ।

ରୁବି ବୋଉ:- ହୋଉ ତମେ ମାନେ ସମସ୍ତେ ବସ ମୁଁ ନେଇକି ଆସୁଛି । ଆଉ କିଏ କ'ଣ ଭୁଲି ଯାଇନ ତ' ? ନହେଲେ ସେଠି ଯାଇ ଖଜୁଥିବ ।

ଓଟବାଲା ଆସି ଦ୍ବାର ମୁହଁରେ ହର୍ନ ବଜେଇଲା । ସମସ୍ତେ ଆସି ଓଟରେ ବସିଲେ । ପ୍ରଭାତ ଆଗମନର ମନମୁଗ୍ଧକର ପରିବେଶ ଭିତରେ ଓଟଟି ବେତନଟୀ ରେଳ ଟେସନ ଦିଗକୁ ଅଗ୍ରସର ହେବାକୁ ଲାଗିଲା । କିଛି ସମୟ ଭିତରେ ଓଟ ଯାଇ ଟେସନରେ ପହଁଞ୍ଚିଲା । ଜିନିଷ ପତ୍ର ସବୁ ଓହ୍ଲେଇ ପ୍ଲାଟଫର୍ମକୁ ଗଲୁ ।

ମାଇକ୍ ଯୋଗେ ଘୋଷଣା ହେଉଥାଏ କି ଆଉ କିଛି ସମୟରେ ବାଙ୍ଗରିପୋଷୀ ସୁପରଫାଷ୍ଟ ଗାଡ଼ିଟି ଆସି ଏକ ନମ୍ବର ପ୍ଲାଟଫର୍ମରେ ପହଁଞ୍ଚିବ । ସମୟ ଠିକ୍ ପାଞ୍ଚ ଘଣ୍ଟା ବୟାଳିଶ ମିନିଟ୍ ବେଳକୁ ଗାଡ଼ିଟି ଆସି ଟେସନ ଧରିଲା ।

ଟିକଟ ହୋଇଥିବା ବକିରେ ଚଢ଼ି ନିଜ ନିଜର ସିଟ୍ ରେ ସମସ୍ତେ ବସିଲୁ । ସିଟ୍ ସବୁ ଆମର ପାଖାପାଖି ଥିଲା ।

କିଛି ସମୟ ପରେ ଚା'ବାଲା, ଝାଲ୍ ମୁଢ଼ି ଜଣେ ଜଣେ ଆସିଲେ । ବାପା, ବୋଉ ପାଇଁ ଚା' ବରାଦ ହେଲା । ଆଉ ସମସ୍ତେ ଘରୁ ଯାଇଥିବା ଚୁଡ଼ାଭଜା ଖାଇଲୁ । ଏତିକି ବେଳକୁ ତାଳି ମାରି ମାରି କିର୍ଣ୍ଣର ଦଳ ପହଁଞ୍ଚିଗଲେ । ଚୁବି ବୋଉ ଭେଣ୍ଟି ଖୋଲି କୋଡ଼ିଏ ଟଙ୍କା ନୋଟ୍ ବଢେଇ ଦେଲେ । ସେମାନେ ତାଙ୍କ ପାଉଣା ପାଇ ଚାଲିଗଲେ ।

ଏହିପରି ସମୟ ବିତିଗଲା, ଟେସନ ପରେ ଟେସନ ଯାଇ ଶେଷକୁ ଗାଡ଼ି ଠିକ୍ ସମୟରେ ପୁରୀ ଟେସନ୍ ରେ ପହଁଞ୍ଚିଗଲା । ଏଇ ଥିଲା ବେତନଟୀ ରୁ ପୁରୀ ଆମର ରେଳ ଯାତ୍ରା । ସେଠୁ ଓଟଟିଏ ଭଡ଼ାକରି ବଡ଼ଦାଣ୍ଡରେ ପହଁଞ୍ଚିଲୁ । ଜୟ ଶ୍ରୀ ଜଗନ୍ନାଥ ।



Rate this content
Log in