Md Hanif

Others

3  

Md Hanif

Others

ରାକ୍ଷୀ

ରାକ୍ଷୀ

4 mins
227


ମୁଁ ଆଉ ବୋଝ ହେବାକୁ ଚାହେଁ ନାହିଁ । କେତେ ଦିନ ବାପାଙ୍କ ଉପରେ ନିର୍ଭର କରିବି ? ବାପାଙ୍କର ବାର୍ଦ୍ଧକ୍ୟ ମସ୍ତିଷ୍କକୁ ଆଉ ଭାରାକ୍ରାନ୍ତ କରିବାକୁ ଦେବି ନାହିଁ । ମୋ ଠାରୁ କମ୍ ବୟସର ପିଲାମାନେ କେତେ କ'ଣ କରିଗଲେଣି ? ମୋତେ କିଛି କରିବାକୁ ପଡ଼ିବ ? ନିଶ୍ଚୟ ମୁଁ କରିବି ! ଏହି ଇଚ୍ଛା ଶକ୍ତି ଓ ଏକାଗ୍ରତା ସହିତ ପର୍ଶୁରାମକୁ ସାଥିରେ ନେଇ ସେ ପହଞ୍ଚାଇଲା ନିଜ ଭିଟାମାଟିକୁ ତୁଚ୍ଛ ମନେକରି ସୁରତ ସହରରେ... ।

ଇତି ମଧ୍ୟରେ ବିତିଯାଇଛି ଦିନ ପରେ ମାସ କେତେ ବର୍ଷ ।

ପର୍ଶୁରାମ ସୁରତର ଏକ ଛୋଟିଆ କମ୍ପାନୀରେ ବିଗତ ଆଠ ବର୍ଷ ହେଲା ଚାକିରି କରିଆସୁଛି । କମ୍ପାନୀର ଟିକିନିଖି ହିସାବ-ନିକାଶ କରିବା ତା'ର କାମ । ଦରମା ଏତେ ଭଲ ନଥିଲା ବି ଚଳନୀୟ । ମାସିକ ଦରମାରୁ ନିଜ ଖର୍ଚ୍ଚ ପାଇଁ କିଛି ଟଙ୍କା ରଖି ବାକିତକ ଘରକୁ ପଠାଏ ! ସେଥିରେ ବାପାଙ୍କ ଔଷଧ, ସାନ ଭଉଣୀର ପାଠପଢା ଓ ଘର ଖର୍ଚ୍ଚ ଦୁଃଖେ ସୁଖେ ମେଣ୍ଟେନ ହୋଇଯାଏ । ତା'ର ପରିବାର କହିଲେ ବାପା, ମା' ଓ ସାନ ଭଉଣୀ "ରୁପା " । 

ସମଗ୍ର ବିଶ୍ୱରେ ଆତଙ୍କ ଆଉ ଆତଙ୍କ । କରୋନାର କରାଳ ଗର୍ଭରେ ଲୋକେ ପୋକ ମାଛି ଭଳି ମୃତ୍ୟୁବରଣ କରୁଥିବା ବେଳେ ଏହାର ପ୍ରଭାବରେ ଗରୀବ ଅସହାୟ ଲୋକେ ଜୀବିକା ହରାଇଛନ୍ତି । ଏଥିରୁ ପର୍ଶୁରାମ ବର୍ତ୍ତିଥାନ୍ତା ବା କେମିତି ?

  ଇତି ମଧ୍ୟରେ ପର୍ଶୁରାମ, ସୁରତରୁ ଫେରିବାର ଦୀର୍ଘ ୩ ମାସ ବିତିଗଲାଣି । ଘରେ ବସି ବସି ଦିନ ଅତିବାହିତ କରି ଚାଲିଛି । ନିଜକୁ ନିଜେ ଏକଲା ପଣ ଭିତରେ ବିରକ୍ତ ଭାବ ପ୍ରକାଶ କରିବା ଛଡା ଅନ୍ୟ କୈାଣସି ଉପାୟ ନଥିଲା । ଗାଁ ପରିବେଶ । ଲୋକଡାଉନ୍ ଭିତରେ ସମସ୍ତେ ବନ୍ଦୀ ଜୀବନ ବିତାଉଥିବା ଯୋଗୁଁ ତାକୁ କାମଧନ୍ଦା ଯୋଗାଇ ଦେଇଥାନ୍ତା ବା କିଏ ? ତଥାପି ଯାହା ଅଳ୍ପ ବହୁତ କାମ ମିଳୁଛି ସେଗୁଡ଼ାକ କରିବାକୁ ସେ ସକ୍ଷମ ହୋଇପାରେ ନାହିଁ । ଦିନକୁ ଦିନ ଲକଡାଉନ୍ ପ୍ରଭାବରେ ଆୟ କିଛି ନାହିଁ କିନ୍ତୁ ବ୍ୟୟ ବଢିବାରେ ଲାଗିଛି ସୁଅ ମୁହଁରେ ପତ୍ର ଭଳି । ପର୍ଶୁରାମ ଫେରିଲା ବେଳେ କିଛି ଟଙ୍କା ନେଇ ଆସିଥିଲା । କିନ୍ତୁ ବସି ଖାଇଲେ ନଈବାଲି ସରେ ନ୍ୟାୟରେ ବ୍ୟାଙ୍କରେ ସଞ୍ଚୟଥିବା ଟଙ୍କା ଗୁଡାକ ମଧ୍ୟ ଖର୍ଚ୍ଚ ହେବାରେ ଲାଗିଛି । ବାକି ରହିଛି କେବଳ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଵାରେଣ୍ଟାଇନରେ ଥିବା ପ୍ରବାସୀଙ୍କୁ ମିଳିଥିଲା କେଇଟା ଟଙ୍କା । 


ଆଉ କିଛି ଦିନ ପରେ ଆସିବ "ରାକ୍ଷୀ ପୂର୍ଣ୍ଣିମା" । ପର୍ଶୁରାମ ମୁଣ୍ଡରେ ଚଡକ ପଡିଲା । ତା' ମାନସ ପଟରେ ଅଶାନ୍ତର ବହ୍ନି କୁହୁଳିବାରେ ଲାଗିଲା । କାରଣ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ତା'ର ଗେହ୍ଲ ଭଉଣୀ "ରୁପା" ତା' ହାତରେ ରାକ୍ଷୀ ବାନ୍ଧିବ । କିନ୍ତୁ ତାକୁ ଦେଲା ଭଳି ଉପହାର ପାଇଁ ତା' ପାଖରେ ନାହିଁ ଅର୍ଥର ସମ୍ବଳ । 

ଗୋଟିଏ ବୋଲି ଭଉଣୀ ରୁପା ! ତାକୁ ସେ ବହୁତ ଭଲ ପାଏ । ସେ ସୁରତ ଯିବା ବେଳେ ରୁପା ଆଖି ଛଳଛଳ କରି ସବୁଥର ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଆସିଥାଏ ଭାଇକୁ ବିଦାୟ ଦେବା ପାଇଁ । ପର୍ଶୁରାମ ମଧ୍ୟ ରୁପାକୁ ଜୀବନ ଠାରୁ ଅଧିକ ଭଲ ପାଉଥିଲା । ସୁରତରେ ପହଞ୍ଚିବାର ଦୁଇ ଦିନ ପର୍ଯ୍ୟନ୍ତ ତା'କୁ କୈାଣସି ଖାଦ୍ୟ ରୁଚୁନଥିଲା କି କେଉଁ ଦିଗରେ ମନ ଲାଗୁନଥିଲା । ଭଉଣୀ କଥା ବହୁତ ମନେ ପଡ଼ିଲେ ଛୁଆଙ୍କ ଭଳି ଭୋ ଭୋ ହୋଇ କାନ୍ଦିବାକୁ ପଛାଉନଥିଲା । ରୁପା ଏ ବର୍ଷ ରାକ୍ଷୀ ପୂର୍ଣ୍ଣିମା ପାଇଁ ଅନେକ ଉତଫୁଲ୍ଲିତ । ଗୋଡ଼ ତଳେ ଲାଗୁନଥିଲା । ଦୀର୍ଘ ବର୍ଷ ପରେ ଆଜି ସେ ନିଜ ହାତରେ ରାକ୍ଷୀ ବାନ୍ଧିବ ତା' ଭାଇ ହାତରେ । ଏହାଠାରୁ ଆଉ ଅଧିକ ଖୁସିର କଥା କ'ଣ ହୋଇପାରେ ? ଏହାଥିଲା ତା' ପାଇଁ ଭଲ ସୁଯୋଗଟିଏ ।  

ପ୍ରତି ବର୍ଷ ପୋଷ୍ଟାଲରୁ ରାକ୍ଷୀ ପଠେଇ ଦିଏ ଭାଇ ନିକଟକୁ । ଭାଇ ତା' ପାଇଁ ଦାମୀ ପୋଷାକ ସହିତ ହାତ ଖର୍ଚ୍ଚ ପାଇଁ ପଠାଇଥିଲେ ହଜାରେ ଟଙ୍କା । 


ପର୍ଶୁରାମ ଶେଷ ଥର ପାଇଁ ରୁପା ସହିତ ଫୋନରେ କଥା ହୋଇ ପ୍ରତିଶ୍ରୁତି ଦେଇଥିଲା ଏଥର ରାକ୍ଷୀରେ ଗାଆଁକୁ ଯିବି ଏବଂ ଦାମୀ ଉପହାରଟିଏ ନେଇ ଆସିଥିବି ଖାସ୍ ତୋରି ପାଇଁ । ତା'ର ପ୍ରତି ଉତ୍ତରରେ ଆଖି ଛଳଛଳ କରି ରୁପା କହିଥିଲା- "ତୁମେ ଭଲରେ ଭଲରେ ଘରକୁ ଫେରି ଆସ ଭାଇ ! ଏହା ହିଁ ମୋ ପାଇଁ ସବୁଠାରୁ ବଡ଼ ଉପହାର ଭାଇ ! 

  ପର୍ଶୁରାମ ଫେରିଛି ଘରକୁ ରାକ୍ଷୀର ଢେର ଦିନ ପୂର୍ବରୁ; କିନ୍ତୁ ଏବେ ତାର ହାତ ଶୂନ୍ୟ । ଭଉଣୀକୁ ଉପହାର ଦେବାପାଇଁ ଇଚ୍ଛା ଥିଲେ ମଧ୍ୟ ଅର୍ଥାଭାବ ତାକୁ ଆଜି ସଂକୁଚିତ କରିଦେଇଛି । ଘରେ ରୁଗ୍ଣ ବାପା । ପ୍ରତି ଦିନ ଔଷଧ ଖର୍ଚ୍ଚ ଆକାଶଛୁଆଁ । ଏତେବଡ ପରିବାରର ଗୁଜୁରାଣ ମେଣ୍ଟାଇବା ସହିତ ବାରମାସରେ ତେର ପର୍ବର ପାରମ୍ପରିକ ଖର୍ଚ୍ଚ ।ଏତେ ସବୁ ଯୋଗାଡ଼ କରିବା କ'ଣ ଏତେ ସହଜ ?

ତଥାପି ନିଜ ସହିତ ସେ ସଂଗ୍ରାମ କରି ଚାଲିଛି । ନିଜ ପେଟରେ ଓଦା କନା ଦେଇ ବେଳେ ଭୋକରେ ଶୋଇଯାଇଛି ସିନା ସାହିପୋଡଶୀଙ୍କ ନିକଟରେ ଓ ସେ କେବେ ହାତ ପତାଇ ନାହିଁ ଆଜି ଯାଏଁ । ପରିବାରର ଖର୍ଚ୍ଚ ଓ ରୁପାର ଉପହାର ପାଇଁ ସେ ପ୍ରତିଜ୍ଞା ବଦ୍ଧ ।ଗତକାଲି ଯେଉଁ କାର୍ଯ୍ୟ ତା'କୁ କଷ୍ଟ ଲାଗୁଥିଲା ଆଜି ତା' ପାଇଁ ହୋଇଯାଇଛି ସରଳ ଓ ସହଜ । ସେଥିପାଇଁ ସେ ଗତ ସପ୍ତାହ ଧରି ପରିବାରର ଅଜାଣତରେ ରାଜମିସ୍ତ୍ରୀ ମାନଙ୍କ ସହିତ ଠିକା କାର୍ଯ୍ୟରେ ନିୟୋଜିତ ହୋଇଛି । ସେ ମନେ ମନେ ସ୍ଥିର କରି ନେଇଥିଲା ଯେ, ଯାହା କିଛି କାର୍ଯ୍ୟ କରିବ ଓଡ଼ିଶାରେ ରହି ହିଁ କରିବ, ବାହର ରାଜ୍ୟକୁ ଆଉ ଯିବ ନାହିଁ । ଅତୀତରେ ବାପା, ମା' ଓ ପରିବାର ଠାରୁ ଦୂରରେ ରହି ବଡ଼ ବଡ଼ ସ୍ଵପ୍ନ ଦେଖି ସେ ପାଇଥିଲା ବା କ'ଣ ?

ଆଜି ରାକ୍ଷୀପୂର୍ଣ୍ଣିମା ! 

ସିନ୍ଦୂର ଛିଟିକି ପଡ଼ିଲା ଭଳି ନାଲି ଟୁକୁଟୁକୁ ପାହାନ୍ତି ଆକାଶ । ସୂର୍ଯ୍ୟଙ୍କର ପ୍ରଥମ କିରଣ ସ୍ପର୍ଶ କରିଥିଲା ପର୍ଶୁରାମର ଚାଳ ଛପର ଘର ଉପରେ । ପାର୍ବଣର ପହେଲୀ ସ୍ପନ୍ଦନରେ ସମଗ୍ର ପରିବେଶ ଲାଗୁଥିଲା ନୂଆ ନୂଆ ! ଚହଟା ଚମ୍ପା ଭଳି ଥିରି ଥିରି ହୋଇ ଆସି ଭାଇ ହାତରେ ଶକ୍ତଭାବେ ରାକ୍ଷୀଟିଏ ବାନ୍ଧି ଦେଲା ରୁପା । ପର୍ଶୁରାମ ପୂର୍ବରୁ କିଣିଥିବା ନୂଆଁ ପୋଷାକଟିକୁ ଭଉଣୀ ହାତକୁ ବଢାଇ ଦେଇ କୋରାଇ ନେଇ ତା ହାତରେ ଧରାଇଦେଲା ହଜାର ଟଙ୍କାର ହାତ ଖର୍ଚ୍ଚ । ନିଜର ପ୍ରତିଶ୍ରୁତି ପାଳନ କରିଥିବା ପର୍ଶୁରାମ ଅଶାନ୍ତ ମନଟି ଖୁସିର ଅଧିର ହୋଇ ପଡିଥିଲା । କିନ୍ତୁ ରୁପା ଭାଇର ଦାୟିତ୍ଵବୋଧ ଭିତରର ପରିଶ୍ରମକୁ ଅନୁଭବ କରି ନୟନ ଯୁଗଳରୁ ବହି ଯାଇଥିଲା କେଇ ଟୋପା ଆନନ୍ଦାଶ୍ରୁ । 



Rate this content
Log in

More oriya story from Md Hanif