Prasanta kumar Mangaraj

Others children

3.9  

Prasanta kumar Mangaraj

Others children

ରାଗରେ ଜାଳିଲା କୋକିଶିଆଳ

ରାଗରେ ଜାଳିଲା କୋକିଶିଆଳ

1 min
8.2K


ଦିନେ ଦୁଇ ଦିନ ହେବ  ।କୋକିଶିଆଳ ଏଣେତେଣେ ବୁଲୁଛି  ।କେଉଁଠି କିଛି ଖାଇବାକୁ ପାଉନି  ।ଭୋକ ବିକଳ ରେ ଗାଁଆ ଆଡକୁ ଧାଇଁଲା  ।ଗାଁଆରେ କଣ ଅବା ମିଳିବ !

ଦିନେ ଚାଷୀ ତା କିଆରୀରେ କଖାରୁ କରିଥିଲା  । କିଆରି ସାରା କଖାରୁ ଫଳିଥିଲା  । କୋକିଶିଆଳ କିଆରି ଭିତରେ ପଶି ଗୋଟିଏ କଖାରୁ ଠିଆ ଠିଆରେ ଖାଇ ନେଲା  ।

ଏତିକିବେଳେ ଚାଷୀଟି ଆସି ପହଞ୍ଚିଲା  ।କୋକିଶିଆଳ ଭାବିଥିଲା- ସେ ଭୋକରେ ଗୋଟିଏ କଖାରୁ ଖାଇ ଦେଇଛି  ।ଚାଷୀଟି ଜାଣିବା ପରେ ଛାଡି ଦେବ  ।ହେଲେ ଚାଷୀଟି ତାହା କଲା ନାହିଁ  । ଲୋକଟି ରାଗରେ ତମ୍ ତମ୍ ହୋଲା  ।କୋକିଶିଆଳ ଲାଙ୍ଗୁଡରେ କନା ଗୁଡାଇ ଦେଲା  ।ତହିଁରେ ନିଆଁ ଲଗାଇ ଜେଲା  ।

କୋକିଶିଆଳ ଭାବିଲା - ଚାହିଥିଲେ ଲୁଚି ପଲାଇ ଥାନ୍ତି  ।ଭୁଲ କରିଛି ଜାଣିଶୁଣି ଠିଆ ହୋଇ ରହିଲି  ।ହେଲେ ଚାଷୀଟି ମୋତେ କ୍ଷମା ବଦଳରେ ଦଣ୍ଡ ଦେଲା  ।ଠିକ୍ ଅଛି- ମୁଁ ତାହେଲେ ପ୍ରତିଶୋଧ ନେବି  ।

ଏମିତି ଭାବି ଚାଷୀର ପାଚିଲା ଗହମ କିଆରି ଆଡକି ଧାଇଁଲା  ।ଗହମ କିଆରି ପାଚି ଶୁଖି ଥିଲା  ।ଯେମିତି ତା ଭିତର ଏଣେତେଣେ ଧାଇଁଛି ସେମିତି କିଆରିଟି ଜଳି ପୋଡି ଛାରଖାର ହୋଇଗଲା  ।

ବିଚରା କୋକିଶିଆଳ ପୋଖରୀ ପାଖକୁ ଗଲା  ।ପାଣିରେ ଲାଞ୍ଜ ବୁଡାଇ ନିଆଁ ଦାଉରୁ ରକ୍ଷା ପାଇଲା  ।

ଏପଟେ ଚାଷୀଟି ଭାବୁଥାଏ -କୋକିଶିଆଳକୁ ଦଣ୍ଡ ବଦଳରେ କ୍ଷମା କରିଥିଲେ, ଭଲ ହୋଇଥାନ୍ତା  । ଦଣ୍ଡ ଦେଲି ବୋଲି ଗହମ କିଆରିକୁ ରାଗରେ ଜାଳିଦେଲା  ।

ପ୍ରଶାନ୍ତ କୁମାର ମଙ୍ଗରାଜ

ସା ସାହୁପଡା ପୋ ଭଟପଡା ଭାୟା ନିରାକାରପୁର ଜି ପୁରୀ ପିନ୍ ୭୫୨୦୧୯ (ମୋ)୯୬୬୮୧୪୪୫୭୨  ।


Rate this content
Log in

More oriya story from Prasanta kumar Mangaraj