STORYMIRROR

Debasis Gopal

Others

3  

Debasis Gopal

Others

ପ୍ରେମର ବିସର୍ଜନ

ପ୍ରେମର ବିସର୍ଜନ

3 mins
166


      ଜାନୁଆରୀ ମାସ ଶେଷ ହୋଇ ଫେବୃଆରୀ ମାସ ଆରମ୍ଭ ହେଲା । ଚାରିଆଡେ ଶୁଭିଲା ପ୍ରେମର ମଧୁର ସ୍ବର । ନିର୍ମଳ ଆକାଶେ ଦେଖାଗଲା ମେଘଗୁଡିକର ପ୍ରେମର ବାର୍ତ୍ତାଳାପ କରୁଥିବାର ଦୃଶ୍ୟ । ବଗିଚାରେ ମଧ୍ୟ ଦେଖାଗଲା ଅସଂଖ୍ୟ ଭଅଁର ନିଜ ପ୍ରେମିକା ପାଖରେ ଉଡ଼ି ବୁଲୁଥିବାର । ଆହାଃ କି ମନଲୋଭା ଏ ଦୃଶ୍ୟ ସବୁ । ଦିନେ ଏମିତି ହୁଏ ଗୋଟିଏ ପ୍ରେମିକ ଭଅଁର ସହିତ ଆଉ ଏକ ପ୍ରେମିକ ପ୍ରଜାପତିର ଦେଖାହୁଏ ।

    

        ବଗିଚାରେ ଥିବା ଏକ ରୂପ ଲାବଣ୍ୟରେ ଭରା ସୁନ୍ଦରୀ ଗୋଲାପ ଫୁଲଠୁ ଦୁହେଁ ବହୁତ ସ୍ନେହ ଭଲପାଇବା ପାଇଛନ୍ତି, ପ୍ରେମର ଖଟାମିଠା କଥା ହୋଇ ସମୟକୁ ଉପଭୋଗ କରିଛନ୍ତି। ଦୁର୍ଭାଗ୍ୟ ବଶତଃ ଆଜି ଏକା ସମୟରେ ପହଞ୍ଚିଛନ୍ତି । ସେଇ ଗୋଲାପ ଫୁଲଟିକୁ ଚୁମ୍ବନ କରିବାପାଇଁ, ଦୁହିଁଙ୍କ ମଧ୍ୟରେ ବହୁତ କଳି-କଜିଆ ହୁଏ । 


ଗୋଲାପ କହେ:- ହେ ପ୍ରିୟ ମୋ ପାଇଁ ତୁମେ ଦୁହେଁ ପରସ୍ପର ଏତେ କଜିଆ କରୁଛ କାହିଁକି ? 

ଭଅଁର କହେ:- ମୋ ଜନ୍ମ ତ କେବଳ ତୋ ପାଇଁ, ତତେ ଛାଡ଼ି କୁଆଡେ ଯିବି କହିଲୁ ? ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତୋ ଅଗଣାରେ ଉଡ଼ି ବୁଲୁଥିବି । ଏ ବଗିଚାରେ ଯେତେ ସବୁ ପୁଷ୍ପ ଅଛନ୍ତି ସବୁ ମୋ ଆପଣାର ହେଲେ ତୁ ସେମାନଙ୍କ ମଧ୍ୟରୁ ମୋ ପାଇଁ ଅତି ନିଜର ଅଟୁ ଫୁଲମାନଙ୍କ ମଧ୍ୟରୁ ରାଣୀ ଅଟୁ! 

ଏହା ଶୁଣି ପ୍ରଜାପତି ରାଗିଯାଇ କହେ :- ତୁ ତ ଅଙ୍ଗାର ଭଳି କଳା , ତତେ କିଏ ବା ପସନ୍ଦ କରିବ । ମତେ ଦେଖେ ମୋର ଏଇ ରଙ୍ଗ ବେରଙ୍ଗ ଡେଣା କେତେ ସୁନ୍ଦର । ମୋ ଡେଣାର ରଙ୍ଗରେ ଇନ୍ଦ୍ରଧନୁର ରଙ୍ଗ ବି ଫିକା ପଡିଯାଏ । 


ଝଗଡ଼ା ବଢ଼ି ବଢ଼ି ଯାଏ । 


    ଜୋର୍ ରେ ପବନ ବହିବାରେ ଲାଗେ । ଆକାଶେ ମେଘମାନେ ପରସ୍ପର ମିଳନ ହୋଇ ପ୍ରେମର ବାର୍ତ୍ତାଳାପ କରି କିଏ ଖୁସିରେ କାନ୍ଦେ ତ କିଏ ଦୁଃଖରେ । ସେମାନଙ୍କ ଲୁହ ବିନ୍ଦୁ ବିନ୍ଦୁ ହୋଇ ବରଷି ଯାଏ ବଗିଚାରେ । ପବନର ବେଗ ଓ ବର୍ଷା କମିଗଲେ ପୁଣି ଏକତ୍ର ହୁଅନ୍ତି । 


ପ୍ରେମିକ ଭଅଁର କହେ:- ପ୍ରିୟେ ଆଜି ତୁମଠୁ ସ୍ବାଦ ନେବାକୁ ଆସିନି , ମିଠା ପ୍ରେମେ ଭିଜେଇବାକୁ ଆସିଛି । 

ପ୍ରଜାପତି କହେ:- ନା ଏମିତି ହେଇ ପାରିବନି !

ଗୋଲାପ ଫୁଲଟି କହେ:- ନା ମତେ ଆଉ ତୁମ ମିଠା କଥା କହି ଭୁଲାଅନା.ସବୁ ଦିନ ତ ମୋ ଠୁ ମହୁ ଶୋଷି ନେଉଛ

ପ୍ରକୃତରେ ମୁଁ ଚିହ୍ନି ସାରିଛି ଏଇ ମାୟାବୀ ଦୁନିଆକୁ । 

ପୁଣି କହେ


ମୁଁ ମଉଳି ଯାଉଥିଲି ଏଇ ଦୁଇ ବୁନ୍ଦା ବର୍ଷା ଜଳ ଆକାଶରୁ ଝରି ମତେ ଆଜି ତା ପ୍ରେମରେ ଭିଜେଇଛି । ମୁଁ ପୁନର୍ଜନ୍ମ ପାଇଛି । ମୁଁ ଯଦି କହିବି ମୋ ପ୍ରେମ ସିଏ ବୋଲି ମୁଁ ତାକୁ ହିଁ ଖୋଜେ ବୋଲି ? ନିସ୍ତବ୍ଧ ହୋଇ ପଡ଼ିଲେ ।


    ହେଲେ ଏଇ ଗୋଲାପ କଢିଟିର ର ଦୁର୍ଭାଗ୍ୟ‌ ଯେ ତା ପ୍ରକୃତ ପ୍ରେମକୁ ଚୟନ କରିବା ଆଗରୁ କେଉଁ ଏକ ବ୍ୟକ୍ତି ଆସି ତୋଳି ନେଇଯାଉଛି ତା ପ୍ରେମିକାକୁ ଦେବା ପାଇଁ । ଗୋଲାପଟି ସେଇ ଅଚିହ୍ନା ବ୍ୟକ୍ତିକୁ ନିବେଦନ କରେ ନ ନେବା ପାଇଁ । ହେଲେ ବ୍ୟକ୍ତିଟି ପରା ମାୟାରେ ବାୟା । କିଛି ନ ବିଚାରି ତୋଳି ନେଇଗଲା । ଗୋଲାପ ଗଛଟି ଲୁହ ଝରେଇ କାନ୍ଦି କାନ୍ଦି ମଉଳି ଗଲା । 


     ଆଜି ଫେବୃୟାରୀ ୧୪ ତାରିଖ ପ୍ରେମ ସପ୍ତାହର ଅନ୍ତିମ ଦିନ । ବ୍ୟକ୍ତି ଜଣକ ଭାବେ ଆଜି ତାକୁ ନିଶ୍ଚୟ Surprise ଟେ ଦେବି । ସାଲିନୀର ଘରକୁ ଯାଏ , ଦେଖେ ତ ଘରେ କେହି ନାହାନ୍ତି । ଫୋନ୍ ମଧ୍ୟ ବନ୍ଦ । କୌଣସି ଏକ ବ୍ୟକ୍ତିଗତ କାରଣ ଯୋଗୁଁ କେତେକ ଦିନ ସାଲିନୀ ସହ ଦେଖା ହୋଇପାରି ନ ଥିଲା ।

     

     ଏପଟେ ସାଲିନୀ ଗୋଟିଏ ଧନୀ ଯୁବକକୁ ଭଲ ପାଇ ବସିଛି । ଧନୀ ଯୁବକଟି ସାଲିନୀକୁ ଫୋନ୍ କରି Surpriseଟେ ଦେବା ପାଇଁ ପାର୍କକୁ ଆସିବାକୁ କୁହେ । ହେଲେ ଧନୀ ଯୁବକ ଆସିବା ଆଗରୁ ସାଲିନୀ ସହ ସେଇ ପ୍ରେମିକ ବ୍ୟକ୍ତି ସହ ଦେଖା ହୁଏ । ବ୍ୟକ୍ତି ଜଣକ ଗୋଲାପ 🌹 ଫୁଲଟି ଦେଇ ତା ମନ କଥା ଖୋଲି କହିଦିଏ । ହେଲେ ସାଲିନୀ କୁ ତ ଧନୀ ଯୁବକ ପ୍ରେମର ନିଶା ଚଢି ଯାଇଛି ସେ କେମିତି ବା ଗ୍ରହଣ କରିବ । ଫୁଲଟି କୁ ଫିଙ୍ଗି ଦିଏ ରାସ୍ତା କଡକୁ, ବହୁ ଅପମାନ ଦେଇ ପ୍ରତ୍ୟାହାର କରିଦିଏ ତା ପ୍ରେମକୁ । ଏହି ସମୟରେ ଧନୀ ଯୁବକ ଜଣ ପହଞ୍ଚିଯାଏ । ହେଲେ ସାଲିନୀ ମନରେ ଅଲଗା ଭାବନା ଥାଏ ସେ ଜାଣି ପାରୁନି କେଉଁ ପ୍ରକାରର Surprise ପାଇବ । ଧନୀ ଯୁବକ ଟି ସାଲିନୀର ହାତରେ ଏକ ପତ୍ରଟିଏ ଧରେଇ ଦିଏ । ସାଲିନୀ ଜାଣିବାକୁ ଚେଷ୍ଟା କରୁନି ଏ ପତ୍ର ଖଣ୍ଡକରେ କ'ଣ ଲେଖା ଅଛି । ଯେତେବେଳେ ଯୁବକଟି କହେ-- ସାଲିନୀ ବାହାଘରକୁ ଆସିବ ନିମନ୍ତ୍ରଣ ରହିଲା, ମୁଁ ଅପେକ୍ଷା କରିଥିବି । ସେ ଆଶ୍ଚର୍ଯ୍ୟ ହେବ‌ କ'ଣ ସେଇଠି ହିଁ ହତାଶ ହୋଇ ଭାଙ୍ଗି ପଡ଼ିଲା, ସତରେ ଯେମିତି ତା ମୁଣ୍ଡରେ ବଜ୍ର ପଡ଼ିଲା । 


    ସାଲିନୀ ସେଇ ପ୍ରେମିକ ବ୍ୟକ୍ତି ପାଖରୁ ତା ପ୍ରେମ ଫେରି ପାଇବାକୁ ନିବେଦନ କରିଛି । କିନ୍ତୁ ସେ ବ୍ୟକ୍ତି ସାଲିନୀର ପ୍ରେମକୁ ଖଣ୍ଡନ କରିଛି । ସେ ପ୍ରେମକୁ ଆଖି ଲୁହର ସାଗରରେ ଭସେଇ ଦେଇଛି । ଏକା ବଞ୍ଚିବାର ପଥ ବାଛି ନେଇଛି 

    ଶେଷରେ ସାଲିନୀ ବୁଝି ପାରିଛି ଏ ପ୍ରେମ ନୁହେଁ କାହାର ।

ସେଇ ଗୋଲାପ ଫୁଲଟି ମଧ୍ୟ ପାଇ ପାରିଲାନି ତା ପ୍ରେମକୁ , ହୋଇଗଲା ରାସ୍ତା କଡ଼ରେ ଆବର୍ଜନା ।


ସତରେ ଏ ପ୍ରେମ ବି ନା ।



Rate this content
Log in