STORYMIRROR

Kailash Rath

Others

2  

Kailash Rath

Others

ପ୍ରେମିକାକୁ ପଦେ

ପ୍ରେମିକାକୁ ପଦେ

1 min
2.3K


କୋକିଳ କୋମଳ ତୁମ କଣ୍ଠ ସ୍ବର ମନକୁ କରେ ଉଚ୍ଚାଟ ଖୋଲି ଖୋଲି ଯାଏ ପ୍ରେମର ପାଖୁଡା ଖୋଲେ ହୃଦୟ କବାଟ। ସୁନା ଚାଂଗୁଡିରେ ରୂପା ଫୁଲ ପରି ତମେ ତ ମୁହଁ ସୁନ୍ଦରୀ ଥରେ ଯେ ଦେଖିଛି ଭୁଲିତ ପାରେନା ଆଖି ନପାରଇ ଫେରି। ହେନା ଜୁଇ ଜାଇ ମାଳତୀ ଗୋଲାପ କେହି ନୁହେ ତୁମ ସରି ତୁମେ ଚାଲିଗଲେ ପଦ୍ମ ଫୁଟିଯାଏ ମଧୁମଖି ଯା'ନ୍ତି ଘେରି। ମୁଖ ତ ଚନ୍ଦ୍ରମା ଓଠ ମଧୁରିମା ଦେହ ତୋ ସଜ ଲହୁଣି ହଂସିନୀର ଚାଲି ହରିଣୀର ଠାଣି ମାରେ ତ ବାଂକ ଚାହାଣୀ। ହେଲି ପ୍ରେମ ରୋଗୀ ତୋ ପାଇଁ ମୁଁ ଯୋଗୀ କଟେ ନାହିଁ ଦିନ ରାତି ତୋ ପାଇଂ ପାଗଳ ହଜାର ହଜାର ବାଟ ଚାହିଁ ବସିଛନ୍ତି। ଏବେ ଭାବୁଅଛି ଏକ ପାଷାଣୀକୁ କାହିଁକି ଦେଲି ମୋ ମନ ତା ପାଇଁକି ପ୍ରେମ ବଜାର ସଉଦା ସେଠି ଲୋଡା ଖାଲି ଧନ। - ଚନ୍ଦ୍ର -


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍