ପ୍ରେମ ଏକ ବାଲିଘର
ପ୍ରେମ ଏକ ବାଲିଘର
ପ୍ରେମ ଏକ ବାଲିଘର ସଦୃଶ।କେତେବେଳେ ଯେ ସମୁଦ୍ରର ଢେଉ ଆସି ସେ ବାଲିଘରକୁ ଭସାଇ ନେଇ ଚାଲିଯିବ ତାହା କହିହେବ ନାହିଁ ।ଏହି ସମୁଦ୍ର କୂଳର ବାଲିଘର ପରି ପ୍ରେମ ହୋଇଥାଏ ।କେଉଁ ମୁହୂର୍ତ୍ତରେ ଯେ ଭାଙ୍ଗିଯିବ ଜାଣିହୁଏନାହଁ ।ଖାଲି ତାର ଦାଗ ଛାଡି ଦେଇ ଯିବ ସ୍ମୃତି ।ସେଇ କିଛି ମୂହୁର୍ତ୍ତର ସ୍ମୃତି କୁ ନେଇ ସାରା ଜୀବନ ବଂଚିବାକୁ ପଡିଥାଏ ।ମଣିଷର ଯେତେ ଅଭୁଲା ସ୍ମୃତି ଥିଲେ ମଧ୍ୟ ସେ ଯେତେ ଚାହିଁଲେ ଅତୀତକୁ ଫେରିଯାଇ ପାରେନାହିଁ ।ମଣିଷ ଯେତେବେଳେ ଗୋଟିଏ ସଂପର୍କରେ ବାଂଧିହୁଏ ସେ ଜାଣିଥାଏ ଦିନେ ନା ଦିନେ ତାକୁ ଏ ସଂପର୍କ ଛିନ୍ନ କରିବାକୁ ପଡିବ ।ତଥାପି ସେ ଜାଣି ମଧ୍ୟ ସଂପର୍କଟିରେ ବାଂଧି ହୋଇଯାଇଥାଏ।ସେ ଜାଣେ ଯେ ଏ ସମାଜରେ ସଂପର୍କଟିଏ ବିନା ବଂଚିବା କଷ୍ଟସାଧ୍ୟ ।ସବୁ ଜାଣି ମଧ୍ୟ ସେ ପ୍ରେମ ସଂପର୍କରେ ବାଂଧି ହୋଇଯାଏ ।ସେ କାହାକୁ ପ୍ରେମ କରିବସେ।ଜାଣତାରେ ହେଉ କିମ୍ବା ଅଜାଣତରେ ହେଉ ମଣିଷ କାହାକୁ ପ୍ରେମ କରି ବସିଥାଏ । ସଂପର୍କଟି ଏତେ ମଜବୁତ୍ ହୋଇଯାଏ ଯେ ତା ବିନା ବଂଚିବା ଅସମ୍ଭବ ହୋଇପଡେ। ମଣିଷ କଣ, ପ୍ରେମ କରିବାରେ ସ୍ବୟଂ ଭଗବାନ ମଧ୍ୟ ଏହି ପ୍ରେମରୁ ବାଦ୍ ପଡିନଥିଲେ। ସ୍ବୟଂ ଭଗବାନଙ୍କୁ ମଧ୍ୟ ପ୍ରେମ କରି ବହୁତ ଦୁଃଖ, କଷ୍ଟ ସହିବାକୁ ପଡିଛି ।ଭଗବାନଙ୍କର ମଧ୍ୟ ମିଳନ ଏବଂ ପରେ ପରେ ବିଚ୍ଛେଦ ଘଟିଛି ।ଆଉ ଏ ମଣିଷ ପ୍ରେମ କବଳରୁ ବଂଚିତ ହେବ କିପରି । ମୁକ୍ତ ଆକାଶର ଦୁଇ ବିହଙ୍ଗ ପରି ଥିଲେ ରୀତିକ୍ ଓ ଲିସା ।ଦୁହେଁ ଦୁହିଁଙ୍କୁ ଫେସବୁକ୍ ରେ ପ୍ରଥମେ ବାଂଧିଥିଲେ। ପୁଅଟି ରୀତିକ୍ ପ୍ରଥମେ ଫ୍ରେଣ୍ଡରିକୁଏଷ୍ଟ ପଠାଇଥିଲା ଲିସା ପାଖକୁ ।ପରେ ଲିସା ଏହାକୁ ଗ୍ରହଣ କରିଥିଲା।ଦୁହିଁଙ୍କ ମଧ୍ୟରେ ମଧୁର ସଂପର୍କ ଆଗକୁ ଆଗକୁ ବଢି ଚାଲିଥିଲା ।ସେ ଦୁହେଁ ଦୁହିଁଙ୍କୁ ଜାଣିନଥିଲେ କି କିଏ କାହାକୁ ଦେଖିନଥିଲେ।ପ୍ରଥମେ ଫେସବୁକ୍ ରେ ଦୁହିଁଙ୍କର ଦେଖା ହୋଇଥିଲା।ଦୁହିଁଙ୍କ ମଧ୍ୟରେ କଥାବାର୍ତ୍ତା ବଢିଲା ଏବଂ ରୀତିକ୍ ସେ ଝିଅକୁ ତାର ମନର କଥା କହିଲା,ସେ ପ୍ରେମ କରୁଛି ଲିସା କୁ ବୋଲି କହିଲା ।ଲିସା ରାଜି ହେଉନଥିଲା ରୀତିକ୍ କଥାରେ, କାରଣ ସେ ଜାଣିଥିଲା ଏ ପ୍ରେମ ସଂପର୍କ ଦିନେ ନା ଦିନେ ଛିନ୍ନ ହେବ ।ସେ ରୀତିକ୍ କୁ ପ୍ରେମ ନୁହେଁ ବରଂ ବଂଧୁତା ସଂପର୍କରେ ବାଂଧି ହେବା ପାଇଁ ପରାମର୍ଶ ଦେଲା।ପୁଅଟିର ଏକା ଜିଦ୍ ତାର ବଂଧୁତା ନୁହେଁ ପ୍ରେମ ଦରକାର ।ଲିସା ମଧ୍ୟ ରୀତିକ୍ କୁ ମନା କରିପାରିଲା ନାହିଁ ।କାରଣ ସେ ମଧ୍ୟ ସେ ପୁଅଟିକୁ ମନେମନେ ବହୁତ ଭଲ ପାଉଥିଲା ।ଲିସା ମଧ୍ୟ ରୀତିକ୍ ର ପ୍ରେମ ସଂପର୍କକୁ ଗ୍ରହଣ କରିନେଲା ।ଦୁହିଁ
ଙ୍କ ମଧ୍ୟରେ ଫୋନ୍ ରେ କଥାବାର୍ତ୍ତା ଲାଗିରହିଲା ।ଲିସା ତାର ସାଙ୍ଗ ଆଗରେ ଏହି ସବୁ କଥା କହିଲା ।ହେଲେ ତାର ସାଙ୍ଗ ମନା କରୁଥିଲା ସେ ପୁଅକୁ ପ୍ରେମ କରିବାକୁ ସେ ବୋଧେ ଜାଣିଥିଲା ଏ ପ୍ରେମ କେବେ ଚିରସ୍ଥାୟୀ ନୁହେଁ ।ହେଲେ ଲିସା ତା ସାଙ୍ଗର ଉପଦେଶ ନ ଶୁଣି ପ୍ରେମ କରିଥିଲା ।କାରଣ ସେ ଅଜାଣତାରେ ସେ ପୁଅ ରୀତିକ୍ ର ପ୍ରେମରେ ପଡ଼ିଯାଇଥିଲା ।ଦୁହିଁଙ୍କର ଜାତି ଭିନ୍ନ ଥିଲା ।ଦୁହିଁଙ୍କ ମଧ୍ୟରେ ଅନେକ ସୁଖ ଦୁଃଖ, ହସ ଲୁହର ଘଟଣା ଘଟିଯାଇଛି ।ଝିଅଟି ଏତେ ଭଲ ପାଇଁ ଯାଇଥିଲା ଯେ,ମନ ଭିତରେ ହରେଇବାର ଭୟ ସବୁବେଳେ ଥାଏ ।କଣ ପାଇଁ ସେ ପୁଅ ଆଜି ତା ଜୀବନରେ ଏତେ ମୂଲ୍ୟବାନ ହୋଇପଡିଛି।ଯିଏ ଦିନେ ପ୍ରେମ କୁ ଘୃଣା କରୁଥିଲା ସେ ଆଜି କାହାକୁ ପ୍ରେମ କରିବସିଛି।ସବୁ ଭାବିଲା ବେଳକୁ ଡର ଲାଗେ, କାରଣ ତା ଭିତରେ ଏତେ ପରିବର୍ତ୍ତନ ଆସିଯାଇଛି ।ଇନ୍ଦ୍ରଧନୁର ସାତ ରଙ୍ଗ ପରି ଲିସା ଜୀବନରେ ଆରମ୍ଭ ହୋଇଥିଲା ପ୍ରେମର ରଙ୍ଗ ।ପ୍ରେମର ସାତ ରଙ୍ଗ ପରି ଲିସା ଜୀବନରେ ଆରମ୍ଭ ହେଲା ଅଷ୍ଟମ ରଙ୍ଗ ବିଚ୍ଛେଦ ।ଲିସା ସେ ପୁଅ ରୀତିକ୍ କୁ ଏତେ ଭଲପାଉଥିଲା ଯେ ରୀତିକ୍ ର ମିଛ ଅଭିନୟ, ମିଛ ପ୍ରେମ ତାକୁ ସବୁ ସତ ପରି ଲାଗୁଥିଲା ।ରୀତିକ୍ ଆଉ କି ମେସେଜ୍ କରୁନଥିଲା। ଲିସା ଜାଣିଥିଲା ସେ ପୁଅ ଜୀବନରେ ଆଉ କିଏ ଆସିସାରିଛି। ତଥାପି ଲିସା ରୀତିକ୍ କୁ ଏତେ ଭଲ ପାଉଥିଲା ଯେ ବାରମ୍ବାର ରୀତିକ୍ କୁ କହେ ଯେ ମୁଁ ତୁମକୁ ବହୁତ ଭଲପାଏ । ମୋତେ କେବେ ଛାଡିକି ଯିବନି ତ,ସେ କହେ ନା କେବେ ଛାଡିକି ଯିବିନି।ରୀତିକ୍ ଫୋନ୍ ବି କରୁ ନଥିଲା, ଲିସା ଫୋନ୍ କଲେ କହିବ କାମ ଅଛି ପରେ ଫୋନ୍ କରିବି କହି କାଟିଦିଏ।ଯିଏ ଦିନେ କହୁଥିଲା କେବେ ଛାଡିକି ଯିବିନି ହେଲେ ସତରେ ସେ ଦିନେ ଛାଡିକି ଚାଲିଯାଇଛି।ଏସବୁ ଦେଖି ଲିସା ତା ଆଖିର ଅସୁମାରୀ ଲୁହକୁ ଖୋଲା ଆକାଶ ତଳେ ଢାଳିଦେଇଛି।ଯିଏ ଦିନେ ଭାବିଥିଲେ ଦୁହେଁ ଦୁହିଁଙ୍କର ଦିନେ ନା ଦିନେ ଦେଖା ହେବ ହେଲେ ତାହା ଅଧାରେ ରହିଯାଇଛି।କେହି କାହାର ବାସ୍ତବରେ ଦେଖା ହୋଇପାରି ନାହାନ୍ତି ।କ'ଣ ପାଇଁ ଭଲପାଇବା ବଦଳରେ ଧୋକା ମିଳେ।ଦୁହିଁଙ୍କ ମଧ୍ୟରେ ପରବର୍ତ୍ତୀ ସମୟରେ ଦୂରତା ବଢିବାରେ ଲାଗିଲା।ସେ ଦିନେ ବି ଜାଣିବାପାଇଁ ଚେଷ୍ଟା କରୁ ନଥିଲା କି ଲିସା କେମିତି ଥିବ।ପ୍ରତି ମୁହୂର୍ତ୍ତରେ ବଂଚିବଂଚି ମରୁଥିଲା ଲିସା ।ଏହି ପ୍ରତାରଣା ପାଇବା ପରେ ଲିସା ଆଜି ପାଲଟି ଯାଇଛି ଶାନ୍ତ ଓ ଗମ୍ଭୀରର ପ୍ରତିମାଟିଏ।କେତେ ସପ୍ନ ଦେଖିଥିଲା ଲିସା ତା ସହ ସାରାଜୀବନ କାଟିବ ବୋଲି,ହେଲେ ହେଲା କଣ।ଯେମିତି ସବୁ ଫୁଲର ଭାଗ୍ୟରେ ମନ୍ଦିର ଲେଖା ନଥାଏ, ସେମିତି ସବୁ ପ୍ରେମ ର ଭାଗ୍ୟରେ ସିନ୍ଦୁର ଲେଖା ନଥାଏ ।ଝିଅଟି ଜାଣିଥିଲା ତା ଜୀବନରେ ଏମିତି କିଛି ନା କିଛି ମୋଡ ଆସିବ।ଏବେ ଦୁହେଁ ନିଜେ ନିଜ ପଥ ବାଛି ନେଇଛନ୍ତି ।ତଥାପି ଲିସା ରୀତିକ୍ ର ଅପେକ୍ଷାରେ