ଓଡ଼ିଆ ଗଳ୍ପ ଓ କବିତା - ୨

Others

3  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ପ୍ରେମ ବିବାହ

ପ୍ରେମ ବିବାହ

1 min
7.5K



ଶ୍ରୀ ଅକ୍ଷୟ କୁମାର ସାହୁ

ଅରୁଣ ଘରକୁ ଆସିଛି ଖବରଟା ମିଳିଯିବା ପରେ ତା’ର ସାଙ୍ଗ ଆକାଶ ତାକୁ ଦେଖା କରିବା ପାଇଁ ଯାଇଛି । ତାଙ୍କ ଘରେ ପହଞ୍ଚିକି ପଚାରୁଛି – ଅରୁ କେତେବେଳେ ଆସିଲୁ -ଏଇ ଟିକିଏ ଆଗରୁ । ଆଉ ଚାକିରୀ ବାକିରୀ ଖବର କ’ଣ – ସବୁ ଭଲ । ଆକାଶ ତା ପରେ କହିଲା – ତୋ ବାହାଘର ପାଇଁ ମୁଁ ଭଲ ଝିଅଟିଏ ଦେଖିଛି । ଯଦି ହୁଏ ଆଜି ଜିବା ଦେଖିବା ପାଇଁ ଲୁଚିଛପି ଦେଖି ଆସିବା ବତାଇବା.. । ହଠାତ୍ ଆକାଶର କଥାକୁ ଅରୁଣ କାଟିଦେଇ କହିଲା – ତୁ ଜାଣିନୁ । ମୁଁ ପ୍ରେମ ବିବାହ ହିଁ କରିବି । ବିବାହ ପୂର୍ବରୁ ଜଣେ ଅନ୍ୟଜଣକୁ ଜାଣିବା ନିହାତି ଦରକାର । ବିଚାର ମେଳ ଖାଏ ଓ ଝଗଡ଼ା କମ୍ ହୁଏ । ଯାହାଦ୍ୱାରା ଜୀବନରେ ସଫଳତା ଆସିଥାଏ । ତେଣୁ ମୁଁ ସ୍ଥିର କରିଛି ବିବାହ ପୂର୍ବରୁ ଭଲ ଝିଅଟିଏ ଦେଖି ପ୍ରେମ କରିବି ଏବଂ ପ୍ରେମ ବିବାହ କରିବି । ଚେହେରାରେ ଯେମିତି ଅରୁଣର ଅଜିବ ଚମକ ଥିଲା ଓ ଅଳ୍ପ ଅଳ୍ପ ହସୁଥିଲା । ଅରୁଣର କଥାରେ ଆକାଶ ମନେ ମନେ ଅସନ୍ତୁଷ୍ଟ ହେଲା ଓ କିଛି ସମୟ ଚୁପ୍ ରହିବାପରେ କହଲା – ଯଦି ତୋ ଭଉଣୀ , ଜ୍ୟୋତି ବିବାହପୂର୍ବରୁ କାହାକୁ ଭଲପାଏ ଓ ପ୍ରେମ ବିବାହକରିବାକୁ…..। ଅରୁଣ , କଥାକୁ କାଟି ଦେଇ ରାଗିଯାଇ କହିଲା – ଯଦି ଜ୍ୟୋତି କାହାକୁ ପ୍ରେମ କରେ ତା’ ହେଲେ ଘରର ସଂସ୍କାର , ସମ୍ମାନ ସବୁ ମାଟିରେ ମିଶିଯିବ , ପରିବାରର ବଦନାମି ହେବ । ତେବେ ମୁଁ ଏହା କରିବାକୁ ଦେବି ନାହିଁ । ଏହା କହି ଅରୁଣ ଅନ୍ୟ ଘର ଭିତରକୁ ଚାଲିଯାଇଥିଲା ।


Rate this content
Log in