STORYMIRROR

Ramakanta Swain

Others

4  

Ramakanta Swain

Others

ପିଲାଏ ଆସ ଶୁଣିବା ଗପ

ପିଲାଏ ଆସ ଶୁଣିବା ଗପ

3 mins
264


      ସମୟ ଅପରାହ୍ନ ,ମା ଝିଅ ଏବଂ ପୁଅ ବାଡି ବଗିଚା ରେ ବୁଲୁ ଥାଆନ୍ତି । ବସନ୍ତ ସମୟ ,ରଙ୍ଗ ବେରଙ୍ଗର ଅନେକ ଫୁଲ ଫୁଟିଛି । ମଧୁର ବାସ୍ନାରେ ମନ ପ୍ରାଣ ଉଲ୍ଲସିତ। ହଠାତ୍ ପୁଅ ଲିକୁନ୍ ବଗିଚାରେ ଥିବା ମଧୁ ମାଳତୀ ଗଛ ନିକଟକୁ ଧାଇଁ ଯାଇ ଦେଖିଲା ପ୍ରଜାପତି ଟିଏ ଗୁଣୁଗୁଣୁ ହୋଇ ଫୁଲର ଚାରି ପଟେ ଘୁରି ବୁଲୁଛି । ଆନନ୍ଦରେ ଲିକୁନ୍ ପ୍ରଜାପତିଟିକୁ ଧରିବାକୁ ଚେଷ୍ଟା କରି ବିଫଳ ହେଲା । ପାଖରେ ବସି ଥିବା ତାର ଅପାକୁ ଡାକ

 ପକେଇଲା ।

    ଅପା ,ଅପା ,ଦେଖିବୁ ଆ, । କେଡେ ସୁନ୍ଦର ପ୍ରଜାପତି ! ଫୁଲର ଚାରି ପଟେ ଘୁରି ବୁଲୁଛି । ଆଉ ଗୁଣୁଗୁଣୁ ହେଉଛି । 

ସାନ ଭାଇର ଡାକ ଶୁଣି ସ୍ନିଗ୍ଧା ଯାଇ ପଚାରିଲା କ'ଣ ହେଲା ଏମିତି କାହିଁକି ପାଟି କରୁଛୁ ? ଲିକୁନ୍ କହିଲା ,ଦେଖିଲ ଅପା ଏଇ ସେ ପ୍ରଜାପତିଟି ଭାରି ସୁନ୍ଦର ହୋଇଛି । ମତେ ସେଇ ପ୍ରଜାପତିଟି ଧରି ଦିଅ ,। ସ୍ନିଗ୍ଧା କହିଲା , ଶୁଣ୍ ଲିକୁନ୍ ତୁ ଯଦି ଏହି ପ୍ରଜାପତି ଟି ଧରିବୁ ତେବେ ତାକୁ କଷ୍ଟ ହେବ । ତାର କୋମଳ ଶରୀର ଆମ ମାନଙ୍କ ହାତରେ କଷ୍ଟ ପାଇ ହୁଏତ ଅଳ୍ପ ସମୟରେ ମରି ଯାଇପାରେ । ସେଥି ପାଇଁ ତା'ର ମାଆ ମଧ୍ୟ ତା ପିଲା କୁ ଝୁରିଝୁରି ମରିଯିବ । ଏଥିରେ ଆମର ଅନେକ କ୍ଷତି ହେବ ।

    ଲିକୁନ୍ ପଚାରିଲା । ଅପା ଏଇ ଛୋଟ ପ୍ରଜାପତିଟି ମରିଗଲେ ଆମର କଣ୍ କ୍ଷତି ହେବ ? ସ୍ନିଗ୍ଧା କହିଲେ ଶୁଣ । ଏଇ ଗୋଟିଏ ପ୍ରଜାପତି ନୁହେଁ।ଅନେକ ଛୋଟ ଛୋଟ କୀଟପତଙ୍ଗ ଅଛନ୍ତି ସେମାନଙ୍କ ପାଇଁ ଆମେ ସୁସ୍ଥ ନିରାମୟ ଜୀବନ ଧାରଣ କରୁଛେ । ଏହି କୀଟ ପତଙ୍ଗ ମାନେ ପରିବେଶର କ୍ଷତି କାରକ ଜୀବାଣୁ ମାନଙ୍କୁ ନଷ୍ଟ କରିବାରେ ସହାୟ ହୁଅନ୍ତି । ଯେଉଁଥି ପାଇଁ ଆମର ପରିବେଶ ଶୁଦ୍ଧ ଏବଂ ନିର୍ମଳ ହୁଏ । ଏହି ପ୍ରଜାପତି ହେଉ କିଂବା ମହୁମାଛି ହୁଅନ୍ତୁ ଏମାନେ ମଣିଷ ପାଇଁ ଉପକାରୀ ବନ୍ଧୁ । ମହୁମାଛି ଟିଏ ଫୁଲରୁ ମଧୁ ସଂଗ୍ରହ କରେ ଯାହା ମଣିଷର ଏକାନ୍ତ ଆବଶ୍ୟକ। ଏବଂ ଏହି ମହୁ ଅନେକ ରୋଗର ନିରାକରଣରେ ସହାୟ ହୁଏ । ଏମାନଙ୍କ ପାଇଁ ପ୍ରକୃତି ରାଣୀ ଏହି ଫୁଲ ସୃଷ୍ଟି କରିଛି । ଯାହା ମାନବ ସମାଜର ଅନେକ ଉପକାରରେ ଆସେ । 

    ହେଲେ ଆଜି ବିଡ଼ମ୍ବନାର ବିଷୟ ଆମେ ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ବନ ଉପବନ ନଷ୍ଟ କରି ପରିବେଶକୁ କ୍ଷତି ପହଞ୍ଚାଇ ଅନେକ ରୋଗର ଶିକାର ହେଉଛୁ । ଗଛ ଲତା ସମଗ୍ର ଜୀବ ଜଗତର ଜୀବନଦାତା । ଏକଥା ଆମେ ଆଜି ଭୁଲି ଯାଉଛେ। ମଣିଷର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବୃକ୍ଷ ଲତା ଆବଶ୍ୟକ ହେଉ ଥିବା ବେଳେ ଆମେ ବୃକ୍ଷର ବିନାଶ ଘଟାଇ ସଂସାରର ପ୍ରଭୂତ କ୍ଷତି କରୁଛୁ । ଯେମିତି କି ବୃକ୍ଷ ଲତା ବିନା କୀଟ ପତଙ୍ଗ, ପକ୍ଷୀ ଜୀବଜନ୍ତୁ,ସମସ୍ତଙ୍କ ଜୀବନ ଅଧୁରା ।

    ଫୁଲ ଫୁଟି ତାର ସୁଗନ୍ଧରେ ଆମକୁ ଯେତିକି ଆନନ୍ଦ ଦିଏ ତା ଠାରୁ ଅଧିକ ଜୀବନ ରକ୍ଷାକାରୀ ହୋଇ ଥାଏ । ପ୍ରଜାପତି ଓ ମହୁମାଛି ପ୍ରକୃତିର ଶୋଭା ବର୍ଦ୍ଧନ କରିବା ସହିତ ପରିବେଶକୁ ଶୁଦ୍ଧ ନିର୍ମଳ ରଖିବାରେ ସହାୟ ହୁଏ । କଣ ଏଥର ବୁଝିଲ ନା ଲିକୁନ୍ ବାବା ? 

     ହଁ ,ହଁ ଅପା ;ଆଉ ସେଇ ପ୍ରଜାପତିକୁ ଧରିବା ନାହିଁ। ତାକୁ କି'ବା ତାର ମାଆକୁ କଷ୍ଟ ଦେବା ନାହିଁ । ମୁଁ ଆଜି ଠାରୁ ସେମାନଙ୍କ ସୁରକ୍ଷା ପାଇଁ ସବୁବେଳେ ଧ୍ୟାନ ରଖିବି । ଏବଂ ବୃକ୍ଷଲତା ଲଗାଇବି । ମଣିଷ ମାନଙ୍କ ଉପକାରୀ ବନ୍ଧୁ ବୃକ୍ଷକୁ ବଞ୍ଚାଇ ରଖିବା ଆମର ଦାୟିତ୍ବ।ଏକଥା ମୁଁ ଆଜି ଠାରୁ ବୁଝିଗଲି । ଆଉ ଗଛ ଟିଏ ନଷ୍ଟ ହେବାକୁ ଦେବି ନାହିଁ ବରଂ ଗଛ ଲଗାଇ ସମାଜର ମଙ୍ଗଳ ପାଇଁ କାମ କରିବି । ସବୁ ସମୟର ସାଥୀ ମୋର ବୃକ୍ଷ ଲତା । ଯାହା ପ୍ରକୃତିର ଦାନ । ତାର ସୁରକ୍ଷା ଆମର ଜୀବନ ରକ୍ଷା । ଏହି ବାର୍ତ୍ତା ସମାଜର ସବୁ ବର୍ଗଙ୍କୁ ବୁଝିବା ଉଚିତ । ଆସନ୍ତୁ ଆମେ ସମସ୍ତେ ମିଳିମିଶି ସମାଜର ଶ୍ରେଷ୍ଠ ବନ୍ଧୁ ବୃକ୍ଷ ଲତା ଲଗାଇବା । ବୃକ୍ଷ ଲତା ବଞ୍ଚିଲେ ଆମେ ବଞ୍ଚିବା । ସାଥୀ ହୋଇ ସାଥୀଟିଏ ଲଗାଇ ଜୀବନ ଜୀଇଁବା। ଯିଏ ହେବ ଆମ ସମାଜର ସବୁ ସମୟର ବନ୍ଧୁ ।


Rate this content
Log in