ନେହା
ନେହା


ମୁଁ ଯଦି ସେଦିନ ତା କଥା ଶୁଣିଥାନ୍ତି, ଆଜି ତା ହେଲେ କାହାଣୀ କିଛି ଅଲଗା ହେଇଥାନ୍ତା , ମୋ ଡ଼ାଇରୀ ଭିତରେ ତା ଫୋଟୋ ନୁହେ ସେ ଆଜି ମୋ ପାଖରେ ବସିଥାନ୍ତା |
ଛାଡ଼, ଏବେ ଭାବି ଆଉ ଲାଭାନାହିଁ,
ଲାଭ? ସମ୍ପର୍କରେ ଲାଭ କ୍ଷତି କେଉଁଠୁ ଆସିଲା??
ସମ୍ପର୍କ? କଣ ସେ ସମ୍ପର୍କ?
କଣ ସେ ସମ୍ପର୍କର ନାଁ ?? ............
" କିଛି ଆଖ୍ୟା ଦେଇ ପାରିବ ସେ ସମ୍ପର୍କକୁ ?, ପିଲାଳିଆମୀ ଢଙ୍ଗରେ ପଚାରିଲା ଥିଲା ନେହା, ହାତରେ ନ ନାଲିଚା ଆଉ ସେ ଚା'ରେ ଅଦା| ଚା 'ରେ ଅଦା ନମିଶିଲେ ତାକୁ ଭଲଲାଗେନି, ହାଃ ହାଃ !!! ପାଗିଳି ଟା, ମୁଁହରେ ବାଡ଼ବତ| ନାହିଁ.... କିଛି କହିକୁଛି, ମୋତେ ତାର ଏଇ କଥା ତ ମୋତେ ବହୁତ ଭଲଲାଗେ, ତାର ସେଇ ପିଲାଳିଆମି, ନିରୀହତା..... ତାର ସେ କଜଳଲାଗ କଥାକୁହା ଆଖି.....
ଭୁବନେଶ୍ୱର ଷ୍ଟେସନ ର ସାତ ନମ୍ବର ଗେଟ ରୁ ଦୁଇଶହ ମିଟର ଗଲେ ଚରଣ ଚା' ଦୋକାନ, ବହୁତ ଭିଡ଼ ସବୁବେଳେ, ମୋର ନୀତିଦିନିଆ ଖଟି, ଚା ସିଗାରେଟ ସହ ନିଜ ସହ କିଛି ସମୟ ବିତେଇବା ପାଇଁ ଭଲ ଜାଗାଟିଏ|
ଦୁଇ କପ ଚା ତିନୋଟି ସିଗାରେଟ ଆଉ ସାମ୍ନା କୋଚିଂ ସେଣ୍ଟରରୁ ବିରତି ନେଇ ଆସିଥିବା ପିଲାମନଙ୍କ ଭିତରେକେତେବେଳେ ଘଣ୍ଟା ଘଣ୍ଟ କଟିଯାଏ ଜଣାପଡ଼େନି| ବାଲେଶ୍ୱରରୁ ରାଜଧାନୀ ଆସିବାପରେ କେହି ନିଜର ନଥାନ୍ତି, ଏଇ ସହରରେ, ସ୍ୱାର୍ଥପର ମାନଙ୍କ ବସ୍ତି! କିନ୍ତୁ ମୁଁ ଏବେ ଆଉ ଏକ ନୁହେଁ, କିଛି ସମୟ ପୂର୍ବରୁ ମୋତେ କେହି ଜଣେ ମିଳି ଯାଇଛି, ଯିଏ ବେଶୀ ନିଜର ନୁହେଁ ମାତ୍ର ଚିହ୍ନା ଚେହେରା ଟିଏ, ନେହା |
ନେହା କିଏ?
ମୁଁ କହିବିନି, କହିଦେଲେ କାହାଣୀର ରୋମାଞ୍ଚକତା ଆଉ ରହିବନି...........
"ମୁଁ ଚରଣ ଦୋକାନ ପାଖରେ ଅଛି, ନ ଆସିଲେ ବି ଚଳିବ, ମୁଁ କାହାକୁ ବାଧ୍ୟ କରିବିନି, " ମୁଁ ବ୍ୟସ୍ତ ଅଛି ବୋଲି କହିବା ପୂର୍ବରୁ ସେ ଫୋନେ କାଟି ଦେଲା |
ଟିକେ ବ୍ୟସ୍ତ ଲାଗିଲା, କାମ ଛାଡି ଆସିଲି ଚା ଦୋକାନକୁ, ଦେଖେ ତା ମୁଂହ ହାଣ୍ଡି କରି ବସିଛି |
ବହୁତ ବାଧ୍ୟ କଲାପରେ କହିଲା, ପ୍ରେମିକ ସହ ଝଗଡା କରି ଆସିଛି ସେ, ମୁଁ ବି ସୁଯୋଗକୁ ହାତଛାଡ କଲି ନାହିଁ, ନିଜକୁ ପ୍ରେମ ବିଶାରଦ ସଜେଇ କିଛି ଉପଦେଶ ଦେଇଦେଲି, ବୋଧେ ମୋ କଥା କାମ କରିଗଲା, ତାପରା ଦିନ ସେ ଖୁସି ଥିଲା,
ମୁଁ କାରଣ ପଚାରିନି, ସେ ବି କହିଲାନି |
ସେ ଖୁସି ଥିଲା, ସେଇଥି ପାଇଁ ବୋଧେ ମୁଁ ଖୁସି ଥିଲି!!!
ଚା ଦୋକାନରେ ଦେଖା ହେବା, କିଛି ଗପସପ କରିବା....ଇତି ମଧ୍ୟରେ ତିନିମାସ ମାସ ବିତି ଯାଇଥାଏ, ନେହା ମୋ ଜୀବନରେ ଗୋଟେ ଅଂଶ ପାଲଟି ଯାଇଥାଏ.........
" କିଛି କଥା ଅଛି, ଦେଖା ହେଇପାରିବ| ? କାଲି ଚା ଦୋକାନ ପାଖରେ | " ହଁ କି ନାହିଁ କିଛି କହିଲାନି ସେ, ବୋଧେ ସେ ଶବ୍ଦର ଗମ୍ଭୀରତାକୁ ବୁଝିଯାଇ ଥିଲା |
"ମୁଁ କଲି ସହର ଛାଡି ଯାଉଛି | " ସିଗାରେଟର ଧୂଆଁ ବିରକ୍ତି କରିନଥିଲା |
"କିନ୍ତୁ କାହିଁକି ? ମୁଁ ଷ୍ଟେସନ ଆସିପାରିବି| କାମ ଅଛି " ସେ ପଚାରିଲା |
ମୁଁ କିଛି ନକହି ସ୍ମିତ ହାସ୍ୟଟେ ଦେଲି |
ଯିବା? ବିଳମ୍ବ ହେଉଛି? ଚା କପକୁ ରଖି ଚାଲିଲା ସେ |
ତାପରେ ଆଉ କେବେ ଦେଖା ହେଇନି ନେହା ସହ| ବହୁତ କାନ୍ଦିଥିବ ସେ, ମୁଁ ଜାଣିଚି |
ମୋତେ ଅଟକାଇଲନି, ଅଟକାଇଥିଲେ ବୋଧେ ମୁଁ ରହି ଯାଇଥାନ୍ତି, ସେଇଠି ପାଇଁ ତ ସେ କିଛି କହିଲାନି...........
"ସେ ଆଉ କେବେ ଦେଖା ହବନି, ଥରୁଟିଏ ବି ଦେଖା ହବନି, "
ଯଦି କେବେ ଡକାହ ହୁଏ କିଛି କହିବି ତାକୁ
ସେ ପଚାରିଥିବା ପ୍ରଶ୍ନର ଉତ୍ତର.... ସେ ସମ୍ପର୍କର ନାଁ