ନା ମୁଁ ପାରିବିନି
ନା ମୁଁ ପାରିବିନି


ବହି ଥାକ ସଫା କରୁକରୁ ଆଜି ଗୋଟେ ବହି ପାଇଲି। ବହୁତ ପୁରୁଣା ବହି ଟିଏ। ମଲାଟ ଉପରେ ଧୂଳି ବି ବସି ଯାଇଥିଲା। ମନରେ ଭାରି ଇଚ୍ଛା ହେଲା ବହିଟିକୁ ଖୋଲି ପଢ଼ିବା ପାଇଁ। ପ୍ରଥମ ପୃଷ୍ଠା ଓଲଟାଏ ତ ନଜର ପଡିଲା ଏକ ବାକ୍ୟ ଯାହାକି ତଳେ ନୀଳ ଗାର ଦ୍ଵାରା ରଙ୍ଗୀନ୍ ହୋଇଅଛି। ବାକ୍ୟ ଟି ଥିଲା "ତୁମେ ପାରିବ"। ଜାଣିନାହିଁ କେଉଁ ଭାବନା ରେ ସେତେବେଳେ ଏହି ବାକ୍ୟ ଟିକୁ ମୁଁ ଗାର ଦେଇଥିଲି। କିନ୍ତୁ ଆଜି କାଇଁ ଏ ବାକ୍ୟ ଟି ମତେ ବହୁତ ଭାବନା ଆଡ଼ିକି ଟାଣି ନଉଛି। ମନରେ ଭାବନା ର ଉଦବେଗ ହେଉଅଛି। ବାକ୍ୟ ଟି କେଉଁ ଭାବନା କୁ ଇଙ୍ଗିତ କରୁଛି ଜାଣି ହେଉନାହିଁ। ଏହା କଣ ମୋତେ କହୁଛି କି ମୁଁ ଜଣେ ସଫଳ ଶିକ୍ଷାବିତ୍ ହୋଇ ପାରିବି ନା ମୁଁ ଜଣେ ଭଲ ପୁତ୍ର ବା ଭାଇ ହୋଇ ପାରିବି? ମୁଁ ତୁମକୁ ଭୁଲିଯାଇ ପାରିବି ନା ନୂଆ ଏକ ସମ୍ପର୍କ ଗଢ଼ି ପାରିବି? ଏମ ଚକ ଅନେକ ଭାବନା ମନରେ ଆନ୍ଦୋଳିତ ହୋଇ ଉଠୁଥିଲା।
ହଠାତ ମନରେ ସ୍ତିରତା ଆସିଲା। ଭାବନା କେନ୍ଦ୍ରୀଭୂତ ହେବାକୁ ଲାଗିଲା। ମୁଁ ଭାବିବାକୁ ଲାଗିଲି ମୁଁ କଣ ଏକ ଭଲ ପୁତ୍ର ହୋଇ ପାରିବି? ମୋର ଜନ୍ମ ଦାତାଙ୍କୁ ମୁଁ କଣ ଖୁସି ଦେଇପାରିବି? ବୋଉ ର ପେଟ ଭିତରେ ଥାଇ ଗୋଇଠା ମାରିବାର କଷ୍ଟ କଣ୍ ମୁଁ ଲାଘବ କରି ପାରିବି? ଅଧ ରାତି ରେ ଉଠି ପଡି କାନ୍ଦି କାନ୍ଦି ବୋଉ କୁ ଉଠେଇ ଦିଏ। ଦିନ ସାରା କାମ କରି ଥକି ଯାଇଥିବା ବୋଉ କୁ ଫୁଣୀ ରାତି ରେ ଉଠେଇ ଦେଇଥିବା କଷ୍ଟ କଣ୍ ମୁଁ ଦୂର କରି ପାରିବି? ନନା ବୋଉ ଦେଇଥିବା ସ୍ନେହ ପ୍ରେମ ର ଋଣ କଣ୍ ମୁଁ ସୁଝି ପାରିବି? ନା ନା ନା ଏ ଜନ୍ମ ତ ନୁହଁ ସାତ ଜନ୍ମ ରେ ବି ମୁଁ ଏ ଋଣ ଶୁଝି ପାରିବିନି। ନା ମୁଁ ପାରିବିନି।