ମୁନିର ପ୍ରଶ୍ନ ଓ ବାପାର ଉତ୍ତର
ମୁନିର ପ୍ରଶ୍ନ ଓ ବାପାର ଉତ୍ତର
ଛ'ବର୍ଷ ବୟସର କୁନି ଝିଅ ମୁନି ପ୍ରାଥମିକ ବିଦ୍ୟାଳୟ ରେ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା। ପାଠପଢା ସହ ଖେଳକୁଦ ରେ ତାର ବେଶ୍ ରୁଚି ଥିଲା । ତା' ବାପା ହେଉଛି ଗୋଟେ ଶ୍ରମିକ । ଯିଏ ଦିନ ରାତି ପରିଶ୍ରମ କରି ଘର ଚଳାଏ । ମାଁ ହେଉଛି ଗୃହିଣୀ , ମୁନି ଓ ତା' ଭାଇ ମୁନା ଦିନେ ଲୁଚକାଳି ଖେଳିବାକୁ ନିଜ ନିଜ ସାଙ୍ଗମାନଙ୍କୁ ଡାକିଲେ । ସମସ୍ତେ ଆସି ପହଞ୍ଚିଲେ, ବରଗଛ ପାଖରେ ଛିଡ଼ା ହୋଇ ଖେଳ ଆରମ୍ଭ କରିବା କଥା କହିଲେ ।
ସେମାନଙ୍କ ମଧ୍ୟରୁ ଜଣେ କହିଲା, "ଆରେ ରହ , ରିଚା ଏ ପର୍ଯ୍ୟନ୍ତ ଆସିନି , ମୁନି ତୁ ଟିକେ ଯାଇ କି ତାକୁ ଡାକି
ଆଣେ !"
"ରିଚା କୁ ଡାକିବା ପାଇଁ ତୋ ଟୁନା ଯାଇଛି କ'ଣ ସେ ଏ ପର୍ଯ୍ୟନ୍ତ ଆସିନି , ମୁଁ ଏଇନେ ଯାଇକି ଦେଖେ ।" କହି
ରିଚା ଘରକୁ ଗଲା; ସେଠାରେ ରିଚା ମାଁ, ତା' ଖୁଡି ଓ ଦୁଇ ଜଣ ପଡୋଶୀ ସେଠାରେ ରିଚା ର ବଡ଼ ଭଉଣୀ କୁ ବହୁତ ଜୋର୍ ରେ ପାଟି କରି କହୁଥିଲେ ," ତୋତେ କଲେଜ୍ କ'ଣ ପଢିବା ପାଇଁ ଛାଡ଼ ଦିିଆଗଲା ତୁ ତୋ ଆମ କୁୁ ହିଁ ନଲେଜ୍ ଦେଇ ବସିଲୁ !"
"ସେଥିପାଇଁ ମୁଁ କୁହେ ଝିଅ ପିିିଲାଙ୍କୁୁ ଟିିିିକିଏ ହାତ ଛଡ଼ା କଲେ,ସେମାନେ ପୁରା ହାତରୁ ହିଁ ଖସି ଯା'ନ୍ତି ।" ପଡୋଶୀ ଟି କହିଲା ।
ମୁୁୁନି ଚୁପ୍ ଚାପ୍ ଏମାନଙ୍କ କଥା ଶୁଣି ସେଠାରୁ ଫେରି
ଆସିଲା । ଲୁଚକାଳି ଖେଳ ଖେଳିି ସନ୍ଧ୍ୟା ରେ ଦୁଇ ଭାଇ, ଭଉଣୀ ଘରକୁ ଫେରିଲେ । ଦୁହେଁ ଗୋଡ଼ହାତ ଧୋଇ ଘରକୁ ପଶିଲେ , ମାଁ ଦୁହିଁଙ୍କୁ ଖାଇବା ପାଇଁ ମୁଢ଼ି ଦେଲେ ।
ମୁନା ତୋ ଆରାମ ରେ ମୁୁୁଢ଼ି ଖାଇବାକୁ ଲାଗିିଲା, ହେଲେ ମୁୁୁନି ଟିକିଏ ଅନ୍ୟମନସ୍କ ଭାବରେ ଖାଉ ଥାଏ । ମୁନି କୁୁ ଏମିତି କରିବା ଦେଖି ତା' ବାପା କହିଲେ, "ମୁୁୁନି ଯଦି ତୋର ଖାଇବାର ଇଚ୍ଛା ନାହିଁ ତାହେଲେ ତାକୁ ଏମିତି ନଷ୍ଟ କରୁୁୁୁଛୁ କାହିଁକି ? "
"ବାପା ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିବିି ? "
" ହଁ କହୁନୁ କ'ଣ ଯେ ", ତା' ବାପା କହିଲେ ।
"ବାପା, ଝିଅ ମାନେ ହାତରୁ ଖସି ଯା'ନ୍ତି କହିଲେ କ'ଣ ? " ତା' ବାପା ଟିକିଏ ଶାନ୍ତ ହୋଇ ପଡିଲେ ଓ କହିିିିଲେ, "ଝିଅ ମାନେ ହାତରୁ ଖସିବା ମାନେ ହେଉଛି, ପାଠପଢି ଚାକିରି କରି ନିଜ ଗୋଡ଼ରେ ନିଜେ ଛିଡ଼ା ହେବ, ଭଲ ଭଲ ଡ୍ରେସ୍ ପିନ୍ଧିବା, ବଡ଼ ବଡ଼ ଲୋକ ମାନଙ୍କ ସହ କାମ କରିବା । "
"ତାହେଲେ ଝିଅ ମାନେ ତୋ ହାତରୁ ଖସିବା ବହୁତ ଭଲ ନା ବାପା ।"
ତା' ବାପା ହସି କିି କହିଲେ, "ହଁ ତୁୁୁମେ ଠିକ୍ ବୁଝିଲ ।"
