STORYMIRROR

Debabrata Samal

Others

5.0  

Debabrata Samal

Others

ମୁଁ ଆଉ ସେ

ମୁଁ ଆଉ ସେ

1 min
1.3K


ସମୁଦ୍ର ର ଦୁଇ ପାର୍ଶ୍ୱରେ, ନିରୋଳା,ନିକାଞ୍ଚନ,ମୃଣ୍ମୟୀ ସନ୍ଧ୍ୟାର ସୂର୍ଯ୍ୟାସ୍ତ ସମୟ,ମୁଁ ଆଉ ସେ ଯେତେ ଚେଷ୍ଟା କଲୁ ହେଲେ ମିଶି ପାରୁନଥାଉ। ସମୁଦ୍ର ବିଚ୍ ର ଖୁବ୍ ନିରୋଳା ସନ୍ଧ୍ୟା ରେ ଦଳ ଦଳ ହୋଇ କାଆଁ ଭାଆଁ ପକ୍ଷୀ ଗୁଡାକ ଏଣେ ତେଣେ ଖୁବ୍ ଆନନ୍ଦ ରେ ଉଡୁଥାନ୍ତି। ତେଣେ, ସାଗର ର ଲହରୀ ମାଳା ସାଗର ର ଗୋଟିଏ ପ୍ରାନ୍ତ ରୁ ଆରକ ପ୍ରାନ୍ତ ଯାଏ ଜାଗ୍ରତ ପ୍ରହରୀ ପରି ପଇଁତରା ମାରୁଥାନ୍ତି, ତଥାପି ମୋ ମନ ଭିତରେ ରହିଛି ଅସୁମାରୀ ଆଶା ଓ ବିଶ୍ବାସ କିଛି କ୍ଷଣିକ ପାଇଁ ତା ସହିତ ମିଶିଯିବାକୁ ଆଉ ଏ ସଂସାର ଠାରୁ ବହୁଦୂରକୁ ଚାଲିଯିବାକୁ,ଯେଉଁ ଠାରେ ଆମେ ଦୁହେଁ ଅର୍ଥାତ୍ ମୁଁ ଆଉ ସେ ହଁ ଦୃଶ୍ୟମାନ ହେଉଥିବୁ। ସେମାନଙ୍କ ଭୟରେ ପାଗଳ ଭଅଁର ଗୁଡାକ ମଧ୍ୟ ଭୟଭୀତ ହୋଇ ଯାଉଥାନ୍ତି ସତେ ଯେପରି ସେହି ଭିଡ଼ ଭିତରେ ତାଙ୍କର କେହି ଜଣେ ଅତି ସୁପରିଚିତ।

ତଥାପି ମୋ ମନ ଭିତରେ ରହିଛି ଦୃଢ଼ ଆଶା ଏବଂ ବିଶ୍ଵାସ ର ମଞ୍ଜି ଯାହାକି ଦିନେ ବିଶାଳ ଦ୍ରୁମ ରେ ପରିଣତ ହେବ। ତାହାକୁ ନେଇ ମୁଁ ଆଉ ସେ ଅଶାନ୍ତ ସାଗର ର ଲହରୀ ସହ ମିଶିଯିବୁ।ଏକ ରୁ ଅଭିନ୍ନ,ଯେଉଁ ଠାରେ ନ ଥିବ ଅଶାନ୍ତ ସାଗର ର ଲକ୍ଷ୍ମଣ ରେଖା,ନଥିବ ସଂସାର ର ମୋହ,ମାୟା ଓ ରାଗ,ଋଷା କେବଳ ଥିବ ଏକ ଅଭିନ୍ନ ଆତ୍ମା ମୁଁ ଆଉ ସେ।

ରଚନା-ଦେବବ୍ରତ ସାମଲ,ସାହାଡ଼ା ପୁର,କେନ୍ଦୁଝର


Rate this content
Log in

More oriya story from Debabrata Samal