ମୋ ଜୀବନ, ମୋ ସ୍ୱପ୍ନ
ମୋ ଜୀବନ, ମୋ ସ୍ୱପ୍ନ


ବିଶାଳ ଏ ବିଶ୍ୱ ବକ୍ଷରେ ଜଗତ ପୁର ଗୋଟେ ଛୋଟ ଗାଆଁ । ସେହି ଗାଆଁ ରେ ଆମ ଛୋଟ ପରିବାର କହିଲେ ମୁଁ, ମୋ ବାପା ଓ ମୋ ମାଆ ବାସ କରୁ । ବାପା ଶିକ୍ଷକତା କରନ୍ତି । ବାପା ନିଜେ ଶିକ୍ଷକ ଯେହେତୁ ମୁଁ ଭଲ ପାଠପଢି ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୁଏ ବୋଲି ଆଶା ବାନ୍ଧିଥାନ୍ତି । ସବୁବେଳେ ସତ୍ ଉପଦେଶ ଦିଅନ୍ତି । ନିଜ ଜୀବନ ପାଇଁ ସୁନ୍ଦର ସ୍ୱପ୍ନ ଦେଖିବାକୁ କହନ୍ତି । ବାପା ଓ ମାଆଙ୍କ ଆଶାକୁ ଜୀବନ୍ତ କରିବା ପାଇଁ ମୁଁ ସବୁବେଳେ ଭାବେ ସତରେ ମୁଁ ଏମିତି ଏକ ସ୍ୱପ୍ନ ଦେଖିବି ଯାହାକୁ ପୂରଣ କରିବା ପାଇଁ ମୋ ଆଖିରୁ ନିଦ ହଜିଯିବ । କାରଣ ଖାଇ ପିଇ ବଞ୍ଚିବା ବ୍ୟତୀତ ଜୀବନର ଗତି ପଥରେ ବିଭିନ୍ନ ସ୍ତର ଦେଇ ଗତି କରିବାକୁ ପଡିଥାଏ । ବଡ ହେବାକୁ ହେଲେ ବହୁ ଘାତ ପ୍ରତିଘାତ ସହିବାକୁ ହୁଏ । କେବଳ ଆହାର ସଂଗ୍ରହ ପାଇଁ ନୁହେଁ, ସମାଜରେ ନିଜର ସ୍ଥିତିକୁ ସୁଦୃଢ଼ କରିବାକୁ ହେଲେ ନିଜ ଉପରେ ବିଶ୍ୱାସ, ଗଭୀର ନିଷ୍ଠା ତଥା ପ୍ରଚେଷ୍ଟା କରିବା ଦରକାର ବୋଲି ବାପା ମୋତେ ବାରମ୍ବାର ବୁଝାନ୍ତି । ବାପାଙ୍କ ଭାଷାରେ ସଂସାରରେ ଦୁଇଟି ରାସ୍ତା ଅଛି । ଭଲ ଓ ମନ୍ଦ । ମନ୍ଦ ରାସ୍ତାରେ ଯାଇ ପ୍ରଚୁର ଅର୍ଥ ଉପାର୍ଜନ କରିବା ଅପେକ୍ଷା ଭଲ ରାସ୍ତାରେ ନିଜର ବୁଦ୍ଧି, ବିବେକ ତଥା ଜ୍ଞାନକୁ ଖଟାଇ ଜୀବନରେ ସୁଖ,ଶାନ୍ତି ଏବଂ ବିଜୟ ଲାଭ କରିବା ଯଥେଷ୍ଟ ଭଲ । ମନ୍ଦ ପଥ ସର୍ବଦା ଅଧୋଗତି ଆଡକୁ । ତେଣୁଁ ମୁଁ ବାପାଙ୍କର ଏହି ମୂଲ୍ୟବାନ ସତ୍ ଉପଦେଶକୁ କରି ମୋ ଜୀବନକୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖେ । ମୋର ସ୍ୱପ
୍ନ ଜଣେ ଭଲ ଡାକ୍ତର ହେବା ପାଇଁ ସ୍ଥିର କଲି । ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ପାଠ ପଢିଲି ଡାକ୍ତର ହେବା ପାଇଁ । ଆଧୁନିକ ଯୁଗରେ ରୋଗ ସଂଖ୍ୟା ବଢିବା ସହ ରୋଗୀ ସଂଖ୍ୟା ମଧ୍ୟ ବୃଦ୍ଧି ପ୍ରାପ୍ତ ହେଉଛି । ତେଣୁ ଜଣେ ଉତ୍ତମ ଡାକ୍ତର ହୋଇ ଦରିଦ୍ର ଜନସାଧାରଣ ବ୍ୟୟ ସାପେକ୍ଷ ଚିକିତ୍ସାରୁ ବଞ୍ଚିତ ନ ହେବା ପାଇଁ ବିନା ଅର୍ଥରେ ସେମାନଙ୍କର ସେବା କରିବି । ଚିକିତ୍ସା ସମୟରେ ସେମାନଙ୍କ ପ୍ରତି ସହାନୁଭୂତିସୂଚକ ମଧୁର ବଚନ କହି ସେମାନଙ୍କ ଯନ୍ତ୍ରଣା ଲାଘବ କରିବି । କାରଣ ଜଣେ ସୁଚିକିତ୍ସକ ସମାଜରେ ଉଚ୍ଚ ସମ୍ମାନର ଅଧିକାରୀ । ଯାହା ବାପା ମୋ ଠାରୁ ଆଶା କରନ୍ତି । ବାପାଙ୍କ ଆଶାକୁ ସାକାର କରିବାକୁ ଯାଇ ସ୍ୱକର୍ତ୍ତବ୍ୟ ବଳରେ ମୁଁ ମୋ ସ୍ୱପ୍ନକୁ ଜୀବଦାନ ଦେଇ ଆଜି ଜଣେ ସୁପ୍ରତିଷ୍ଠିତ ଡାକ୍ତର ହୋଇ ପାରିଛି।ମୋର କର୍ତ୍ତବ୍ୟ ନିଷ୍ଠା, ସେବା ମନୋବୃତ୍ତି ଦେଖି ବାପାଙ୍କ ହୃଦୟ ପୁତ୍ର ସ୍ନେହରେ ପୁରି ଉଠିଛି । ମୋ ପରି ପୁତ୍ରକୁ ଜନ୍ମଦାନ କରି ତାଙ୍କ ପିତୃତ୍ୱ ଯେତେବେଳେ ଖୁସିରେ ବିଭୋର ହୋଇଉଠେ ଆନନ୍ଦରେ ମୋ ଆଖିରୁ ଦୁଇ ଧାର ଲୁହ ବହିଯାଏ, ଯାହାକୁ ମୋ ମାଆ ତା ପଣତରେ ପୋଛି ତା ଛାତିରେ ଜାକି ଧରି ପୁତ୍ର ସ୍ନେହାମୃତକୁ ପାନ କରେ।