STORYMIRROR

Gelamani Pradhan

Others

3  

Gelamani Pradhan

Others

ମନେପଡ଼େ

ମନେପଡ଼େ

2 mins
314


   ମନ ଖୁସିରେ ଧାଉଁ ଥିଲି ସ୍କୁଲକୁ। ଖେଳିବି, ନାଚିବି, ଗୀତ ଗାଇବି ବୋଲି। କିଛି ଦିନ ବିତିଗଲା ପରେ ଘରେ ପଢିବାକୁ କହିବାବେଳେ ଶୋଇପଡୁଥିଲି ଆଉ ବାହାନା କରି ଖାଉନଥିଲି, ଋଷି ବସୁଥିଲି। ଏମିତି ଲାଗୁଥିଲା ମତେ ସ୍ନେହ କରୁନାହାନ୍ତି ଆଉ ସେଇଥିପାଇଁ ପଢିବାକୁ କହି ବୋଧେ କୁଆଡେ ଯିବେ ଚାଲି ଆସିବେନି ଆଉ ଫେରି ।ମାଆଙ୍କ ପାଖେ ଅଳି କରି ନ ପଢି ଶୋଇପଡେ, ଉଠିପଡ଼େ ବାପାଙ୍କ କଥା ପୁଣି ପଚାରି ଅଳି କରେ । ବାପାଙ୍କୁ ଦେଖି ପୁଣି ହସିଦିଏ । ଦାଦାଙ୍କ କଥା ମନେପକାଇ ବହି ଧରେ ଆଉ ସ୍କୁଲ ଯିବି ଶୀଘ୍ର କହି ଶୋଇପଡେ। 


    ସକାଳୁ ଉଠେ ପାଞ୍ଚଟା ବେଳେ ବାପା-ମାଆଙ୍କୁ ପ୍ରଣାମ କରେ । ମୋ ସାଙ୍ଗ ସାଥିଙ୍କୁ ଦେଖି ବହି ଧରେ ଆଉ ଦାଦାଙ୍କୁ ଦେଖି ବସି ରହେ । ସାଙ୍ଗ ସାଥିଙ୍କୁ ଦେଖି ରହେ। ମୋ ମନ କଥା ଜାଣି ଦାଦା ହସନ୍ତି, ଚକଲେଟ୍ ଦେଇ ପଢ଼ିବାକୁ କୁହନ୍ତି। ଖୁସିରେ ଧାଇଁ ମାଆଙ୍କୁ ଦେଇ ଆସି ପଢ଼େ ବସି ଯାହା ଦେଲେ ପଚାରିଲେ କହେ । ଅଧିକ ତ ସାଙ୍ଗ ସାଥୀର ଖାତା ଦେଖି ମୁରୁକି ମୁରୁକି ହସେ ମୁହିଁ।


     ସ୍କୁଲକୁ ଯିବା ପାଇଁ କରେ ମନ କିନ୍ତୁ ଦାଦା ସାଥିରେ ନ ଗଲେ ଅଭିମାନ କରେ । ଠକ କରି କହେ ଜୋର ହେଉଛି ମତେ ବୋଲି। କିନ୍ତୁ ଦାଦା ଜାଣନ୍ତି ଆଉ ସାଥିରେ ସ୍କୁଲକୁ ନିୟନ୍ତି ଛାଡ଼ିଆସିଲା ବେଳେ କାନ୍ଦ କାନ୍ଦୁଣିଆ ହୋଇ କହେ ତମେ ମୋ ସାଥିରେ ସ୍କୁଲରେ ରୁହ ବୋଲି। ଦାଦା ବୁଝାଇଲେ ଧାଇଁ ଯାଏ ସ୍କୁଲ ଭିତରକୁ ଆଉ ଖେଳି ବସେ ଶ୍ରେଣୀରେ, ସାର୍ ଙ୍କୁ ଦେଖି ଶାନ୍ତିରେ ପଢେ ମୁହିଁ । 


    ବାପା ବେଳେବେଳେ ଆସନ୍ତି ମତେ ଦେଖିବାକୁ ଆଉ ମୁଁ ବାପାଙ୍କୁ ଦେଖି ବେଗ୍ ଧରି ଆସେ ଶ୍ରେଣୀରୁ କିନ୍ତୁ ପୁଣି ସାର୍ ଙ୍କୁ ଦେଖି ଧାଇଁ ଯାଏ ଶ୍ରେଣୀକୁ ଆଉ ଝରକାରୁ ଲୁଚିଦେଖେ ବାପାଙ୍କୁ ଆନନ୍ଦ ହୋଇ ଦେଖାଏ । ମୋ ବାପା ବୋଲି ସମସ୍ତଙ୍କୁ ଆଉ ଠିକ୍ ସେତିକିବେଳେ ହିଁ ବହି ଖୋଲି ଚିତ୍ର ଦେଖାଏ, ସଭିଙ୍କୁ ଆଉ କହୁଥାଏ ମୋ ବାପା-ମାଆ, ଆମ ଘର ବଗିଚା ବୋଲି। 


     ସ୍କୁଲକୁ ତ ନିଜ ଘର ଭାବି ଖେଳୁଥାଏ, ହସୁଥାଏ ।ଫୁଲ ବନେ ବସୁଥାଏ, ନୂଆ ନୂଆ ସାଙ୍ଗଙ୍କୁ ଆମ ଘରେ ମୋ ଦାଦା ପଢାନ୍ତି ବୋଲି କହୁଥାଏ । ବାରମ୍ବାର ଘର ପାଖ ବୋଲି ଆସୁଥାଏ, ଯାଉଥାଏ ମାଆଙ୍କୁ ଅଳି କରୁଥାଏ।



Rate this content
Log in