Gelamani Pradhan

Others

3  

Gelamani Pradhan

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

2 mins
180


କିଛି ସମୟ ଭିତରେ ମତେ ନିଜର କଲ। ଆଉ ଏବେ ମତେ ନ କହି ଚାଲିଗଲ । କିନ୍ତୁ ଏହା ସତ ଯେ, ନଥିଲା ଆମର ପ୍ରେମ ସମ୍ପର୍କ ତଥାପି ମତେ ତ ଜାଣିଲ । ମୁଁ ତ ତମକୁ ଜାଣିଲି ସିନା କିନ୍ତୁ ତୁମକୁ ଜିଣିବାକୁ ଚାହିଁଲିନି । ଯାହା ବି ହେଉନା କାହିଁକି କିଛି କଥା ସ୍ମୃତି ପାଲଟିଗଲା, କିଛି ସମୟ ଆମ ଦୁହିଁଙ୍କୁ ଏକାଠି କରିଥିଲା କିନ୍ତୁ ସବୁ ଦିନ ପାଇଁ ଅଲଗା କରିଦେଲା । 


    ପ୍ରେମ କଷ୍ଟ ଦିଏ ଜାଣିଥିଲି କିନ୍ତୁ ଏମିତି ଅଚିହ୍ନା ମଣିଷ ପାଇଁ କଷ୍ଟ ହେବ କେବେ ମୁଁ ଅନୁଭବ କରିନଥିଲି । କାହିଁ ଆସିଥିଲ ମୋ ଜୀବନେ ଅଧ୍ୟାୟ ହୋଇ । କାହିଁ କଥା ହେଉଥିଲ ମୋ ସହ ପ୍ରେମିକ ସାଜି ମୁଁ ତ ଚାହିଁ ନଥିଲି ଏସବୁ କିନ୍ତୁ ଅଦିନରେ ଘଟିଗଲା ସବୁ।


ଏବେ ବି ଆସିପାର ତୁମେ ।ଏବେ ବି ସମୟ ସରିନି ମୁଁ ବି ତ ତୁମକୁ ଭୁଲିନି, ତୁମେ ଭଲସେ ଜାଣିଛ ମୁଁ କଣ କହିବାକୁ ଚାହୁଁଛି ଆଉ କଣ ତୁମଠାରୁ ଆଶା କରୁଛି । ତୁମେ ମାୟାଧର କି ନା ତୁମେ ମୋ ଉପରେ ମାୟା କରିଛ । ଏମିତି ମୋ ଜୀବନେ ଆସି କଷ୍ଟ ହୋଇ ରହିଗଲ ।


   ପାଖରେ ନୁହଁ ତୁମେ ତଥାପି ମତେ ଲାଗେ ତୁମେ ପାଖେ ଅଛ । ଶୁଣ ଯାହା ଭୁଲ୍ ଥିଲେ ମତେ କ୍ଷମା କରିପାର କିନ୍ତୁ ତୁମେ ଚାଲିଆସ। ଅଳି ମୁଁ କରିବି ନାହିଁ ,ଝଗଡା ମୁଁ କରିବି ନାହିଁ, ତୁମକୁ ଛାଡି ବି ଦୂରକୁ ଯିବି ନାହିଁ ଯାହା ଆମ ଦୁହିଁଙ୍କ ଭାଗ୍ୟରେ ଥିବ । ମୁଁ ସ୍ୱୀକାର କରିବି ।ତୁମ ହାତ ଧରି ଚାଲିବି ।ଯଦି ବି ମୁଁ ବାଟରେ ଥକି ଯାଏ ତ ତୁମକୁ ମୁଁ କହିବି ଆଉ ଶୁଣ ଯଦି ତୁମେ ମନା କର ତ ନ ରାଗି ତୁମ ହାତ ଧରି ହିଁ ଚଲିବି ଆଉ ଯଦି ତୁମେ ମାନିବ ତ ତୁମ ସାଥେ ମିଶି ବିଶ୍ରାମ କରିବି ।


"ଏ ଜୀବନ ଅଛି ବୋଲି

 ତୁମକୁ ଲୁଡ଼ୁଛି

ଏ ଆଖି ଦେଖିଛି ବୋଲି

 ତୁମକୁ ନ ଦେଖି ଅଶ୍ରୁରେ ଭିଜୁଛି"


Rate this content
Log in