Subhash Chandra Bhutia

Others

4.5  

Subhash Chandra Bhutia

Others

କଳା ଆଲୋକ

କଳା ଆଲୋକ

3 mins
253



ଅନ୍ଧାର ଘର ଭିତରେ ଛୋଟ ଦୀପ ଟିଏ ଜଳୁଥାଏ ।ତାହାର ଝାପ୍ସା ଆଲୁଆକୁ ନିରେଖି ଆଣ୍ଠୁରେ ହାତ ଛନ୍ଦି ତା ଉପରେ ମୁଣ୍ଡ ରଖି ବସିଥାଏ ସୁରଭି । ଆଖିରୁ ଦୁଇଧାର ଲୁହ ବୋହି ଆସୁଛି ।ଜୀବନର ପ୍ରତିଟି ପୃଷ୍ଠାକୁ ଓଲଟାଇ ଚାଲିଛି ମନ ମଧ୍ୟରେ । ଦିନଥିଲା ଯେଉଁଦିନ ପ୍ରେମ ବିବାହ କରି ଚନ୍ଦନଙ୍କ ସହିତ ଏଇ ଘରକୁ ଆସିଥିଲା । କେତେ ଆଦରରେ ସମସ୍ତେ ଆପଣେଇ ନେଇଥିଲେ ।ଶାଶୁ ଶ୍ୱଶୁର ସ୍ୱାମୀ ସମସ୍ତଙ୍କ ଭଲପାଇବା ସତେ ଯେମିତି ସ୍ୱର୍ଗସୁଖ ଦେଉଥିଲା । ସମୟ ସ୍ରୋତରେ ସଂସାର ସାରଣୀରେ ପରିବର୍ତ୍ତନ ଆସିଲା । ବଦଳିଗଲା ସ୍ନେହ ପ୍ରେମ ଭଲପାଇବାର ମାନସିକ ରୂପ । ସନ୍ଦେହ ଓ ଅବିଶ୍ୱାସ ର ଯନ୍ତ୍ରଣା ଅସହ୍ୟ ହେବାକୁ ଲାଗିଲା । ଉଭୟେ ଚନ୍ଦନ ଆଉ ସୁରଭି ସରକାରୀ କର୍ମଚାରୀ । ଆତ୍ମନିର୍ଭରଶୀଳ ହୋଇ ବଂଚିବା ଏବଂ ନିଜର ସ୍ୱାଭିମାଙ୍କୁ ଅକ୍ଷୁର୍ଣ୍ଣ ରଖିବାର ଜିଦ ରେ ଦୁହେଁ ଅଟଳ । କର୍ମମୟ ଜୀବନର ବୋଝ ,ଶାରୀରିକ ଓ ମାନସିକ ସ୍ଥରରେ ନକରାତ୍ମକ ପ୍ରଭାବ ପକାଇଲା । ଯାହାଫଳରେ ଆଚରଣ ଓ ଉଚ୍ଚାରଣ ର ସ୍ୱଭାବ ବିଗିଡିଗଲା ।

ସ୍ୱାମୀ ସ୍ତ୍ରୀର ସବୁ ଇଚ୍ଛାକୁ ପୁରଣ କରିବାକୁ ଚେଷ୍ଟା କରିଛି କିନ୍ତୁ ସ୍ତ୍ରୀ ସ୍ୱାମୀର ଭଲପାଇବା ସେହିଥିରୁ ଆକଳନ କରେ ।

ବଞ୍ଚିବାର ଅଧିକାର ମଧ୍ୟରେ କୌଣସି ଜିନିଷ ଗୋଟିଏ ହୋଇ ରହିଲା ନାହିଁ ,ଯାହା ଦେଖିବ ଦୁଇ ଏମିତିକି ଦୁଇ ଜାଗାରେ ଘର ଗୋଟିଏ ସ୍ତ୍ରୀ ନାଁରେ ଅନ୍ୟଟି ସ୍ୱାମୀର ,ଦୁଇଟି ଟିଭି ,ଦୁଇଟି ଫ୍ରିଜ ,ଅଲଗା ରୋମ ରେ ନିଜର ଆବଶ୍ୟକ ଜିନିଷ ରଖିବା ,ନିଜର ମନମୁତାବକ ଖର୍ଚ୍ଚ ନିଜ ନିଜ ଆକାଉଣ୍ଟ ରୁ ହୋଇଥାଏ ,ପୁଅର ଜନ୍ମଦିନ ପାଇଁ ମଧ୍ୟ ଦୁଇ ଦୁଇ ଟି ଉପହାର । କେବଳ ରୋଷେଇ ହାଣ୍ଡି ଆଉ ଶୋଇବା ଖଟକୁ ଛାଡିଦେଲେ ଭାଗ ହେବାରେ ଅନ୍ୟ କିଛିବି ବାଦ ପଡିନି ।ଏହି ଦୁଇଟି ଜିନିଷ ବାଣ୍ଟି ହୋଇଯିବାର ସମୟ ପ୍ରାୟ ନିକଟତର ।କାରଣ ଏକାଠି ରୋଷେଇ ହେଲେମଧ୍ୟ ଖାଦ୍ୟକୁ ନିଜେ ବାଢ଼ି ନିଜେ ଖାଆନ୍ତି ।ଅନେକ ରାତି ଆସିଛି, ଦୁହିଁଙ୍କୁ ବିଛିନ୍ନ କରି ବିରହ ଯନ୍ତ୍ରଣାରେ ଛଟପଟ କରାଇଛି ।

ଚନ୍ଦନ ଏକୁଟିଆ ବସି ନିଜ ମନକୁ ଅନେକ ବୁଝାଏ, ଭଲପାଇ ବିବାହ କରିଥିଲି ,ଅଗ୍ନିକୁ ସାତ ଘେରା ପରିକ୍ରମା କରି ସୁଖଦୁଃଖରେ ସାଥିରେ ରହିବି ,କଳସ ଉପରେ ହାତକୁ ହାତ ଛନ୍ଦି ହୋମନିଆଁ କୁ ସାକ୍ଷୀରଖି ଜୀବନ ଥିବା ପର୍ଯ୍ୟନ୍ତ ସୁରଭିର ହାତ କେବେ ଛାଡିବିନି ,ତା ମନରେ ଦୁଃଖ ଟିକେବି ଦେବିନି ।

ସୁରଭି ମଧ୍ୟ ବିବାହ ପୂର୍ବରୁ କେତେ ସ୍ୱପ୍ନ ଦେଖିଥିଲେ ଛୋଟ ଘରକୁ ସେ ସ୍ୱର୍ଗ ବନେଇବ ,ସ୍ୱାମୀଙ୍କୁ ନିଜ ପ୍ରେମଡୋରିରେ ବାନ୍ଧି ରଖିବ ।ଲକ୍ଷ୍ମୀ ସାନ୍ତାଣୀ ସାଜି ସମସ୍ତଙ୍କୁ ଅନ୍ନ ପରସୀ ଦେବ ,ସମସ୍ତଙ୍କ ମୁହଁର ପ୍ରସଂଶା ଜୀବନର ଲକ୍ଷ୍ୟ ହେବ ,ଘରେ କୌଣସି ସମସ୍ୟା ହେଲେ ଧର୍ଯ୍ୟର ସ୍ତମ୍ଭ ହୋଇ ସହାରା ସାଯିବ ।

ପ୍ରତିଦ୍ବନ୍ଦୀ ଙ୍କର ମନ ସବୁବେଳେ ବିପରୀତ ଧର୍ମୀ । ବୁଝାମଣା ର ଅଭାବ ପିଛା ଛାଡିବାର ନାଁ ଧରୁନଥାଏ । ସେଦିନ ମଟର ସାଇକେଲ ରେ ବସି ତାଳଚେର ମାର୍କେଟିଙ୍ଗ ପାଇଁ ଯାଉଥାନ୍ତି ଦୁଇ ଅଭିମାନି ବିଦ୍ରୋହୀ । ବ୍ରାହ୍ମଣୀ ନଦୀର ବ୍ରିଜ ଉପରେ ଗାଡି ଚାଲୁଥାଏ । ସୁରଭି ଙ୍କ ମୁହଁରୁ ବାହାରି ଆସିଲା ଟିକେ ଜଲଦି ଚାଲ ,କାମସାରି ଆସିଲା ବେଳକୁ ସନ୍ଧ୍ୟା ହୋଇଯିବ ।ଏତେ ଧୀରେ ଧୀରେ ଗଲେ କେମିତି ହେବ । ଯଦି ଏତେ ଉଛନ ହେଉଛ ଅନ୍ୟ ଗାଡ଼ିରେ ଆସିଲନି ,ଏଇଟା କଣ ଉଡାଯାହାଜ ଯେ ଉଡେଇ ନେବି । ଚନ୍ଦନ ଚିଡିକରି ଉତ୍ତର ଦେଲେ । ଜଳିଲା ଯୁକ୍ତି ତର୍କ ମଧ୍ୟରେ କୋଇଲା ନିଆଁ ।ବହ୍ନି ନଥିଲେ ମଧ୍ୟ ଉତ୍ତାପ ଭାରି । ଶେଷରେ ଚନ୍ଦନଙ୍କ ଧାର୍ଯ୍ୟ ର ମଞ୍ଜକୁ ପୋଡି ପାଉଁଶ କରିଦେଲା । ଗାଡି ଅଟକିଲା ବ୍ରିଜ ମଝିରେ । କାହିଁକିର ପ୍ରଶ୍ନ ଆସିବା ପୂର୍ବରୁ ହଠାତ ନଦୀ କୁ ଡେଇଁ ପଡିଲେ ଚନ୍ଦନ ।ଚମକି ପଡି ଆଖି ଖୋଲିଦେଲେ ସୁରଭି ।କି ଅଶୁଭ ସ୍ୱପ୍ନ ! ବସୁ ବସୁ ଆଖି ଲାଗିଯାଇଥିଲା । ଏତିକି ବେଳେ ବିଜୁଳି ବଲବ ଟା ଜଳି ଉଠିଲା ।ସତେ ଯେମିତି ଏ ଭୟଙ୍କର ଅନ୍ଧାର କୁ ନିମିଷେକ ମାଧ୍ୟରେ ଦୁରକରିଦେଲା । କବାଟରେ ଠକ ଠକ ଶବ୍ଦ , ବ୍ୟଗ୍ରତା ସହି ନପାରି ଦୌଡ଼ି ଯାଇ କବାଟ ଖୋଲି ଚନ୍ଦନଙ୍କୁ ନିଜ ବହୁବନ୍ଧନରେ ଜାବୁଡି ଧରି କାନ୍ଦିବାକୁ ଲାଗିଲେ । ନିଜକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଚାପଗ୍ରସ୍ତ ଆଭ୍ୟନ୍ତରୀଣ ପ୍ରେମର ଲାର୍ଭା କଠିନ କ୍ରୋଧର ବୁକୁ ଚିରି ଉଦ୍ଗିରଣ ହେଲା । ଚନ୍ଦନ ସୁରଭି ଙ୍କ ମଥାରେ ଚୁମ୍ବନଟିଏ ଅଙ୍କିଦେଲେ ।



Rate this content
Log in

More oriya story from Subhash Chandra Bhutia