କିଏ କାହାର ବନ୍ଧୁ
କିଏ କାହାର ବନ୍ଧୁ
ମଧୁପୁର ଏକ ସୁନ୍ଦର ପ୍ରକୃତି ପରିବେଷ୍ଟିତ ଗ୍ରାମ ଟି। ସେଠାରେ ରହୁଥାନ୍ତି ତିନି ଜଣ ସାଙ୍ଗ ଶିବରାମ୍ , ରାହୁଲ ଓ ରିତେଶ। ସେମାନଙ୍କ ବୟସ ପ୍ରାୟ ୧୫ ବର୍ଷ ରୁ ଉପରେ। ରାହୁଲ ଓ ଶିବରାମ୍ ର ଘର ବହୁତ ପାଖାପାଖି ଏବଂ ଗୋଟିଏ ସାହି ମଧ୍ୟ ,ଯେହେତୁ ରାହୁଲ ଓ ଶିବରାମ ର ଘର ପାଖା ପାଖି ସେମାନେ ପରସ୍ପର କୁ ଭଲଭାବେ ଚିହ୍ନିଥିଲେ ଏବଂ ଜାଣିଥିଲେ। ପ୍ରଥମ ଶ୍ରେଣୀ ରୁ ଆରମ୍ଭ କରି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିବରାମ,ରାହୁଲ ଏବଂ ରିତେଶ ଗୋଟିଏ ସ୍କୁଲ ରେ ପଢୁଥିଲେ ,ଗୋଟିଏ ସ୍କୁଲ ରେ ପଢୁଥିଲେ ସତ ହେଲେ ରିତେଶ ସହିତ ରାହୁଲ ଓ ଶିବରାମ ର ଚିହ୍ନା ଜଣା ନଥିଲା । ଗୋଟିଏ କଣ ଏଣ୍ଟ୍ରାନ୍ସ ପରୀକ୍ଷା ଦେଇ ତିନିଜଣ ଯାକ ଅନ୍ୟ ସ୍କୁଲ ରେ ଆଡ଼ମିଶନ କରିଲେ। ଆଡ଼ମିଶନ କରିବା ପରେପରେ ଖରାଛୁଟି ହେଲା।ଖରାଛୁଟି ହୋଇ ସ୍କୁଲ ଖୋଲିବା ଭିତରେ ସେମାନେ ନୂଆ ଗୋଟିଏ ଟ୍ୟୁସନ୍ ଯିବା ଆରମ୍ଭ କରିଦେଲେଣି । ଟ୍ୟୁସନ୍ କୁ ପ୍ରଥମେ ଶିବରାମ ଓ ରିତେଶ ଦୁହେଁ ଗଲେ ପରେପରେ ରାହୁଲ ମଧ୍ୟ ଗଲା ।ସେହି ସମୟରେ ହିଁ ସେହି ତିନି ଜଣ ଭଲସେ ଚିହ୍ନା ଚିହ୍ନି ହେଲେ ସେତେବେଳେ ସେମାନେ ପଢୁଥିଲେ ଷଷ୍ଠ ଶ୍ରେଣୀରେ ।ଷଷ୍ଠ ଶ୍ରେଣୀ ପୂର୍ବରୁ ଶିବରାମ ଓ ରାହୁଲ ଦୁହିଁଙ୍କ ମଧ୍ୟରେ ଗଢିଉଠିଥିଲା ବନ୍ଧୁତାର ନିବିଡ଼ ସମ୍ପର୍କ।ହେଲେ ଯେତେବଳେ ରାହୁଲ,ରିତେଶ ଓ ଶିବରାମ ଗୋଟିଏ ଟ୍ୟୁସନ୍ ରେ ପଢ଼ିଲେ ସେତେବେଳ ରିତେଶ ଓ ରାହୁଲ ଦୁହିଁଙ୍କ ମଧ୍ୟରେ ଅନାବିଳ ଆତ୍ମୀୟତା ସୃଷ୍ଟିହେବାରେ ଲାଗିଲା ।ପାଠପଢ଼ା ବାଟକୁ ଗଲେ ରିତେଶ ଭଲ ପଢ଼ୁଥିଲା ରାହୁଲ ଓ ଶିବରାମ ଅପେକ୍ଷା
ଯେହେତୁ ରିତେଶ ଓ ରାହୁଲ ଏହି ଦୁହିଁଙ୍କ ମଧ୍ୟରେ ଆତ୍ମୀୟତା ବଢ଼ିଯାଇଥିଲା ତେଣୁ ଯଦି ଶିବରାମ ରିତେଶ ସହିତ ଅଧିକ କଥାବାର୍ତ୍ତା ହୁଅନ୍ତି ତାହେଲେ ରାହୁଲ ର ମୁହଁରେ ରାଗ ଭରିଯାଏ,ଆଉ ଯଦି ରିତେଶ ରାହୁଲ ସହିତ ଅଧିକ କଥାବାର୍ତ୍ତା ହୁଏ ତାହେଲେ ଶିବରାମ ରାଗିଯାଏ।ଏମିତି ହିଁ ଚାଲିଥାଏ ସେହି ତିନିଜଣଙ୍କର ।ଏମିତି ହୋଇ ଶିବରାମ ଓ ରାହୁଲ ମଧ୍ୟରେ ଝଗଡ଼ା ଲାଗିଥାଏ ।ଯେହେତୁ,ଶିବରାମ ଓ ରାହୁଲ ର ଘର ପାଖାପାଖି ଟ୍ୟୁସନ୍ ସରିଲା ପରେ ସେମାନଙ୍କୁ ମିଶିକି ଘରକୁ ଆସିବା ପାଇଁ ବାଧ୍ୟ ,ଯଦିଓ ମିଶିକି ଆସିବେ ନାହିଁ ତାହେଲେ ଘରେ ସନ୍ଦେହ କରିବେ ଯେ ଏମାନେ ଝଗଡ଼ା ହୋଇଛନ୍ତି,ତେଣୁ ସବୁଦିନ ଟ୍ୟୁସନ୍ ରୁ ଘରକୁ ଫେରିବାବେଳେ ଦୁହେଁ ମିଶିକି ଆସିଥାନ୍ତି। ବେଳେବେଳ ରାହୁଲ ଓ ଶିବରାମ ମିଶି ରିତେଶ କୁ ଅଲଗା କରିଦିଅନ୍ତି।ସପ୍ତମ ର ଶେଷ ଯାଏଁ ଏମିତି ହିଁ ଚାଲିଥାଏ।ମୁ ବୁଝିପାରେ ନାହିଁ କିଏ କାହାର ବନ୍ଧୁ ,ରାହୁଲ ରିତେଶ ର ବନ୍ଧୁ ନା ,ରିତେଶ ଶିବରାମ ରେ ବନ୍ଧୁ ନା ଶିବରାମ ରାହୁଲ ର ବନ୍ଧୁ ?କିନ୍ତୁ ସପ୍ତମ ଶ୍ରେଣୀ ସରିବା ପରେପରେ ସେମାନଙ୍କ ମଧ୍ୟରେ ଗୋଟିଏ ନିବିଡ଼ ସମ୍ପର୍କ ଗଢ଼ିଉଠିଥାଏ ।ଏବେ ଯଦି ରିତେଶ, ଶିବରାମ ଓ ରାହୁଲ ଛଡ଼ା ଅନ୍ୟ କାହା ସହିତ ଅଧିକ କଥାବାର୍ତ୍ତା କରେ ତାହେଲେ ସେମାନେ ଦୁହେଁ ରାଗିଯାନ୍ତି।ବୟସ ବଢିବା ସହିତ ତିନିଜଣଙ୍କର ମଧ୍ୟରେ ସମ୍ପର୍କ ବଢିଚାଲେ ।ଜଣା ନାହିଁ ସେମାନଙ୍କ ସମ୍ପର୍କକୁ ମୋ ଆଖି କେତେଦିନ ଯାଏଁ ଦେଖିବ ।
