STORYMIRROR

Sukanta Mohapatra

Others Comedy

4  

Sukanta Mohapatra

Others Comedy

କାମ

କାମ

1 min
27.6K


                                କାମ

                               ****
ଆଜି ଖରାଟା ବେଶୀ କାଟୁଛି। ପ୍ଲେକାର୍ଡରେ ଅବନି ମୁଣ୍ଡଟା ଘୋଡେଇ ପକେଇଲା। ଏ ମିଟିଂ କାମ ଗୋଟେ ରକମ ଭଲ। ମାଟି କାମରେ ଦିନଯାକ କାମ କରି ମାତ୍ର ୧୫୦ଟା ଟଙ୍କା ଧରି ସେ ଘରକୁ ଆସେ। ଏଥିରେ ୧୫୦ ଟଙ୍କାଟା ବି ମିଳୁଛି ଆଉ ଖାଇବାକୁ ବି। କାମ ବି କିଛି ସେମିତି ଭିଡ଼ ନୁହେଁ। ଖାଲି ଇସାରା ପାଇଲେ ‘ଜିନ୍ଦାବାଦ୍’ କହିବା କଥା। ହଁ, ବେଳେ ବେଳେ ଟିକେ ଚାଲିବାକୁ ବି ହୁଏ। ସେ କାମକୁ ରାଲି କି କ’ଣ କୁହନ୍ତି। ସେଟା ଟିକେ କଷ୍ଟ। ତାଙ୍କ ଗାଁର ରଘୁବାବୁ ଯେବେ ଦରକାର ହୁଏ, କହିଥାନ୍ତି।

ଆଜି ଦିଲ୍ଲୀରୁ ନେତା ଆସିଛି। ଏ ମିଟିଂରେ ଟିକେ ବେଶୀ ପଇସା ମିଳେ। ତା’ ଭଳିଆ ଲୋକ ବି ବେଶ୍ ଆସନ୍ତି। ଖାଇବା ପେକେଟ୍ ପାଇବାକୁ ଖୁବ୍ ଠେଲାପେଲା ହେବ। ଅବନୀ ଆଗରୁ ବୁଦ୍ଧି ଖଟାଇ ଯେଉଁଠି ଖାଇବା ବଣ୍ଟାହେବ ସେ ପାଖରେ ବସିଛି। ଭୋକ ବି ହେଲାଣି। ସବୁ ପ୍ରାୟ କହି ସାରିଲେଣି। ଶେଷରେ ସେ ଦିଲ୍ଲୀ ଲୋକଟା କହୁଛି। ସେ କହିସାରିଲେ, ‘ଜିନ୍ଦାବାଦ୍’ କରିବାକୁ ହେବ ଆଉ ତା’ପରେ ଖାଇବା। ଏ ଯୋଗିନିଖିଆଟା କେତେ କହୁଛି କେଜାଣି?


ସୁକାନ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Sukanta Mohapatra

କାମ

କାମ

1 min ପଢ଼ନ୍ତୁ