Sivaram Thakur

Others

3  

Sivaram Thakur

Others

*** ଜଳଖିଆ ***

*** ଜଳଖିଆ ***

2 mins
14



ରବିବାର, ସକାଳୁ ସକାଳୁ ପିଆଜ ରସୁଣ ବଟା ମସଲା କଷା ବାସ୍ନା ମହକି ଉଠୁଥିଲା ଆମଘରେ । ଆଖି ମଳି ମଳି ଖଟରୁ କାନ୍ଥ ଆଡକୁ ଦେଖିଲି, କାନ୍ଥଘଣ୍ଟା ରେ ନଅ ଟା ବାଜିଗଲାଣି । ଭାବୁଥିଲି ଆଉଟିକେ ଶୋଇବି। ତରକାରୀର ବାସ୍ନା ରେ ନିଜକୁ ମୁଁ ରୋକି ପାରିଲିନି । ସଙ୍ଗେ ସଙ୍ଗେ ଉଠି ବ୍ରସ କରିପକାଇଲି । ଗୋଟିଏ ହାତରେ ଚାହା ଆଉ ଅନ୍ୟ ହାତରେ ପାଣି ଗ୍ଳାସ ଧରି ଆସିଲେ ବାବୁ ମା, ମାନେ ମୋ ସହଧର୍ମିଣୀ ଶେଫାଳି, ଆଉ କହିଲେ ନିଅ ଚାହା ଟା ପି ଦିଅ । ମୋ ଆଗରୁ ମା ପୁଅ ଦୁହେଁ ଉଠି କି ନିତ୍ୟ କର୍ମ ସାରିଦେଇଥିଲେ । ବାବୁ କହିଲା ବାପା କାହିଁ ଏତେ ଡେରିରେ ଉଠୁଛ, କାଲି କହିଥିଲ ହୋଟେଲ ରୁ ସମୋସା ବଡା ଆଣିବାକୁ, ଉଠିଲ ତ ଡେରିରେ, ମା ଜଳଖିଆ ବନେଇ ସାରିଲାଣି । ହଁ ମୋତେ ଜଣା ଅଛି , ସେହି ବାସ୍ନା ରେ ତ ମୁଁ ଉଠିଲି । ଚାହା ପିଇ ପିଇ ମୁଁ ନିଜେ ଭାବୁଥିଲି ସତରେ ବାବୁ ମା ଙ୍କ ହାତରନ୍ଧା କେଡେ ସୁଆଦିଆ । ଯିଏ ଥରେ ଖାଇଛି କଦାପି ଭୁଲିପାରିବନି । ଆଜି ତ ସକାଳୁ ସକାଳୁ ଚିକେନ ବାସ୍ନା, କଣ ଜଳଖିଆ ବନେଇଛନ୍ତି ଯେ କେଜାଣେ , ବୋଧେ ସରପ୍ରାଇଜ ଦେବେ । ସରପ୍ରାଇଜ ଆଉ କଣ ଦେବେ ବାସ୍ନାରୁ ତ ଜଣାପଡୁଥିଲା ଚିକେନ ସହିତ ରୁଟି ନ ହେଲେ ପୁରୀ କି ବିରି ଚକୁଳି ବନେଇଥିବେ । ବହୁଦିନ ପରେ ରବିବାରଟା ଆସିଲା । ଗତଥର ମୁଁ ନ ଥିଲି । ଅଫିସ କାମରେ ବାହାରକୁ ଯିବାହେଇଥିଲା । ଅପେକ୍ଷା କରିଥଲି କେତେବେଳେ ଡକା ଆସିବ ଜଳଖିଆ ପାଇଁ । ସବୁ ରେଡି କରି ଶେଫାଳି ଡାକଛାଡିଲେ ହେଇହେ ଶୁଣୁଛ , ଆସ ଜଳଖିଆ ରେଡି ହେଇଗଲାଣି, ବାବୁ ତୁ’ବି ଆ, ମିଶିକି ସମସ୍ତେ ଜଳଖିଆ କରିବା । ସମସ୍ତେ ଏକାଠି ହେଇଗଲୁ । ପ୍ଳେଟ ରେ ଜଳଖିଆ ପରଶିଲେ ଶେଫାଳି। ବାସ୍ନା ରେ ଆଉ ସମ୍ଭାଳି ହେଉନଥିଲା ମୋ ପାଟିରୁ ବାହାରି ପଡିଲା, କହିଲି ପ୍ରିୟେ ଶ୍ରୀଘ ବାଢ ଆଜି ତ ମଜା ଆସିଯିବ, ବିରି ଚକୁଳି ସହ ଚିକେନ । ଦୁଇ ମା ପୁଅ ମୁହଁ ଦେଖା ଦେଖି ହେଇ ହସୁଥିଲେ, ମୁଁ ବି ହସିଦେଲି । ବାବୁ ହସି ହସି କହିଲା, ବାପା ବୋନଲେସ ଦେଶୀ ଚିକେନ । ତାକୁ ବୋଧେ ଆଗରୁ ଜଣା ଥିଲା ବୋନଲେସ ଦେଶୀ ଚିକେନ ତା ମାଁ ବନେଇଛନ୍ତି । ଆଘ୍ରାଣେ ଅର୍ଦ୍ଧ ଭୋଜନ । ମୁଁ ଜାଣିଗଲି ବୋନଲେସ ଦେଶୀ ଚିକେନ ମାନେ । କିଛି ଖରାପ ନଥିଲା । ସୋୟାବିନ ବଡି ବି ମାଂସ ସ୍ଵାଦ ଦିଏ ଏଇଟା ତ ଶ୍ରୀମତୀଙ୍କ ହାତର କମାଲ । ମଜା ଆସିଗଲା ସମସ୍ତେ ହସି ହସି ଖୁସିରେ ବୋନଲେସ ଦେଶୀ ଚିକେନ ଓ ବିରିଚକୁଳି ଜଳଖିଆ ଖାଇବାରେ ଲାଗିଲୁ ।

                                              


Rate this content
Log in