Sivaram Thakur

Others

3  

Sivaram Thakur

Others

ଭଗବାନ ଙ୍କୁ ପତ୍ର

ଭଗବାନ ଙ୍କୁ ପତ୍ର

2 mins
36



ପ୍ରାତଃ ସ୍ମରଣୀୟ ପୂଜାସ୍ପଦ ଭଗବାନଙ୍କ ଠାରେ ସାଷ୍ଟାଙ୍ଗ ପ୍ରଣିପାତ । 

ଆଶା ଆପଣ ବହୁତ ଖୁସିରେ ଥିବେ । ବଡ ଦୁଃଖର ବିଷୟ, ଛୋଟ ମୁହଁରେ ବଡ କଥା । ସାହସ ବି ହେଉନି, କେମିତି ଜଣେଇବି । ସେଇଥି ପାଇଁ ଫୋନରେ କଥା ହେଇ ପାରିଲିନି । କ୍ଷମା କରିବେ, ପତ୍ର ମାଧ୍ୟମରେ ଜଣାଉଛି । 

କାହାର ନଜର ଲାଗିଲା କେ ଜଣେ ସୁନାର ସଂସାର ଚୁନା ହେବାରେ ଲାଗିଲାଣି । ହେ ଭଗବାନ କେମିତି ଇଂଷ୍ଟଲ କଲ ୨୦୨୦କୁ ଯେ ତୁମ ସଂସାରକୁ ଭାଇରସ ଆସିଗଲା । ଇଂଷ୍ଟଲ କରିବା ଆଗରୁ ଥରେ ବି ଚିନ୍ତା କଲନି । ଫର୍ମାଟ ମାରିଦେଇଥାନ୍ତ, ଏକାଥରକେ ସବୁ ଠିକ୍ ହେଇଯାଇଥାନ୍ତା । କେମିତି ବଢିଆ ଚଳୁଥିଲା । ଏକ ଥରକେ ସମସ୍ତଙ୍କୁ ଅଚଳ କରିଦେଲ । ସରସ୍ଵତୀଙ୍କ ସବୁ ଇନଷ୍ଟିଚ୍ୟୁସନ ଲକଡାଉନ, ଲକ୍ଷ୍ମୀଙ୍କ ଯିବା ଆସିବା ବନ୍ଦ, ବିଶ୍ଵକର୍ମାଙ୍କ ଯାନବାହାନ ଚଳାଚଳରେ ଅଙ୍କୁଶ ଲଗେଇଦେଲ । କଣ ଚାଲିଛି କେ ଜାଣେ । ଆପଣଙ୍କ ଛୋଟିଆ ମିଷ୍ଟେକ୍ ପାଇଁ ସମସ୍ତେ ପରେଶାନ । ୨୦୧୯ ଶେଷ ବେଳକୁ ଯେତେବେଳେ ଅଡିଟ ଚାଲିଥିଲା ସବୁ ଦେବା ଦେବୀଙ୍କ ସହ, ପ୍ରସ୍ତାବ ବି ପଡିଥିଲା କିନ୍ତୁ ଇଗନୋର କରିଦେଇଥିଲେ ଆପଣ । କିଛି ହେବନି । ଆଣ୍ଟିଭାଇରସ ଡାଳିଦେଇଛି କହି ଟାଳି ଦେଇଥିଲ କଥାକୁ । କିନ୍ତୁ ଭୁଲି ଯାଇଥିଲେ ଅପଡେଟ କରିବା ବୋଧେ । ବଡକୁ ଉତ୍ତର ନହିଁ । ଛୋଟ ମୁହଁରେ ବଡ କଥା । ଟିକିଏ ବି ଶୁଣି ନ ଥିଲେ ମନ୍ତ୍ରୀ ପରିଷଦଙ୍କ କଥା । ଅନ୍ଧବିଶ୍ଵାସ କରିଚାଲିଲେ ଏଡମିନର କଥାକୁ । ସେ ବି ଭୁଲି ଗଲେ ବୋଧେ ଅପଡେଟ କରିବା । 

ଆପଣଙ୍କ ମେଲରେ ଯେଉଁ ଭାଇରସ ଆପ୍ ଆସିଥିଲା ତାକୁ ଭୁଲରେ ଇଂଷ୍ଟଲ କରିନାହାନ୍ତି ତ । ମନେପକାନ୍ତୁ ଭୁଲରେ କାହାକୁ ପାସୱାର୍ଡ କହିଦେଇନାହାନ୍ତି ତ । ଏବେ ବି ସମୟ ଅଛି ପାରିଲେ ଫର୍ମାଟ ମାରି ଦିଅନ୍ତୁ, ସଂସାର ବଞ୍ଚିଯିବ । ସମୟ ଅଛି, ଯାହା ତ ସଂସାରରୁ ଡିଲିଟ ହେଲାଣି ହେଲାଣି, ଯାହା ବି କରପ୍ଟ ହେଇଛି, ବାକି ତ ସେଫ ହେଇ ଯିବେ । ଛୋଟ ମୁହଁରେ ବଡ କଥା, ଗୋଟେ ସଜେସନ ଦେଉଛି ଆପଣଙ୍କ ଯେଉ ଏକଷ୍ଟରନାଲ୍ ସଂସାର ଅଛି ମୋ କଥା ମାନନ୍ତୁ, ସେଇଠି ସମସ୍ତଙ୍କୁ ଷ୍ଟୋର କରି ରଖନ୍ତୁ । ନ ହେଲେ ଏତେ ବଡ ପ୍ରୋଜେକ୍ଟ ଆପଣଙ୍କର ବରବାଦ ହେଇଯିବ । ବିଲଗେଟ୍ସ ବି କିଛି କରି ପାରିବନି । ତୁରନ୍ତ ବ୍ୟାକ୍ ଅପ୍ ନେଇକି ଫର୍ମାଟ ମାରିଦିଅନ୍ତୁ । ସି ଡ୍ରାଇଭ କି ଡି ଡ୍ରାଇଭ ନୁହଁ ସିଧା ସିଷ୍ଟମକୁ ଫର୍ମାଟ କରିଦିଅନ୍ତୁ । ଆଶା କରେ ୨୦୨୦କୁ ଅପଡେଟ କରି ସଂସାରକୁ ଭାଇରସ ମୁକ୍ତ କରିବାରେ ସହାୟକ ହେବେ । ପତ୍ର ପାଇ ଶୀଘ୍ର ପଦକ୍ଷେପ ନେବେବୋଲି ଆଶା ଓ ବିଶ୍ଵାସ । 

             ॥ ଇତି ॥ 

              ଆପଣଙ୍କ ମୁଁ 

            ପଦକ୍ଷେପ ଅପେକ୍ଷାରେ 

             ଶିବରାମ 



Rate this content
Log in