STORYMIRROR

Suhasini Pattanayak

Others

3  

Suhasini Pattanayak

Others

ଜୀବନ ଖରା ଛାଇ ରଖେଳ

ଜୀବନ ଖରା ଛାଇ ରଖେଳ

1 min
198


ଯେବେ ଇଚ୍ଛା ମାନେ ଆତ୍ମହତ୍ୟା କରନ୍ତି,

ମୁଁ ତାକୁ ଅନେକ ପାଖରୁ ଦେଖେ,

ପୁଣି ପଲକ ବନ୍ଦ କରି ,

ତାକୁ ମୋ ଆଖିରେ ରଖେ।


ପୁଣି ଦୁଇଟୋପା ଲୁହ ହେଇ,

ଝରି ଯାଏ,

ଏ ଓଠ କିଛି କହି ପାରେନି,

ଚୁପ୍ ହେଇ ସବୁ କିଛି ରହେ।


ଚାହୁଁଥିବା ସବୁ କଥା ମୋର, 

ଅଧୁରା ରହେ, 

ଭାବି ଭାବି ଦିନ ଆଉ ରାତି ଯାଏ, 

କିନ୍ତୁ ମନ ର କଥା ସେମିତି ଅଟକି ରହେ। 


କାହିଁକି କେଜାଣି ଏ ସାହାସ ମୋର,

କେବେ ସାଥୀ ଟିଏ ହେଇ ଠିଆ ହୁଏନି, 

ସବୁ କିଛି ଦ୍ଵନ୍ଦ ରେ ଚାଲେ, 

ଆଉ ସିଦ୍ଧାନ୍ତ ନେବା ଶକ୍ତି ଆଜି ଯାଏ ହେଇନି। 


କେଉଁଠି ହଜି ହୁଅନ୍ତା କି, 

ନିଜକୁ ହଜେଇ ହୁଅନ୍ତା କି, 

ସବୁ କିଛି ଭୁଲେଇ ହୁଅନ୍ତା କି, 

ନିଜକୁ ନୂଆ କରି ଆରମ୍ଭ କରନ୍ତି। 


କେତେ ରୂପେ ନିଜକୁ ସଜେଇ ପାରନ୍ତି, 

ସବୁ ମିଠା ସ୍ମୃତି କୁ ସାଉଁଟି ପାରନ୍ତି, 

ନିଜେ ହସି ଅନ୍ୟ କୁ ହସେଇ ପାରନ୍ତି, 

ସେ ସୁଯୋଗ ସବୁ କୁ ପୁଣି ନିଜର କରିନିଅନ୍ତି। 


ଏ ଛାଇ ଆଲୁଅ ର ଖେଳ ରେ ନିଜେ ଶିଖି ଯାନ୍ତି,

ନିଜେ ବଞ୍ଚି ସବୁ ଭୁଲିବାର ରାସ୍ତା,

ନିଜେ ବୁଝି ପାରନ୍ତି ସବୁ ହରେଇ ଥିବା ମୁହୂର୍ତ୍ତକୁ,

ଅଟକାଇ ପାରନ୍ତି ମୋ ଚାଲିଯାଇଥିବା ସମୟ କୁ।


ନିଜକୁ ଆଉ ସିଢି ର ତଳ ପାହାଚ ରେ ଦେଖି,

ନିଜ କୋହ କୁ ସତ ରେ ଆଉ କାବୁ କରି ହୁଏନି,

ସବୁଥର ର ସମାପ୍ତ କଣ ଏମିତି,

ମୁଁ ଅଲୋଡା ଆଉ ନିଜେ ବୁଝି ଯାଇ ସବୁ ଖୁସି ହେବି।


କାହାକୁ ଏସବୁ ପାଇଁ ଦୋଷ ଦେବୀ,

ନିଜକୁ ନା ମୋ ନିଜ ଭିତରେ ଭୟ ଭରିଥିବା ଶକ୍ତି କୁ,

କିଏ ପୁଣି ମତେ ଏଠୁ ଉଠେଇ ନେଇ ନିଜ ପାଇଁ,

ଠିଆ ହେଇ ପଦେ କହିବାର ଶକ୍ତି ଦେବ।


ଏ ପ୍ରଶ୍ନର ଉତ୍ତର ଜାଣିଛି କେବେ ମିଳିବନି,

ଆଉ ଏସବୁ ବି ଜାଣିଛି ମୋର ଏସବୁ ଶେଷ ବି ହେବନି,

ତଥାପି ପ୍ରୟାସ ଜାରି ରହିବ,

ମୋ ପ୍ରତ୍ୟେକ ହଜିଯିବାର ଖବର ରଖିବା ପାଇଁ।



Rate this content
Log in