STORYMIRROR

ଲବଦାନ ନାଏକ

Others

4  

ଲବଦାନ ନାଏକ

Others

ଝିଅ ମୋର ସହରେ ପଢୁଛି

ଝିଅ ମୋର ସହରେ ପଢୁଛି

14 mins
264

                                                       ଲବଦାନ ନାଏକ

ଗୋବିନ୍ଦ ମଉସାଙ୍କ ଘର ବାଲିଗୁଡା, ଘର ତ’ କହିବା ଯଥାର୍ଥ ହବ ନାହିଁ, ତା’ ଗୋଟିଏ କୁଡିଆ | ସିଏ ପୁଣି ଏମିତି ଏକ କୁଡିଆ ଯେଉଁ କୁଡିଆରେ ଆଜିକା ସମୟରେ ମଧ୍ୟ ଭଲ ଛପର ଖଣ୍ଡେନାହିଁ, ଆଜି ମଧ୍ୟ ସେହି ପୁରୁଣା କାଳିଆ ଦିନଟା ପରି ତାଙ୍କ କୁଡିଆର ଛପର ସେହି ଖଜୁରୀ ଡାଳରେ ତିଆରି, ଆଉ ସେହି ଘରର କାନ୍ଥ ସବୁ ଝାଟି ମାଟିରେ ତିଆରି, ସେଥିରେ ପୁଣି ଅଗଣିତ କଣା |ଯେଉଁ କଣା ବାଟ ଦେଇ ବର୍ଷା ସମୟରେ ପାଣିର ନାଳ ବହେ |ପୁଣି ସେହି ବାଟଦେଇ ବାହ୍ୟ ସରୀସୃପ କୀଟ ପତଙ୍ଗ ମାନଙ୍କ ର ସବୁବେଳେ ଯିବା ଆସିବା ଲାଗିରହିଥାଏ |

ୟାଙ୍କର ଦୁଃଖ ବିଷୟରେ ସରକାରଙ୍କ ଠାରେ ଅନେକ ଥର ଗୁହାରି କଲାପରେ ସରକାରଙ୍କ ତରଫରୁ ଇନ୍ଦିରା ଆବାସ ଘର ଖଣ୍ଡକ ଆସିଥିଲା | ସିଏ ପୁଣି କାଗଜ କଲମରେ ! ସତ ସତୀ କା ନୁହେଁ | କାଗଜ କଲମ ଅନୁସାରେ ଘର କାମ ସାରି ଟଙ୍କା ମଧ୍ୟ ଉଠାହେଲାଣି | କିନ୍ତୁ ସେହି ଘର କେଉଁଠି ହୋଇଛି ? ସେହି ଟଙ୍କା କିଏ ଉଠେଇଛନ୍ତି ? ତା’ର କିଛି ଖୋଜ ଖବର ନାହିଁ | ଯେଉଁଥି ପାଇଁ ଏହି ମଉସାଙ୍କର ଘର ଖଣ୍ଡକ ଆଜି ପର୍ଯ୍ୟନ୍ତ ହୋଇ ପାରିଲା ନାହିଁ |

ମଉସାଙ୍କର ଏହି ଦୁନିଆରେ ନିଜର ବୋଲି କିଏ ଅଛନ୍ତି ତେବେ ସିଏ ହେଲେ ତାଙ୍କର ଏକ ମାତ୍ର ଝିଅ ଶ୍ରୁତି | ଯିଏକି ଛୋଟ ବେଳୁ ବାହାରେ ରହି ପାଠ ପଢି, ମ୍ୟାଟ୍ରିକ̖ ପରୀକ୍ଷା ଦେଇ ଏବେ ଘରକୁ ଆସିଛି ଏବଂ ସେହି ପରୀକ୍ଷା ଫଳ ଆସିବା ବାଟକୁ ଅନେଇ ରହିଛି |ସେ ପିଲା ଦିନୁ ଅନାଥ ଆଶ୍ରମ ରେ ରହି ଆସୁଥିଲା, ବିଚାରି ମାଆ ଛେଉଣ୍ଡ ଝିଅ, ତା’କୁ କଉ ଆଡେ ଦଶ ବର୍ଷ ବୟସ ହୋଇଥିଲା ଆଉ ସିଏ ନିଜ ମାଆଙ୍କୁ ହରେଇଥିଲା |

ସିଏ ମାତୃ ସ୍ନେହ କ’ଣ ଜାଣେନାହିଁ, ଆଉ ଆଶ୍ରମରେ ରହୁଥିବା ହେତୁ ତା’କୁ ପିତୃ ସ୍ନେହ ଠାରୁ ମଧ୍ୟ ବଞ୍ଚିତ ରହିବାକୁ ପଡିଥିଲା |

ଏହି କିଛି ଦିନ ହେଲା ଭଲ ଭାବରେ ଟିକିଏ ଆଖି ପୂରେଇ ତା’ ବାପାଙ୍କୁ ଦେଖିବାର ସୁଯୋଗ ପାଇଛି |

(ଗୋବିନ୍ଦ ମଉସାଙ୍କ ସମ୍ପତ୍ତି ) ତାଙ୍କ ସମ୍ପତ୍ତି ବିଷୟରେ କିଛି ନକହିବା ଭଲ, -ବିଚରା ଦିନକରେ ବାର ଘଡି କାମ କଲେ ଦି ଅଳି ଦି ମୁଠା ଖାଇବାକୁ ମିଳେ |ଗାଁ ଲୋକଙ୍କର ଛୋଟ ମୋଟ କାର୍ଯ୍ୟରେ ହାତ ଦେଇ ପେଟ ପୋଷନ୍ତି, ଏହି କାମ ମଧ୍ୟ ସବୁ ଦିନ କାଇ କଉଠି ଯେ ମିଳିଯାଉଛି | ଯେଉଁ ଦିନ କାମର ଯୋଗାଡ ସେହି ଦିନ ପେଟରେ ଟିକିଏ ଦାନା ପଡୁଛି | ଆଉ କାମ ଯୋଗାଡ ହୋଇନ ପାରିଲା ତେବେ ପେଟରେ ଓଦା କନାଦେଇ ପେଟ ଚାପି ଶୋଇବା ଛଡା ଆଉ କୌଣସି ବିକଳ୍ପ ନଥାଏ |

ଜମି ବାଡି କଥା ଆଉ କାହିଁ କହିବି !.....ଜମି କହିଲେ ସିଏ ରହୁଥିବା କୁଡିଆର ଚାରି କୋଣ ମଧ୍ୟରୁ ଯାହା |

ସେତକ ଛାଡି ଦେଲେ, ପାଣି ଢାଳିବା ପାଇଁ ମଧ୍ୟ ଟିକିଏ ଜାଗା ଦେଖିବାକୁ ମିଳେ ନାହିଁ, ଆଉ ମଞ୍ଜି ପୋତିବା ତ’ ସ୍ଵପ୍ନ ତାଙ୍କପାଇଁ ! ମାଉସୀ ଥିଲା ବେଳେ ପେଟ ପୋଷିବା ପାଇଁ ପାହାଡିଆ ଅନା ବାଦୀ ଜମିକୁ ସଫା କରି ତହିଁରେ ପୋଡୁ ଚାଷ କରି, ନିଜ ପେଟ ପଶୁଥିଲେ | ବୁଢୀ ଚାଲିଗଲା ପରେ ଏବେ ସେତକ ମଧ୍ୟ ଛାଡି ଦେଇଛନ୍ତି, କେମିତି ଅବା ସେ ପାହାଡିଆ ଜାଗାରେ ଚାଷ କରିବେ ?

 ଏବେ ଆଉ କ’ଣ ସେହି ପୂର୍ବ ଭଳି ବଳ ଅଛି ଯେ, ସେ ମାଟି ହାଣି ଜମିକୁ ଉର୍ବର କରି ପାରନ୍ତେ,....

(ହଳ କରିବେ କହିଲେ ସେ ହଳ କାହିଁ) ଆଗେ ମାଉସୀ, ପାଖରେ ରହିଥିଲେ ବୋଲି ସିନା, ଦୁହେଁ ମିଶି ସବୁ କିଛି କାମ କରି ପାରୁଥିଲେ, ଏବେ ଆଉ ସାଥିରେ କିଏ ଅଛନ୍ତି ଯେ ! ତାଙ୍କ କାମରେ ସାହାଯ୍ୟ କରିବେ |

ସେହିଥି ପାଇଁ ଚାଷ କାର୍ଯ୍ୟ ଛାଡି ଝିଅଟିକୁ ଅନାଥ ଆଶ୍ରମରେ ଛାଡିଦେଇ, ନିଜ ପେଟ ପାଇଁ ଦିନର ବାର ଘଡି ଗାଁ ଲୋକଙ୍କର କାମ ସବୁ, କରି ଆସୁଛନ୍ତି |

ଏଇନେ ତ’ ପୁଣି ଥରେ ଏକରୁ ଦୁଇ ହୋଇ ଯାଇଛନ୍ତି | ଗୋଟିଏ ପେଟ ପୋଷିବାକୁ ଏଣେ ଏଡେ ବିକଳ ଯାଉଛି ପୁଣି ସେଥିରେ ଆଉ ଏକ ପେଟ ମିଶି ଯାଇଛି, ତ’ କେମିତି କରିବେ, ଏହି କଥା ଭାବିଭାବି ଗୋବିନ୍ଦ ମଉସା ଛାନିଆ ହୋଇ ପଡିଛନ୍ତି |

ତହିଁରେ ପୁଣି ବୋଝ ଉପରେ ନଳିତା ବିଡା ପରି ଝିଅଟିଏ ଜିଦ ଧରି ବସିଛି ମ୍ୟାଟ୍ରିକ̖ ପାଶ କଲେ ସେ କେଉ ଆଡେ ସହରେ ପଢିବ | ଗୋବିନ୍ଦ ମଉସାଙ୍କୁ ଏହି କଥା ପଦକ ଅଡୁଆରେ ପକେଇ ଦେଇଛି, ଝିଅର ଏହି କଥା ଶୁଣିଲା ପରଠୁ ତାଙ୍କ ଆଖିକୁ ନିଦ ନାହିଁ କି ପେଟରେ ଭୋକ ନାହିଁ,...

କ’ଣ ଯେ କରିବେ କିଛି ଭାବି ପାରୁ ନାହାଁନ୍ତ? ଯଦି ଝିଅ କଥା ନରଖିବେ ସିଏ ମନ ଦୁଃଖ କରିବ, ତା’ ବୋଉ କଥା ମନେ ପକେଇବ, ଯେଉଁ କଥା ଗୋବିନ୍ଦ ମଉସା ଆଦ୍ୟ ଚାହାନ୍ତିନି | ଏଣେ ଝିଅଟିଏ ଆଗକୁ ନପଢି ଘରେ ରହିବ ତେବେ, ଆଜିକା ଜମାନାରେ ଅଳ୍ପ ପଢୁଆ ଝିଅଙ୍କୁ କିଏ ଅବା ବାହାହେବାକୁ ରାଜି ହେବ, ଝିଅ କମ ପାଠ ପଢିଥିଲେ ଭଲ ପ୍ରସ୍ତାବ ମିଳେ ନାହିଁ | ଆଉ ଜଦିବି ମିଳେ ତେବେ ଅଧିକ ଯୌତୁକ ଦେବାକୁ ପଡିଥାଏ |

କିନ୍ତୁ କ’ଣ କରିବେ? ଝିଅକୁ ସହରେ ପଢେଇବାକୁ ହେଲେ ଅଧିକ ଟଙ୍କାର ଆବଶ୍ୟକ, ସେଠାରେ ରହିବା, ଖାଇବା, ପିନ୍ଧିବା, ନୂଆ ବହି ଏମିତି ଅନେକ କିଛି ବାବଦରେ ପଇସା ଖର୍ଚ୍ଚ ହବ | ୟାଙ୍କ ଦୁଃଖ ଆଉ କାହାକୁ କହିବେ କିଏ ଅବା ରହିଛନ୍ତି ଯେ ୟାଙ୍କର କଥା ଶୁଣିବାକୁ ଶୁଣିବେ |

ଯଦି ଝିଅକୁ ଏ ସବୁ କଥା କହିବେ, ତେବେ କ’ଣ ସିଏ ଶୁଣିବ, ଏହିସବୁ କଥା | ଏମିତି ଅନେକ ଥର ଭାବିଲା ପରେ ନିଷ୍ପତି ନେଲେ ଯେ ସେ ଯାହା ହେବାର ଅଛି ହେଉ ପଛକେ ଝିଅ ତାଙ୍କର ସହରେ ପଢିବ | କିଛିଦିନ ପରେ ମ୍ୟାଟ୍ରିକର ପରୀକ୍ଷା ଫଳ ପ୍ରକାଶ ପାଇଲା |ତହିଁରେ ଶ୍ରୁତି ନବେ ପ୍ରତିଶତ ନମ୍ବର ରଖି ପାଶ କରିଛି, ଏହି ଖବର ଯେତେବେଳେ ଗୋବିନ୍ଦ ମଉସା ଶୁଣିବାକୁ ପାଇଲେ ତେବେ ତାଙ୍କର ଖୁସିର ସୀମା ଆଉ ରହିଲା ନାହିଁ,.. ବଦ ହୁଏ ବହୁତ ଦିନ ପରେ ସେଦିନ ତାଙ୍କ ଓଠରେ ଟିକିଏ ହସ ଫୁଟିବାର ଦେଖିବାକୁ ମିଳିଥିଲା | ସେ ଅତ୍ୟନ୍ତ ଖୁସିରେ ଶ୍ରୁତିକୁ ପାଖକୁ ଡାକି ଆଲିଙ୍ଗନ କରି ପକେଇଲେ, ଆଉ କହିଲେ ଝିଅ ତୁ ଯେଉଁଠି ପଢିବାକୁ ଚାହୁଁଛୁ ସେହିଠି ପଢେ , ତୋ ପାଇ ମୁଁ ନିଜେ ବିକି ହୋଇଯିବି ପଛକେ କିନ୍ତୁ ତ’ ପାଠ ପଢା କେବେ ବନ୍ଦ କରିବିନାହିଁ, ତୁ ଯା ତୋ’ର ଯେଉଁଠି ଇଚ୍ଛା ସେହିଠି ଫର୍ମ ଭରି ଆସେ | ଏହି ପଦ ଟିକ କଥା ଶ୍ରୁତି ଯେତେବେଳେ ଶୁଣିବାକୁ ପାଇଲା ସେ ଅତ୍ୟନ୍ତ ଖୁସିରେ ହ ମ ବାବା କହି ତା’ ଆର ଦିନ ଯାଇ ନିଜ ମନ ପସନ୍ଦର କଲେଜ- ମାନଙ୍କ ରେ ଫର୍ମ ଭରି ଆସିଲା |

କିଛିଦିନ ପରେ ମେରିଟˎ ଲିଷ୍ଟˎ ବାହାରିଲା ଶ୍ରୁତି ଯେଉଁଠି ପଢିବାକୁ ଇଚ୍ଛୁକ ଥିଲା ସେହିଠାରେ ହିଁ ବାହାରିଛି | ଶ୍ରୁତି ତା’ ବାପାଙ୍କୁ ଧରି ସେହି କଲେଜକୁ ଯାଇ ନାମ ଲେଖେଇ ଆସିଲା, କିଛିଦିନ ପରେ ପାଠ ପଢା ଆରମ୍ଭ ହୋଇଗଲା |

ମଉସାଙ୍କର ଏଣେ ଭାରି ଚିନ୍ତା ତାଙ୍କରି ଝିଅ ଶ୍ରୁତି ପ୍ରଥମ କରି ସହରକୁ ଯିବ, ତାକୁ ଅନେକ କିଛି ଜିନିଷର ଆବଶ୍ୟକ | କିନ୍ତୁ ମଉସାଙ୍କ ପାଖରେ ସେ ସବୁ କିଣିବା ପାଇଁ ଟଙ୍କା କାହିଁ, ଝିଅର ମୁହଁକୁ ଚାହିଁ ଏତେ ବଡ କଥା ସିନା କହି ଦେଇଛନ୍ତି, କିନ୍ତୁ ଏତେ ସବୁ ଟଙ୍କା କେଉଁଠୁ ଜୋଗାଡ କରିବେ ? କାହାକୁ ମାଗିବେ ? ଏହି ବୃଦ୍ଧ ଅବସ୍ଥାରେ ତାଙ୍କୁ ଅବା କେଉଁ ଆଶାରେ କିଏ ଏତେ ଟଙ୍କା କାଢି ଦେଇଥିବେ ଯେ, ଆଉ ନିଜେ ମଧ୍ୟ କେଉଁ ମୁହଁରେ କାହାକୁ ଟଙ୍କା ମାଗିବେ? ଏତେ ସବୁ କଥା ଭାବିଲା ପରେ ତାଙ୍କର ଗୋଟିଏ କଥା ମନେ ପଡିଲା ମାଉସୀଙ୍କର ଶେଷ ସନ୍ତକ, ସୁନା ମୁଦି ଖଣ୍ଡେ ରହିଅଛି ତାହାହିଁ ଭରସା ! ମଉସା ଆଉ କିଛି ଉପାୟ ନପାଇ ସେହି ମୁଦି ଖଣ୍ଡକ ଧରି ଗାଁରେ ରହୁଥିବା ଘେନୁଆ ସାଉକାର ଘରକୁ ଗଲେ ସାଉକାର ସେହି ମୁଦି ଖଣ୍ଡକ ର ପରିମାଣ କମ ଥିବାରୁ ବହୁତ କଷ୍ଟରେ ଦଶହଜାର ଟଙ୍କା ଦେଲେ | ସେହି ଟଙ୍କାରେ ଝିଅ ଶ୍ରୁତିକୁ ସହରର କଲେଜରେ ଛାଡି’କି ଆସିଲେ |

ଶ୍ରୁତି ଏବେ ହଷ୍ଟେଲରେ ରହୁଛି, ତା’ ସାଙ୍ଗରେ ତା’ ଠାରୁ ଏକ ବର୍ଷକୁ ବଡ ଦୁଇ ଝିଅ ରହୁଛନ୍ତି | ସେମାନେ ସବୁ ଧନୀ ଘରୁ ଆସିଛନ୍ତି |ସେ ମାନଙ୍କ ଚାଲି ଚଳଣି ଶ୍ରୁତି ଠାରୁ ବେସˎ ଭିନ୍ନ ଅଟେ | ସେ ମାନଙ୍କ ସେହି ହାବ, ଭାବ ଚାଲି,ଚଳଣିକୁ ଶ୍ରୁତି ସହଜରେ ଗ୍ରହଣ କରି ପାରୁନାହିଁ, କେମିତି ଅବା ଗ୍ରହଣ କରି ପାରିବ?

ଇଏ କଉ ଆଗରୁ କେବେ ସହରିଆ ହାବଭାବ ରୀତିନୀତି ଚାଲି ଚଳଣି ଉପରେ ପରିଚିତ ଅଛି ଯେ, ସେ ସବୁକୁ ବୁଝିପାରି ସହଜରେ ଗ୍ରହଣ କରି ପାରିବ | ଛୋଟ ବେଳୁ ତ’ ଗୋଟିଏ ଗାଉଁଲି ଗାଁରେ ରହିଥିବା ଏକ ଅନାଥ ଆଶ୍ରମ ରେ ଦିନ କଟିଛି| ଆଉ ଏମିତି କଉ ଅନାଥ ଆଶ୍ରମ ରହିଅଛି ଯେ, ସେଠାରେ ଝିଅ ମାନଙ୍କର ହାବ ଭାବ ଏମିତି ହୋଇ ଥିବ | ଆଉ ଶ୍ରୁତି ସେସବୁ ଦେଖି ସେ ବିଷୟରେ ପରିଚିତ ହୋଇଥିବ !

ଶ୍ରୁତି ଗାଉଁଲି ଓ ଗରିବ ଘରୁ ଆସିଥିବାରୁ ତା’ ରୁମ ମେଣ୍ଟ ତାକୁ ବହୁତ ନୀଚ ଦୃଷ୍ଟିରେ ଦେଖନ୍ତି, ତାକୁ ଶୋଇବା ପାଇଁ ବେଡ୍ ମଧ୍ୟ ମିଳି ନାହିଁ | ଏଣେ ତା’ ସାଥିରେ ରହୁଥିବା ସେହି ରୁମ ମେଣ୍ଟ ମଧ୍ୟ ତାଙ୍କ ପାଖରେ ଶୋଇବାକୁ ବାରଣ କରି ଦେଇଛନ୍ତି | ଶ୍ରୁତି ଅତି ଗରିବୀ ଓ ଗାଉଁଲି ବୋଲି ସେ ପିନ୍ଧିଥିବା ସେହି ଫିକା ରଙ୍ଗର ପୋଷାକରୁ ହିଁ ଜଣା ପଡିଯାଉଛି |

ଶ୍ରୁତି ତା’ ରୁମ ମେଣ୍ଟˎ ମାନଙ୍କ ଖରାପ ବ୍ୟବହାର ଯୋଗୁଁ ଗୋଟିଏ କୋଣରେ ପଡ଼ି ରହୁଛି | ଏହି ସବୁ କଥା ସିଏ କାହାକୁ ମଧ୍ୟ କହିପାରେ ନାହିଁ | କଲେଜରେ ମଧ୍ୟ ସେମିତି ତାକୁ ଗାଉଁଲି ଗାଁଉଁଲି ଏମିତି ଅନେକ କଥା କହୁଛନ୍ତି|

ଯେମିତି ସେମିତି ଏବେ ୩ ମାସ ଗଢି ଯାଇଛି, ଘରୁ ଯେତକ ଟଙ୍କା ନେଇ ଆସିଥିଲା ଏହି ୩ମାସ ମଧ୍ୟରେ ମେସ ବିଲˎ, ବହି, ଖାତା ଏମିତି ଗୁଢାଏ ଜିନିଷ ବାବଦରେ ଖର୍ଚ୍ଚ ହୋଇ ସାରିଛି, ପାଖରେ ଏବେ ପୁଟି କଢିଟାଏ ମଧ୍ୟ ବଞ୍ଚିନାହିଁ | ଏଣେ ମାସ ପୂରିବାକୁ ଆଉ ପନ୍ଦର ଦିନ ରହିଲା, ମାସ ପୁରିଲା ମାତ୍ରେ ମେସˎବିଲˎ ବାନ୍ଧିବାକୁ ହବ, ଏତେ ଟଙ୍କା ସେ କେଉଁଠୁ ଯୋଗାଡ କରିବ? ଯଦି ଅବା ଘରୁ ମାଗିବ ଘରେ ଆଉ ଏମିତି କ’ଣ ରହିଅଛି ଯେ ସେ ଦେବେ | ଯାହା ରହିଥିଲା ମାଆଙ୍କର ସେହି ମୁଦି ଖଣ୍ଡକ ତାହା ତ’ ଆସିଲା ବେଳୁ ବନ୍ଦା ପକେଇ ଆସିଛି |l

ଏହି ସବୁ କଥା ତା’ ମନରେ ଘାରି ହେଉଛି, ଏମିତି ଭାବିଭାବି ତା ରୁମ,ର ଏକ କୋଣରେ ପଢି ରହିଥାଏ ସେତେବେଳେ ଗୋଟିଏ ଝିଅ ତା’ ପାଖରେ ଆସି ବସିଲା, ଆଉ ଶ୍ରୁତିକୁ ସବୁ କଥା ପଚାରି ତା’ ଦୁଃଖ ଜାଣିବାକୁ ପାଇ, ତାକୁ ଗୋଟେ ଦୋକାନରେ ରହିବାକୁ ପରାମର୍ଶ ଦେଲା | ଦେଖ ଶ୍ରୁତି ତୁ ଯଦି ମୋ କଥାରେ ରାଜି ତେବେ ମୁଁ ସେହି ଦୋକାନରେ କହିଦେବି ତୁ କାଲି ଠାରୁ ସେହିଠିକୁ ଯାଇ ପାରିବୁ | ଶ୍ରୁତି ଆଉ କିଛି କଥା ନଭାବି ସେ ଝିଅର ପ୍ରସ୍ତାବକୁ ମାନିନେଲା ବିଚାରୀ କ’ଣ ଆଉ କରିଥାନ୍ତା ତାକୁ ସେଠାରେ ରହିବାକୁ ହେଲେ ତ କିଛି ଗୋଟେ କରିବାକୁ ପଡିବ | ଆଉ ଏମିତିରେ ବି ଏହି କାମ ସିଏ କ’ଣ ଏକା କରୁ ଅଛି ଯେ ତାକୁ ଆଉ ଭାବିବାକୁ ପଡିବ, ଦୁନିଆ ର କେତେ ଝିଅ ସେ କାମ କରି ଆସୁଛନ୍ତି | ଆଉ ଗରିବ ଲୋକ ନିଜ ପେଟ ପାଇଁ କଉଠି ଟିକିଏ କାମ କରିଦେଲେ ଏଣିକି କେଉଁ ପାହାଡ ଉଜାଡି ପଡନ୍ତା ଯେ !

ସହରର ( RK )ନାମକ ଏକ ଶୋ ରୁମˎ ଭିତରେ ଏକ ଫିକା ରଙ୍ଗର ଟୁଫିସˎ ପିନ୍ଧିଥିବା ଝିଅ ଟିଏ ଠିଆ ହୋଇଛି, ସେଠାରେ ରହିଥିବା ସମସ୍ତଙ୍କର ଆଖି ସେହି ଝିଅ ଉପରେ ପଡୁଛି | କିଏ କହୁଛନ୍ତି ଇଏ ଗାଉଁଲୀ କଉଠୁ ଆଇଛି, ଆଉ କିଏ କହୁଛି ଏତେ ଭଲ ଶରୀରଟେ ପାଇ କଉଠି କିଛି କାମଧନ୍ଦା ନକରି ଏଠିକୁ ଭିକ ମାଗିବାକୁ ଚାଲି ଆସିଛି | ଆଉ କାହା ପାଟିରୁ ସୁଭୂଛି, କ’ଣ ଏହି ସୋ ରୁମˎ ରୁ ଇଏ କିଛି ଜିନିଷ କିଣି ପାରିବ, କାହିଁ ଦେଖିଲେ ତୋ ଲାଗୁନାହିଁ ଏହା ରି ପାଖରେ ଟଙ୍କାଟାଏ ଥିବ ବୋଲି | ସେ ଗରିବୀ ଝିଅ ଆଉ କେହି ନୁହେଁ, ଶ୍ରୁତି ହିଁ ଥିଲା |

ଶ୍ରୁତି ସେମାନଙ୍କ କଥା ଶୁଣି ମଧ୍ୟ ନଶୁଣିଲା ପରି ଆଗକୁ ଆଗକୁ ମାଡିଯାଇ , ସେଠିକାର ମ୍ୟାନେଜର ପାଖରେ ପହଞ୍ଚିଲା, ଆଉ ତା’କୁ ପଠେଇ ଥିବା ସେ ଝିଅ ନାମ ଧରି, ମୋତେ ଏଇଠିକି ସିଏ ପଠେଇଛି କହିଲା, ମ୍ୟାନେଜର ସେ ଝିଅ ନାମ ଶୁଣୁ ଶୁଣୁ ଶ୍ରୁତିକୁ ଚିହ୍ନିବାକୁ ଆଉ ଟିକିଏ ମଧ୍ୟ ବିଳମ୍ବ କରିନଥିଲେ |କାରଣ ଶ୍ରୁତି ବିଷୟରେ ସେ ଝିଅ ଠାରୁ ସବୁ କଥା ଶୁଣି ସାରିଥିଲେ |

ମ୍ୟାନେଜର ଟିକିଏ ଦୟା ବାନˎ ଲୋକ, ସମସ୍ତଙ୍କ ଦୃଷ୍ଟି ଠାରୁ ତାଙ୍କ ଦୃଷ୍ଟି ଟିକିଏ ଅଲଗା ପ୍ରକାର ସେହିଥି ପାଇଁ ତ’ ଶ୍ରୁତିର ବେଶକୁ ନଦେଖି ତା’ ମନକୁ ଦେଖିଥିଲେ ଆଉ ତା’କୁ କାମରେ ରଖି ସେହି ଶୋ ରୁମˎ ଯିବା ଆସିବା ବେଳେ ପିନ୍ଧିବା ପାଇଁ ହଳେ ଡ୍ରେସˎ ଦେଲେ,.

କାରଣ ସିଏ ଚାହୁଁନଥିଲେ ତାଙ୍କ ଶୋ’ ରୁମˎ ରେ କାମ କରୁଥିବା କୋଣସି ବ୍ୟକ୍ତି ଏମିତି ପୋଷାକ ପାଇଁ କାହା ଆଗରେ ଲଜ୍ଜିତ ହୁଅନ୍ତୁ |

ଶ୍ରୁତି ସେହି ଶୋ’ ରୁମˎ ରେ ଦିନକୁ ୯ଘଣ୍ଟା କାମ କରୁଛି, ଆଉ କଲେଜˎ ମଧ୍ୟ ଯାଉଛି, ପୁଣି ଯେତିକି ସମୟ ବାକି ରହୁଛି ସେତକ ସମୟ ମଧ୍ୟରେ ବଳକା ସବୁ କାମ କରୁଛି |

କେଉଁକେଉଁ ଦିନ କାମରେ ହାଲିଆ ହୋଇ କଲେଜ ମଧ୍ୟ ଯାଇ ପାରୁନାହଁ, ଏହି କଥାକୁ ନେଇ ତାଙ୍କ ଲେକ ଚରˎ କେତେ ଥର ୱାର୍ଣ୍ଣିଙ୍ଗ ˎଦେଇ ସାରିଲେଣି ଏହି ସମୟ ମଧ୍ୟରେ କଲେଜˎ ଟେଷ୍ଟ ପରୀକ୍ଷା ହୋଇସାରିଛି, ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇ ସାରିଛି, ଶ୍ରୁତିର ମାର୍କ ସମସ୍ତଙ୍କ ଠାରୁ କମ ଆସିଥିବାରୁ ତାଙ୍କ ଅଧ୍ୟାପକ ତା’ ଉପରେ ଭାରି ଗରଗର ହୋଇ ତାଙ୍କ ସହ ଏକାକୀ ଦେଖା କରିବାକୁ କହିଛନ୍ତି |

ଶ୍ରୁତି ସେହି ଅଧ୍ୟାପକ ନିର୍ଦ୍ଧାରିତ କରିଥିବା ସମୟ ମଧ୍ୟରେ ତାଙ୍କ କ୍ୟାବିନˎ ରେ ଯାଇ ପହଞ୍ଚିଲା, ତାକୁ ଦେଖୁଦେଖୁ ଗରଜିବାକୁ ଲାଗିଲେ, ବାହାରେ କାମ କରିବାର ଥିଲା ତ କଲେଜରେ ନାମ ଲେଖାଉଥିଲ କ’ଣ ପାଇଁ ଘରେ ସେମିତି ପଡ଼ି ରହିଲ ନାହିଁ, ଏଇଠିକି କାଇ ଆସୁ ଥିଲ? ଶେଷ ଥର ପାଇଁ କହୁଛି ଆସିବାର ଇଚ୍ଛାତ ରେଗୁଲାରˎ ଆସ, ନହେଲେ TC ନେହିକି ଚାଲିଯାଅ, ଏହା କହି ଶ୍ରୁତିକୁ ତା’ ରୁମକୁ ପଠେଇ ଦେଲେ |

ଶ୍ରୁତି ରୁମକୁ ଆସି ସେହି ଦିନଠୁ, ଆଉ ସେ ଶୋ ରୁମକୁ ଯିବା ଛାଡି ଦେଇଛି ସିଏ ସେହି କିଛିଦିନ କାମ କରି ଯେତିକି ଅର୍ଥ ଉପାର୍ଜନ କରିଥିଲା ସେହି ଟଙ୍କାରେ ଆଉ କିଛି ଦିନ ଚଳିଗଲା |

ଏବେ ପୁଣି ଥରେ ଶ୍ରୁତି ପାଖରେ ପଇସାର ଅଭାବ! ପୁଣି ଥରେ ସିଏ ସେହି ପୂର୍ବ ଅବସ୍ଥା ଫେରି ଆସିଛି, ସେ ମନେମନେ ଭାବୁଛି କେଉଠି କମˎ ସମୟର କାମ ଖଣ୍ଡେ ମିଳି ଯାଆନ୍ତା କି’ କମˎ ପଇସା ହେଲେ ମଧ୍ୟ ଚଳିଯାଆନ୍ତି, ସେହି କଥା ଭାବୁଭାବୁ ଏହି କିଛି ଦିନ ତଳେ ମିଳିଥିବା ଏକ ସାଙ୍ଗ କଥା ତାର ମନେ ପଡିଗଲା, ସେ କେଉଁଆଡେ କହୁଥିଲା କମˎ ସମୟ କାମ କଲେ ମଧ୍ୟ ଅଧିକ ଟଙ୍କା ମିଳୁଛି |

ତା’ ଆର ଦିନ ଶ୍ରୁତି ସେ ଝିଅ ସହ କଲେଜରେ ଭେଟ ହୋଇ ସିଏ ଯେଉଁ କହିଥିଲା ସ୍ଥାନକୁ ନେବାକୁ କହିଲା |

ସେହି ଦିନ ସନ୍ଧ୍ୟାବେଳେ ଶ୍ରୁତିକୁ ଧରି ସେହି ଝିଅ ସେ ସ୍ଥାନରେ ଯାଇ ପହଞ୍ଚିଲା ଆଉ ବାହାରେ ଶ୍ରୁତିକୁ ଠିଆ କରିଦେଇ ଭିତରକୁ ଏକାକି ପଶି ସେଠିକାର ମାଳିକଙ୍କ କାନରେ କ’ଣ ଯେ ଗୋଟେ ଫିସି ଫିସି କହିଦେଇ ବାହାରକୁ ଚାଲିଆସି ଶ୍ରୁତିକୁ ଭିତରକୁ ଯିବା ପାଇଁ କହିଲା |

ସେତିକି ବେଳେ ୨ଜଣ ନାରୀ ଆସି ଶ୍ରୁତିକୁ ନେଇ ଗୋଟିଏ ଅନ୍ଧାରିଆ ରୁମରେ ପସେଇ ବାହାର ପଟୁ ଗେଡା ମାରିଦେଲେ |

ଶ୍ରୁତି ଏହା ଦେଖି ଏସବୁ କ’ଣ ଚାଲିଛି କିଛି ବୁଝି ପାରୁନଥାଏ ଠିକ ସେହି ସମୟରେ ସେ ରହିଥିବା କବାଟର ଗେଡା ଖୋଲିବାର ଆୱାଜ ଶୁଭେ ଶ୍ରୁତି ତା’ ମୁହଁକୁ କବାଟ ପଟୁ ବୁଲେଇ ଦେଖେ 40-50 ବର୍ଷର ବୃଦ୍ଧ ବ୍ୟକ୍ତି ଜଣକ ସେହି ରୁମରେ ପଶି ଆସିଛନ୍ତି, ଆଉ ସେଠାକାର ଲାଇଟˎ ଲଗେଇ ସେହି କବାଟକୁ ଭିତରୁ ପଟୁଗେଡ଼ା ମାରି ଦେଇଛନ୍ତି! ସେହି ରୁମର ଗୋଟିଏ କୋଣରେ ଏକ ଖଟ ପଡିଛି ବୃଦ୍ଧ ଜଣକ ତାଙ୍କ ପିନ୍ଧିଥିବା ସାର୍ଟର ବୋତମˎ ଗୋଟି ଗୋଟି କରି କାଢିବାରେ ଲାଗିଛନ୍ତି | ଶ୍ରୁତି ଏହା ଦେଖି ଜାଣି ପାରିଥିଲା, କି ତା’ ଉପରେ କିଛି ଗୋଟେ ଖରାପ ଘଟଣା ଘଟିବାକୁ ଯାଉଛି, ସେ ସାବଧାନ ହୋଇଗଲା ଆଉ ପାଖରେ ପଢି ଥିବା ଲୁହା ଖଣ୍ଡକ କାଢି ସେହି ବୃଦ୍ଧଙ୍କ ମୁଣ୍ଡରେ ଆଘାତ କରି ସେଉଠୁ ତା’ ରୁମକୁ ଚାଲି ଆସିଲା |

ସିଏ ପୁରାପୁରି ଡରି ଯାଇଥିଲା ରାତି ସାରା ସେହି କଥା ଭାବିଭାବି ଆଖିରେ ଜମା ନିଦ ନାହଁ, ସିଏ ଆଉ ଦୁଇ ଦିନ ହେଲା କଲେଜ ଯାଉନାହିଁ, ଆଗକୁ ବୋର୍ଡ ପରୀକ୍ଷା ରହିଅଛି | ଏଣେ ପୁଣି ଥରେ ଶ୍ରୁତି ଉପରେ ଅଧ୍ୟାପକଙ୍କର ଭୀଷଣ ରାଗ, ସିଏ ଆଉ ଏଥର କ୍ଷମା ଦେଇ ନପାରି, ଶ୍ରୁତିର ଏହି ରେଗୁଲାର କଲେଜକୁ ନଯିବା କଥା ସିଧା ଯାଇ ପ୍ରିନ୍ସପାଲଙ୍କୁ ଜଣେଇ ଦେଇଛନ୍ତି, ପ୍ରିନ୍ସପାଲ ଏହି ସବୁ କଥା ଶୁଣି ଶ୍ରୁତିକୁ ପ୍ରିନ୍ସପାଲ ଅଫିସ, ଆସିବା ପାଇଁ ଖବର ଦେଇଛନ୍ତି |

ପ୍ରିନ୍ସପାଲଙ୍କ ଖବର ପାଇ ଶ୍ରୁତି ଡରିଡରି ଯାଇ ପ୍ରିନ୍ସପାଲ ଅଫିସରେ ପହଞ୍ଚିଲା, ଶ୍ରୁତିକୁ ଦେଖୁଦେଖୁ ପ୍ରିନ୍ସପାଲ ପଚାରିଲେ “କ’ଣ ତମରି ନାମ ଶ୍ରୁତି.....? ଶ୍ରୁତି ଉତ୍ତର ଦେଲା ହଁ..ସାର, ପ୍ରିନ୍ସପାଲ କହିଲେ ତମେ ରେଗୁଲାର କଲେଜକୁ କାହିଁକି ଆସୁ ନାହ, ଶ୍ରୁତି.. ପ୍ରିନ୍ସପାଲଙ୍କ ଆଗରେ ନିଜର ସମସ୍ତ ଦୁଃଖ ଜଣେଇଲା |

ଶ୍ରୁତିର ଏହି ଦୁଃଖର କାହାଣୀ ଶୁଣି, ପ୍ରିନ୍ସପାଲˎ ବହୁତ ଦୁଃଖ ଅନୁଭବ କଲେ ଏବଂ ଶ୍ରୁତିକୁ କ୍ଷମା କରିଦେଲେ...|

ଦୁଇ ଦିନ ପରେ ଶ୍ରୁତିକୁ କିଏ ଜଣେ କଲ କରି କହିଲେ, କ’ଣ ମୁଁ ଶ୍ରୁତି ମ୍ୟାଡମ୍ ଙ୍କ ସହ କଥା ହେଇଛି ? ଏହି ଫୋନ ଶ୍ରୁତି ମ୍ୟାଡମ୍ ଙ୍କ କତିକି ଲାଗିଛି ? ଶ୍ରୁତି କହିଲା ହଁ... କିନ୍ତୁ କ୍ଷମା କରିବେ ମୁଁ ଆପଣଙ୍କୁ ଚିହ୍ନି ପାରିଲି ନାହିଁ,...

ସେହି ବ୍ୟକ୍ତି ଜଣକ କହିଲେ ମ୍ୟାଡମ୍ ମୁଁ CRCH ଅଫିସରୁ କହୁଛି, ଆମ ଏହି କମ୍ପାନୀ ତରଫରୁ, ଏହି ବର୍ଷ ଏକ ନିଯୁକ୍ତି ମେଳା ରଖିଛୁ, ଯଦି ଆପଣ ଆମ ଏହି କମ୍ପାନୀରେ Job କରିବାକୁ ଇଚ୍ଛୁକ ତେବେ ଆପଣଙ୍କର ସମସ୍ତ ପ୍ରମାଣ ପତ୍ର ନେଇ ଏହି ମାସର ୨0 ତାରିଖ ଦିନ, ଆମ CRCH ଅଫିସରେ ଆସି ଦେଖା କରିବେ,

ଶ୍ରୁତି କହିଲା, କିନ୍ତୁ ଆଜ୍ଞା ମୁଁ ତ’ଏବେ ଯୁକ୍ତ ଦୁଇର ପ୍ରଥମ ବର୍ଷରେ ପଢୁଛି, ମୁଁ ପୁଣି କେମିତି Job କରିପାରିବି |

ଶ୍ରୁତିର ଏହି କଥା ଶୁଣିଲା ପରେ ସେହି ବ୍ୟକ୍ତି ଜଣକ ଉତ୍ତର ଦେଲେ, ଦେଖନ୍ତୁ ମ୍ୟାଡମ୍ ଏହି Job ପାଇଁ ଆପଣ, ଆପଣଙ୍କର ମ୍ୟାଟ୍ରିକˎ ପାଶ ସାର୍ଟିଫିକେଟ ଦେଇ ମଧ୍ୟ ଜାଇନିଂ କରି ପାରିବେ, କ’ଣ କହୁଛନ୍ତି ? ଏହା ବାବଦରେ ଟିକିଏ ଭାବି କି’ ଆମକୁ ସନ୍ଧ୍ୟା ସୁଦ୍ଧା ଟିକିଏ ଜଣେଇ ଦେବେ, ଆଉ ଗୋଟିଏ କଥା ମ୍ୟାଡମ୍,

ଏହି Job ପାଇଁ ଭ୍ୟାକେନସି ବହୁତ କମ ରହିଅଛି, ଏଣୁ ଆପଣ ଟିକିଏ ଜଲଦି ଜଣେଇବାକୁ ଚେଷ୍ଟା କରିବେ | ରହିଲି ମ୍ୟାଡମ୍ ଏହି ନମ୍ବରରେ କଲ କରି ଆପଣଙ୍କ ମୋତେ ଦେବେ |....

ଶ୍ରୁତିର ମନରେ କେବଳ ଗୋଟିଏ କଥା ଘାରି ହେଉଛି, ସେହି Job କରିବି କି’ ନାହିଁ ଭାବିଭାବି ଶେଷରେ ନିଷ୍ପତ୍ତି ନେଲା, ଯେ ସିଏ ଏହି Job ଟିଏ କରିବ, ଏହି କଥା ଭାବି, ସେ ଯେଉଁ ଆସିଥିବା ନମ୍ବରରେ କଲ କରି ସେହି କମ୍ପାନୀର ଠିକଣା ଟିପି ରଖିଲା,

ଦେଖୁଦେଖୁ ୨0 ତାରିଖ ଆସିଲା, ଶ୍ରୁତି ସେହି ଦିନ ଭର ସକାଳେ ଉଠି ଫ୍ରେସ ହୋଇ ସବୁ ପ୍ରମାଣ ପତ୍ର ଧରି ସେହି CRCH କମ୍ପାନୀର ଅଫିସରେ ଯାଇ ପହଞ୍ଚିଲା, ଆଉ ସେଠିକାର ପ୍ରବେଶ ଦ୍ୱାର ରେ ରହିଥିବା ସେହି ଦ୍ୱାର ଜଗୁଆଳି ଙ୍କୁ ସେହି ମ୍ୟାନେଜରଙ୍କ କ୍ୟାବିନ ଦେଖେଇବା ପାଇଁ ଅନୁରୋଧ କଲା,

ଦ୍ୱାର ଜଗୁଆଳି, ଶ୍ରୁତିକୁ ନେଇ ସେହି ମ୍ୟାନେଜରଙ୍କ କ୍ୟାବିନ ରେ ଛାଡି ଆସିଲା |

ସେହି କ୍ୟାବିନ ଭିତରେ 40-45 ବର୍ଷର ବ୍ୟକ୍ତି ଜଣକ ହୁଇଲ ଚେୟାର ବସିଛନ୍ତି, ଶ୍ରୁତି ସେହି ବ୍ୟକ୍ତିଙ୍କୁ ନମସ୍କାର ଜଣେଇ ନିଜର ପରିଚୟ ଦେଲା |ଏହି ସମୟରେ ହଠାତ ! ସେହି କ୍ୟାବିନର କବାଟ କିଏ ଜଣେ ବାହାର ପଟୁ ଆସି ବନ୍ଦ କରିଦେବାର ଆବାଜ ଆସେ | ଶ୍ରୁତି ପଛକୁ ଟିକିଏ ବୁଲି ଦେଖେ କବାଟ ବନ୍ଦ ହୋଇ ଯାଇଛି |

ଏହା ପରେ ଶ୍ରୁତି ସହ ଯେଉଁ ଘଟଣା ଘଟିଥିଲା ତାହା କହିବାକୁ ମଧ୍ୟ ମୋତେ ଖରାପ ଲାଗୁଛି, କିଛି ସମୟ ପରେ ସେହି କ୍ୟାବିନର କବାଟ ଖଳିଲା, ଶ୍ରୁତି ସେହି କ୍ୟାବିନରୁ ଭିଜାଭିଜା ଆଖିରେ ବାହାରକୁ ବାହାରିଥିଲା, ତା ଦେହର ପୋଷାକ ମଧ୍ୟ ଅ ସୁରକ୍ଷିତ ଥିଲା, ତାର ସେ ସଜଡା କେଶ ମଧ୍ୟ ଅ ସଜଡାର ରୂପ ନେଇ ସାରିଥିଲା |

ସେଉଁଠୁ ସେ ବାହାରି ସିଧା ଯାଇ ତା’ ଆଶ୍ରମରେ ପହଞ୍ଚିଲା, ତା ରୁମ ମେଣ୍ଟ ଦୁହେଁ.. ଶ୍ରୁତିକୁ ଦେଖୁଦେଖୁ ତା’ ପାଖକୁ ଆସି ପଚାରିବାରେ ଲାଗିଲେ, ଆଲୋ ତୁ ଚାଲି ଆସିଲୁ, କହକହ ତୁ ଯେଉଁ କାମରେ ଯାଇଥିଲୁ, ସେହି କାମ କ’ଣ ସଫଳ ହେଲା,

ତୋତେ କ’ଣ ସେହି କମ୍ପାନୀରେ ନିଯୁକ୍ତି ମିଳିଲା ଏମିତି ଅନେକ ପ୍ରଶ୍ନ ପଚାରିବାରେ ଲାଗିଲେ |

ତେବେ ଶ୍ରୁତିର ରୁମ ମେଣ୍ଟ ପାଖକୁ ଏକ କଲ ଆସେ, ସେହି କଲ ଥିଲା ସେହି CRCH ଅଫିସରେ ରହୁଥିବା ରାକେଶ ନାମକ ଜଣେ ବ୍ୟକ୍ତିର, ସିଏ କଲ କରି ଫୋନଟିକୁ ଶ୍ରୁତିକୁ ଦେବା ପାଇଁ କହିଲା, ଆଉ ଶ୍ରୁତି ସହ କଥା ହୋଇ ସେହି ମ୍ୟାନେଜରଙ୍କ କ୍ୟାବିନରେ ଯେଉଁ ସବୁ ଘଟିଥିଲା ସେହି ସବୁ ବିଷୟରେ କହିଲା, ଆଉ ସେହି ସବୁର ଭିଡିଓ କ୍ଲିପˎ ତା’ ଫୋନରେ ରହିଥିବା କଥା କହିଲା |

ସେହି ଭିଡ଼ିଓକୁ ଡିଲିଟ କରିବାକୁ ହେଲେ ସେହି ମ୍ୟାନେଜର ସହ ଯେଉଁ ଘଟଣା ଘଟେଇ ଥିଲା, ୟା-ସହ ମଧ୍ୟ ସେସବୁ କରିବାକୁ ପଡିବ, ନହେଲେ ସନ୍ଧ୍ୟା ସୁଦ୍ଧା ସେହି ଭିଡିଓ ଭାଏରାଲˎ ହୋଇଯିବ ଏତିକି କହି ଫୋନ କାଟିଦେଲା |

ଶ୍ରୁତି ଏହା ଶୁଣି ୱାସରୁମ କୁ ଚାଲିଯାଇ ବହୁତ କାନ୍ଦେ, କିନ୍ତୁ ଏବେ କାନ୍ଦିଲେ ଅବା କ’ଣ ହବ ଯାହା ସବୁ ଭୁଲ ଆଗରୁ ତ’ ହୋଇ ସାରିଛି,ସିଏ ଆଉ କିଛି ନଭାବି ସେହି ନମ୍ବରରେ କଲ କରି ତା’କୁ କେଉଁଠିକୁ ଯିବାକୁ ହବ ସେହି ସ୍ଥାନର ନାମ ପଚାରିଲା ଆଉ ତା ପାଖକୁ ଚାଲିଯାଇ ମ୍ୟାନେଜର ସହ ମିଶି ଯେଉଁ ଘଟଣା ଘଟେଇ ଥିଲା, ତାହା ସହ ମଧ୍ୟ ତାହା କରିଥିଲା |

 କିନ୍ତୁ ଏହା ପରେ ମଧ୍ୟ ସେ ନର ରାକ୍ଷସ ସେହି ଭିଡ଼ିଓକୁ ଡିଲେଟ କରିନଥିଲା ସେହି ନର ରାକ୍ଷସର ଦେହର ଭୋକ, ଶ୍ରୁତିକୁ ବାରମ୍ବାର ମେଣ୍ଟାଇବାକୁ ପଡୁଥିଲା, ଏମିତି କିଛିଦିନ ବିତିଗଲା...ଏବେ ଆଉ ସେ ରାକ୍ଷସ, ଦେହ ଭୋକ ମେଣ୍ଟେଇବା ବଦଳରେ ଆଉ କିଛି କହୁଛି | ସେ କହୁଛି ତୋତେ ଖାଇବାକୁ ମୋର ଆଉ ମନ ହେଉନି, ତୁ ଯଦି ଚାହୁଁଛୁ ସେ ଭିଡିଓ ଡିଲେଟˎ ହଉ | ତେବେ ମୋତେ ତୁ ପୁରା ପଚାଶହଜାର ଟଙ୍କା ଦେବାକୁ ପଡିବ, ରାଣ ଖାଉଛି ଯେବେ ପଚାଶ ହଜାର ଦେବୁ, ସେହି ଦିନ ସେ ଭିଡିଓ ନିଶ୍ଚିତ ଡିଲେଟˎ କରିଦେବି |

(ଶ୍ରୁତି ) -ଏହି କଥା ଶୁଣି ଏତେ ଟଙ୍କା! ଏତେ ଟଙ୍କା ମୁଁ କଉଠୁ ଆଣିବି ?..

(ରାକେଶ) -ମୋତେ ଜଣା ନାହିଁ ତୁ’ କଉଠୁ ଆଣିବୁ କିନ୍ତୁ ମୋତେ ପଚାଶ ହଜାର ଦରକାର ତୋତେ ୨ମାସ ସମୟ ଦେଲି ସେତିକି ଭିତରେ ଟଙ୍କା ରେଡି ହୋଇଥିବା ଆବଶ୍ୟକ |

ଏତିକି କହିଲା ମାତ୍ରେ କଲ କଟି ଯାଇଥିଲା | ଶ୍ରୁତି ଆଜି ଭାଙ୍ଗିପଡି, ଧର୍ଯ୍ୟହରା ହୋଇଯାଇଛି |

ନାରୀ ମନ କେତେ ଆଉ ସହିବ ଏହି ପିଢା ଆଉ ଯନ୍ତ୍ରଣାକୁ, ନାରୀ କଥା ତ ଛାଡ ଏମିତି କଉ ପୁଅ ଅଛି ଯେ ଏମନ୍ତ କଷ୍ଟ ସବୁ ସୟନ ସେ କରିପାରିବ? ଶ୍ରୁତି ନିଷ୍ପତି ନେଇଛି ସେ ଆଜି ତା’ର ପ୍ରାଣ ତ୍ୟାଗ କରିଦେବ ! ଏହି କଥା ଭାବି ସେ ତା’ ରୁମରେ ପଶିଯାଇ, ଭିତର ପଟୁ ଗେଢା ଦେଇ ଫେନରେ ତା’ ଚୁନି ବାନ୍ଧିବା ଆରମ୍ଭ କରୁଥାଏ, ସେତିକି ବେଳେ ଶ୍ରୁତିକୁ କେଉଁଠୁ କିଏ ଗୋଟେ ଡାକିବାର ଆୱାଜˎ ଶୁଭେ, ଶ୍ରୁତି ସେହି ଆୱାଜˎ ଶୁଣି ତା’ କାମ ଛାଡି ବାହାରକୁ ବାହାରି ଦେଖେ, ସେହି କଲେଜର ପିଅନ ଶ୍ରୁତିର ବାପାଙ୍କ ଖବର ନେଇ ଆସିଛନ୍ତି |

ମେଡିକାଲ ରୁ କଲ ଆସିଥିଲା, ଶ୍ରୁତିର ବାବା କେଉଁଆଡେ ମେଡିକାଲ ରେ ଭର୍ତି ହୋଇଛନ୍ତି | ତାଙ୍କୁ ଅପରେସନ କରିବାକୁ ଏକଲକ୍ଷ ଟଙ୍କାର ଆବଶ୍ୟକ | ଶ୍ରୁତି ସେ ପିଅନ ଠାରୁ ଏହି ପଦଟିକ କଥା ଶୁଣିଲା ପରେ, ତଳେ ବେହୋସˎ ହୋଇ ପଡିଗଲା | କେମିତି ଅବା ବେହୋସˎ ହୋଇ ନଥାନ୍ତା ମଣିଷଟାଏ ପରା ସିଏ |

କେତେ ଶକ୍ତ ପଥର ହେଲେ ମଧ୍ୟ ତା’ ଦେହରେ ଆଘାତ ହେଲା କ୍ଷଣି ଭାଙ୍ଗି ଚୂନ ହୋଇ ଯାଉଛି, ଆଉ ଏହି ମନୁଷ୍ୟର କମଳ ମନଟା ଏତେ ସବୁ ଆଘାତ କିମିତି ଅବା ସହ୍ୟ କରି ପାରିବ |

କିଛି ସମୟ ଗଲା ପରେ ଶ୍ରୁତିର ଚେତା ଫେରିଲା, ତାକୁ ତା' ଦୁଇ ରୁମମେଣ୍ଟˎ, ମୁହଁରେ ପାଣି ଛିଞ୍ଚି ନିଜ ରୁମକୁ ନେଇ ଶୁଆଇଛନ୍ତି | ସେଉଁଠୁ ସେ ଉଠି ତା' ବାପାଙ୍କ ପାଖକୁ ଯିବା ପାଇଁ ବାହାରିଲା,

 ତା' ସାଥିରେ ସେହି ଦୁଇ ରୁମମେଣ୍ଟˎ ମଧ୍ୟ ସେହି ମେଡିକାଲ ରେ ଯାଇ ପହଞ୍ଚିଲେ, ଆଉ ଦେଖିଲେ ବାପାଙ୍କ ପରିସ୍ଥିତି ବହୁତ ଗମ୍ଭୀର, ତାଙ୍କୁ ଠିକ କରିବାପାଇଁ, ଡାକ୍ତର ଏକଲକ୍ଷ ଟଙ୍କା ଯୋଗାଡ କରିବା ପାଇଁ କହୁଛନ୍ତି |

 ଶ୍ରୁତିର ବାପାଙ୍କ ଏହି ଭଳି ଅବସ୍ଥା ଦେଖି ତା' ୨ଜଣ ରୁମମେଣ୍ଟˎ ବହୁତ ଦୁଃଖ ଅନୁଭବ କରିଲେ ଆଉ ଶ୍ରୁତିକୁ ତୁ ଡରୁନା ଆମେ ଅଛୁ ତୋ ସାଥିରେ ବାପାଙ୍କ କିଛି ହବ ନାହିଁ କହି, ଦୁହେଁ ନିଜନିଜ ଫୋନ କାଢି ନିଜନିଜ ଘରକୁ କଲ କରି, ଏହିସବୁ କଥା ଜଣେଇ ପଚାଶ ହଜାର ଲେଖାଏଁ ଟଙ୍କା ମଗେଇ ମେଡିକାଲ କାଉଣ୍ଟରˎ ରେ ଜମା କରିଦେଲେ |

ଗୋବିନ୍ଦ ମଉସାଙ୍କ ଅପରେସନ ସଫଳ ହେଲା ସେ ଦୁହେଁ ଶ୍ରୁତିର ରୁମମେଣ୍ଟˎ ପଇସା ଦେଇ ହଷ୍ଟେଲକୁ ଚାଲି ଯାଇଥିଲେ |

କିଛି ଦିନ ପରେ ଗୋବିନ୍ଦ ମଉସାଙ୍କୁ ମଧ୍ୟ ମେଡିକାଲ ରୁ ଡିସଚାର୍ଜˎ ମିଳିଲା, ଝିଅ ଶ୍ରୁତି ଆଉ ଗୋବିନ୍ଦ ମଉସା ତାଙ୍କ ଗାଁକୁ ଚାଲିଗଲେ | ଶ୍ରୁତି ତା' ବାପାଙ୍କ ସହ କିଛିଦିନ ରହି ତାଙ୍କ ସେବା କରୁଥିଲା ଆଉ ବାପାଙ୍କ ଦେହ ଭଲ ହେଲା ପରେ, ପାଠ ପଢାପାଇଁ ସହରକୁ ଚାଲିଆସିଲା |

 ସିଏ ସିନା ସହରକୁ ପାଠ ପଢିବ ବୋଲି ଚାଲି ଆସିଛି, ଏଣେ ତା' ମୁଣ୍ଡରେ ତିନି ତିନିଟା ବୋଝ ଲଦିହୋଇଛି, ସେ ମାନଙ୍କ ଠାରେ ଏତେ ସବୁ ଟଙ୍କା ଯଉ ବାକି ହୋଇଛି |କେମିତି ଫେରେଇବ? କ'ଣ କରିବ କେଉଁଠୁ ଆଣିବ ଏତେ ସବୁ ଟଙ୍କା ଏହି କଥା ଭାବିଭାବି ? ଶେଷରେ କୋଣ ସି ଉପାୟ ନପାଇ ଦିନେ ଗୋଟିଏ ଝିଅ ତା'କୁ ନେଇ ଯେଉଁ ସ୍ଥାନରେ ଫସେଇ ଥିଲା, ସେହି ସ୍ଥାନର କଥା ମନେ ପକେଇଲା, ଆଉ ସେହି ସ୍ଥାନକୁ ଯାଇ ନିଜ ଦେହ ବ୍ୟବସାୟ କରିବାରେ ଲାଗି ପଡିଲା ଓ ଟଙ୍କା ରୋଜଗାର କରି ସେ ମାନଙ୍କ ଋଣ ସବୁ ସୁଝିଲା |

ଏମିତି କେତେ ମାସ ବିତିଗଲା, ଦିନେ ପେଟ କାଟି ବାନ୍ତି ହୋଇଥିବାରୁ, ମେଡିକାଲ ଯାଇ ବ୍ଲଡଟେଷ୍ଟˎ କରି ଜାଣିବାକୁ ପାଇଲା ତା' ପେଟରେ ପାଞ୍ଚ ମାସର ଏକ ଶିଶୁ ବଢୁଛି! ଏହି କଥା ଡାକ୍ତରଙ୍କ ମୁଖରୁ ଶୁଣିଲା ମାତ୍ରେ ତା' ମୁଣ୍ଡ ଆଉ କିଛି କାମ କଲା ନାହିଁ, ତା' ମୁଣ୍ଡକୁ ଅନେକ ଚିନ୍ତା ସବୁ ମାଡି ବସିଲା, ସିଏ ଭାବିଲା ଯେବେ ଦୁନିଆ ମୋ ଉପରେ ଆଙ୍ଗୁଳି ଉଠେଇବ ତେବେ ମୁଁ ତାଙ୍କୁ କ'ଣ ଶାନ୍ତ କରିବି ?

ଏହି ପେଟରେ ବଡୁ ଥିବା ଶିଶୁଟିଏ ଯେବେ ମୋ ବାପା କିଏ ବୋଲି ପ୍ରଶ୍ନ କରେ ତେବେ ତା'କୁ ମୁଁ କି ଉତ୍ତର ଦେବି ? ଦୁନିଆର ନିନ୍ଦା ଅପମାନ ସିନା ସହିବାର କ୍ଷମତା ମୋ ' ପାଖରେ ଥାଇପାରେ, କିନ୍ତୁ ନିଜ ପୁଅ ଦେଉଥିବା ନିନ୍ଦା ଅପମାନ ମୋ ଦ୍ୱାରା କେମିତି ସହ୍ୟ ହେବ, ଏହି କଥା ଭାବିଭାବି ରାତି ପାଇଯିବାରୁ ଶ୍ରୁତି ତା' ରୁମର କବାଟ ଦେଇ ଶୋଇପଡେ |

ତା' ଆର ଦିନ ଗୋବିନ୍ଦ ମଉସା ଝିଅକୁ ଦେଖିବାକୁ ଯିବେ ବୋଲି, ଭର ସକାଳୁ ଉଠି, ଗାଧୁଆ, ପାଧୁଆ ସାରି, ଝିଅ ପାଇଁ ଗୁଢାଏ ଖାଇବା ଜିନିଷ ନେଇ ବାହାରିଲେ | ବହୁତ ଦିନ ପରେ ଝିଅକୁ ଦେଖିବେ, ଏହି କଥା ଭାବିଭାବି ତାଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଉଛି | ବାଟରେ ଘାଟରେ ମଉସାଙ୍କୁ ଅନେକ ଲୋକ ପଚାରନ୍ତି ଗୋବିନ୍ଦ ବାବୁ କେଉଁଆଡେ ବାହାରିଛ? ଗୋବିନ୍ଦ ମଉସା ଛାତିକୁ ଫୁଲେଇ ସମସ୍ତଙ୍କୁ କେବଳ ଗୋଟିଏ ଉତ୍ତର ଦେଉଛନ୍ତି | ଝିଅ ମୋର ସହରେ ପଢୁଛି !! ବହୁତ ଦିନ ହେଲା ତା'କୁ ଟିକିଏ ଦେଖିନାହିଁ, ସେହିଥି ପାଇଁ ଆଜି ବାହାରିଛି ତାକୁ ଟିକିଏ ଦେଖାକରି ଆସିବି |

ମଉସା ଶ୍ରୁତି ରହୁଥିବା ଆଶ୍ରମରେ ଯାଇ ପହଞ୍ଚି, ଦେଖିବାକୁ ପାଇଲେ, ସେହି ଆଶ୍ରମ ସାମ୍ନାରେ ଗୁଡ଼ାଏ ଲୋକ ଠିଆ ହୋଇଛନ୍ତି, ସେଠାରେ ଅନେକ ଗାଡି ଠିଆ ହୋଇଛି, ଆଉ କିଛି ପୋଲିସˎ ବାବୁମାନେ ସେହି ଆଶ୍ରମକୁ ଘେରି ରହିଛନ୍ତି |

ସେଠିକାର ଲୋକମାନେ ଗୁଣୁଗୁଣୁ ହୋଇ ନିଜନିଜ ମଧ୍ୟରେ କ'ଣ ସବୁ କଥା ହେଉଛନ୍ତି | କିଛି ସମୟ ପରେ ଶ୍ରୁତି ରହୁଥିବା ରୁମରୁ ଚାରି ଜଣ ପୋଲିସˎ ବାବୁ, ଧଳାଧତି ଗୁଡା ହୋଇଥିବା ଗୋଟାଏ ଖଟର ଭାରକୁ ବାହାରକୁ ଆଣିଲେ, ଆଉ ସେହି ଗୁଡା ହୋଇଥିବା ଧତି କୁ ମୁଣ୍ଡପଟୁ ଟିକିଏ ମେଳେଇଲେ ତା' ଦେଖୁଦେଖୁ ମଉସାଙ୍କ ହସˎଉଡି ଯାଇଥିଲା | ସିଏ ଆଉ ନିଜକୁ ନିଜେ ଅଟକାଇ ନପାରି ଭୂଇଁରେ ପଡିଯାଇଥିଲେ ସେ ଧତି ରେ ଗୁଡା ହୋଇଥିବା ଖଟରେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଗୋବିନ୍ଦ ମଉସାଙ୍କ ଝିଅ ଶ୍ରୁତି...!!!



Rate this content
Log in

More oriya story from ଲବଦାନ ନାଏକ