Akshaya Sahoo

Others

3  

Akshaya Sahoo

Others

ହୋଟେଲ ବୟ

ହୋଟେଲ ବୟ

1 min
174


ମେଡ଼ିକାଲରେ ଡାକ୍ତରଙ୍କୁ ଅନୁପ ତାଙ୍କ ସାନ ପୁଅକୁ ଦେଖାଇ ସାରିବା ପରେ ପରେ ଗୋଟିଏ ହୋଟେଲ ଭିତରକୁ ପଶିଗଲେ । ଚେୟାରରେ ଯାଇ ବସିଲେ । ଦେବାନେବା କରୁଥିବା ପିଲାଟି କ'ଣ ଖାଇବେ ବୁଝିନେଇ ଭାତର ପ୍ଲେଟ ଧରି ଆସି ଟେବୁଲ ଉପରେ ଥୋଇବାକୁ ଯାଉଛି ସେହି ସମୟରେ ହୋଟେଲ ଟେବୁଲ ଉପରେ ମାଲିକର ଆଖି ପଡିଗଲା ଟେବୁଲ ଉପରେ ପଡିଥିବା ଦୁଇଟି ଭାତ ଉପରେ । ମାଲିକ କଂପି ଉଠିଲା ଅଇଁଠା ପୋଛାପୋଛି କରୁଥିବା ପିଲାଟି ଉପରେ ଓ ଗାଲରେ ଦୁଇ ଚାପୁଡ଼ା ପକାଇ ଓ ପରେ ପରେ ତା କାନ ଧରି ବାଘ ପରି ଗର୍ଜନ କରି କହିଲେ - " ତୋତେ କ'ଣ ଦରମା ଦେଇ ରଖିଛି, ଏଠି ଖାଲି ବସି ଖାଇବାକୁ । ଇଚ୍ଛା ଅଛି ତ ଏଠି ରହ ନ ହେଲେ ଏଠୁ ବାହାରି ଚାଲିଯା’ । ହୋଟେଲରେ ରହିବାକୁ ପିଲା ଅଭାବ ନାହାଁନ୍ତି ।"

ଅନୁପଙ୍କ ସାନ ପୁଅ ରାଜୁ ତାର ବାପାଙ୍କୁ ଅନାଇ କହିଲା - ବାପା ସେ ପିଲାଟିକୁ କାହିଁକି ମାଇଲେ ? ଦେଖୁନା ସେ କେମିତି ବସି କାନ୍ଦୁଛି । ଚାଲନା, ତାକୁ ଆମ ଘରକୁ ନେଇଯିବା । ଆମ ଘରେ ରହିବ, ମୋ ସାଙ୍ଗରେ ଖେଳିବ, ବୁଲିବ, ସ୍କୁଲକୁ ଯିବ, ବହୁତ ଭଲ ହେବ ।

ତାର ବାପା ଅନୁପ କହିଲେ - ସିଏ ପରା ହୋଟେଲ ବୟ । ଆମ ସାଙ୍ଗରେ ଯାଇ ପାରିବ ନାହିଁ ।

ରାଜୁ ହୋଟେଲ ବୟ କ'ଣ ବୁଝି ନ ପାରି ତା ବାପା ମୁହଁକୁ ବଲବଲ କରି ଅନାଇ ରହିଥିଲା ।

ହେଲେ ତା ବାପା ତଳକୁ ମୁହଁ କରି ଖାଇବାରେ ଲାଗିଗଲେ ।

ଅକ୍ଷୟ ସାହୁ

ଗଜେନ୍ଦ୍ରପୁର, କଳାଶ୍ରୀ ଗୋପାଳପୁର


Rate this content
Log in

More oriya story from Akshaya Sahoo