Sanjay kumar Dash

Others

2.5  

Sanjay kumar Dash

Others

ଗୋଟେ ରାସ୍ତାକଡର ବୁଢୀ

ଗୋଟେ ରାସ୍ତାକଡର ବୁଢୀ

1 min
502


ଏ ହୁତ୍ ହୁତ୍ ନିଆଁ ଦେହସୁହା ହୋଇଗଲାଣି | ଦୁନିଆଟା ଦଉଡେ ଆକୁ ଶାନ୍ତ କରିବା ପାଇଁ ଜାଣି ମଧ୍ୟ ସେ ନିର୍ବିକାର |

ଭୋକିଲା ପେଟ, ଲୋଚାକୋଚା ଚମ ଓ ଶୁଖିଲା ଆଖି –ସାଂଗକୁ ଅସୁମାରୀ ଦୁଃଖ ଓ ଧ୍ବସ୍ତ ହୃଦୟ |

“ ବଡ ” ପେଟମାନେ ସବୁବେଳେ କ୍ଷୁଦାର୍ଥ , ସେ କିନ୍ତୁ ଜନସଂଖ୍ୟାର ବିସ୍ଫୋରଣରେ ଏକତ୍ୟୁ ହରାଇ ବସେ |

କିଛି ହୃଦୟ ମାନେ ସାହାଯ୍ୟପୁର୍ଣ୍ଣ ହୁଅନ୍ତି | ହତ୍ୟାକାଣ୍ଡ ଚାଲେ, ହିଂସା ହୁଏ |

ମାତ୍ର ନିର୍ବାକ୍ ବୁଢୀଟା ସେମିତି ଚାହିଁରହିଥାଏ ଏ ଦୁନିଆଟାକୁ –ତା ମଳିନ ଆଖିରେ |

ପାକୁଆ ପାଟିରେ ମୁଚୁକୁନ୍ଦ ମାରି , କଟାକ୍ଷ ଆଖିରେ ସେ କହେ ,“ ମୁଁ ବି ମୋ ରାଇଜର ରାଣୀ ” |


Rate this content
Log in