Dileswar Rana

Others

2.5  

Dileswar Rana

Others

ଘିମିରି

ଘିମିରି

1 min
1.4K


ଝାଞ୍ଜି ପବନ ସହ ଯେବେ ଗୁଳୁଗୁଳି ମନଚୁକୁ ଦହଗଂଜ କରେ, ପ୍ରବଳ ଝାଳ ନିଥିରେ ଦେହରୁ | ଖରାକୁ ଜମ୍ମା ତାର ଡର ନଥାଏ,ବରଂ ସାଦରେ ନିଉତା ଦେଉଥାଏ | ଏଇଥିପାଇଁ ଯେ,ସେ ମନଭରି ଦେଖିପାରେ ରତନୀକୁ |

ରତନୀ ଧାଁଗଡି | ସାଜ ହୁଏ, ଲାଜ ହୁଏ | ମନଚୁ ତାକୁ ପସନ୍ଦ କରେ | ଗୋରା ଫିନଫିନ ମନଚୁ ଦେହରେ ଖରା ଦିନେ ଘିମିରି ଉକଟି ଆସେ | ଖୁସିରେ ଫାଟିପଡ଼େ ସେ |

ଘିମିରି ଫୁଟେଇବା ବାହାନାରେ ଡାକେ ରତନୀକୁ | ଆମ୍ବ ଗଛ ଛାଇରେ ଘିମିରି ଫୁଟେଇ ଦିଏ ସେ,କାଠ ପାନିଆ କି ବାଡ଼ୁନଖୁଟିରେ କେଞ୍ଚି | ଘିମିରି ଫୁଟିଲେ ଯେତିକି ଉସତ ଲାଗେ,ତା'ଠୁଁ ରତନୀର ଛୁଆଁ ଦେହକୁ ଶିହରିତ କରେ |

ଏ ବର୍ଷର ଖରା ନିଆଁ ବରଷୁଛି | ଜବର ଗୁଳୁଗୁଳି | ନିର୍ଧୁମ ଝାଳ | ମନଚୁ ଝୁରି ହେଉଛି ରତନୀକୁ ଥରେ ପାଖରେ ପାଇବାକୁ | ହେଲେ ସେ କିଛି ଵି ବାହାନା ପାଉନି |

ମନଚୁ ଦେହରେ ଘିମିରି ହୋଇନି ଏଥର |

ଧଅଁରାମାଳ,ରୁପ୍ରା

ରୁପ୍ରାରୋଡ,କଳାହାଂଡି

ପିନ -766101

9556137077

writerdileswar@gmail.Com


Rate this content
Log in

More oriya story from Dileswar Rana