STORYMIRROR

Aruna Kar

Others Tragedy

2  

Aruna Kar

Others Tragedy

ଧୋକା

ଧୋକା

1 min
15.3K


କୋଳାହଳମୟ ପରିବେଶରୁ ପଦାକୁ ବାହାରି ଆସିଲା ଅନୁଶ୍ରୀ। ଭାବୁଥିଲା ରିଷିଙ୍କ କଥା। କେତେ ଭଲପାଆନ୍ତି ତାକୁ। କୋଉ କଥାରେ ଅଭାବ ଅନୁଭବ କରାଇ ଦିଅନ୍ତି ନାହିଁ। ଏତେ ବେଶି ସ୍ନେହ ଶ୍ରଦ୍ଧା କରନ୍ତି ଅନୁ ଭୁଲିଯାଏ ନିଜକୁ... କିନ୍ତୁ...ସେଦିନ...ଅନୁ ଅଟୋରେ ଚାଲିଗଲା ସାଙ୍ଗ ଶ୍ରେୟାକୁ ଦେଖା କରିବାକୁ। ଶ୍ରେୟା ଘର ଗେଟ ପାଖରେ ରିଷିଙ୍କ ମୋଟର ସାଇକେଲ । ଅନୁ ଆଶ୍ଚର୍ଯ୍ୟ ହେଲା... ଧୀରେ ପଶିଲା ଗେଟ ଖୋଲି ଘର ଭିତରକୁ। ଅଭାବନୀୟ, ଅସଞ୍ଜତ ଅବସ୍ଥାରେ ତା'ର ସିନ୍ଦୂର ଓ ତା'ର ସବୁଠୁ ଭଲ ସାଙ୍ଗ। ବନ୍ଦ କବାଟକୁ ଆଉଜେଇ ଦେଇ ଝଡ଼ ବେଗରେ ବୁଲିପଡିଲା ଅନୁ। ରିଷି ଓ ଶ୍ରେୟାଙ୍କ ଡାକ ପଛରେ ଶୁଭୁଥିଲା....ଅନୁ... ଶୁଣ.. ଅନୁ..... ।.

ଅରୁଣା କର

22:10:18

ଭୁବନେଶ୍ଵର


Rate this content
Log in