STORYMIRROR

Dhanurdhar Majhi

Others Tragedy

2  

Dhanurdhar Majhi

Others Tragedy

ଵଡା ଗୁଲ୍ଗୁଲା

ଵଡା ଗୁଲ୍ଗୁଲା

2 mins
656


ଇ ଜେଟ୍ ମାସର୍ ଖରା ବେଲିଆ କଥା।ମୁଇଁ ଖାଇପିଇ କରି ମୋର୍ ଦୁକାନ୍ ଭିତ୍ରେ ବସିଥାଏ।ମୋର କାନେ ଛୋଟ୍ ଛୁଆ ଗୁଟେ ଗଗାଵାର୍ ଆବାଜ୍ ସୁନ୍ ଲି। ଏତେ ଯୋର୍ ସେ କାନ୍ଦୁଥାଏ ଯେ,ଶେଷେ ସହି ନାଇଁ ପାର୍ଲି ଆରୁ ଭଟାକେ ଵାହାରିକରି ଦେଖଲିଁ।ଦେଖ୍ ଲି ଯେ ଗୁଟେ ରାଆଣି ବୁଢୀଟେ ଗୁଟେ ଦେଢ୍ ବଛରିଆ ଛୁଆକେ ଧରିକରି ରୋଡ୍ ତରା ଡୁମେର ଗଛ ତଲେ ଠିଆ ହୋଇଥାଏ। ଛୁଆଟା ଗୁଳ୍ଗୁଳି୍ ଗରମ୍ ଆର୍ ଭୁକେ ଖୁବ୍ ଯୋର୍ ସେ କାନ୍ଦୁ ଥାଏ। ଆରୁ ତାର୍ ପାଖେ ଯୁଆନ୍ ପିଲାଟେ ବାଇକ୍ ନେ ବସି କରି ମୋବାଇଲ୍ ନେ କଥା ହେଉଥାଏ ।ମନେ କେ ମନ୍ ମୋତେ ବଡା ଗୁଳ୍ଗୁଲା ଲାଗ୍ ଲା ।ମୁଇଁ ଭାବ୍ ଲି ଛୁଆଟା ଶୁଷେ ହେଉଥିବା ପାଏନ୍ ଟିକେ ହେଲେ ନେଇକରି ପିଆସିଁ । ଧରମ ପାଏମି । ମୋର୍ ଯିବାର ଆଘୋନୁ ସେ ଯୁଆନ୍ ପିଲାଟା ତାର୍ ବାଇକ୍ ଡିକିନୁ ପାଏନ୍ ବୁତଲ୍ ବାହାର କରି ପିଆଲା।ଛୁଆଟା ଟିକେ ଯାକ ଦମ୍ ଧର୍ ଲା ଆର୍ ଫେର୍ କାନ୍ଦଲା।

ମୁଇଁ ତାକଂର ପାଖ୍ କେ ଗଲି। ସେ ଯୁଆନ୍ ପିଲା ଆର୍ ବୁଢୀ କେ ପଚ୍ ରାଲି । ଛୁଆ କାଏଁ ହେଲା ଯେ କାନ୍ଦୁଛେ ଗୋ ? ତାର୍ ମା' ବୁଆ କହିଁ ଗଲେ ? ତାର୍ ପରେ ସେମାନେ ଦୁହେଁ କହେଲେ ବାବୁର୍ ମା ଵ୍ୟାକଂ ଯାଇଛନ୍ ଗୋ ଆଦେ ଆସୁଥିବେନ୍ । ଛନେ ଗଲା ଉତାରୁ ଛୁଆର୍ ମା' ଆଏଲେ ଆରୁ ଛୁଆକେ ଗୁରସ୍ ଖୁଆଲେ ।

ଛୁଆର୍ ମାଁ ର୍ ନୁ ଯାନ୍ ବାର୍ ଲାଗି ପାଏଲିଁ ଯେ । ସେ ଝନେ ଅଗଂନ୍ ବାଡି୍ କର୍ମୀ ଆନ୍ । ଆମର କୋମନା ବ୍ଲକ୍ ନୁ ପଚିଶ୍ କିଲୋମିଟର୍ ସୁନାବେଡା ଅଭୟାରଣ୍ ଜଗଂଳ ଭିତର ର୍ ଗାତିବେଢା ଗାଁର୍ ଅନ୍ ।

ଗୁଟେ ଉଦାହରନ୍ ହିସାବେ ନେବେ ବେଲେ ଆଗି୍ୟାଁ ଅଲ୍ଗା ଚାକ୍ ରିନେ ସମିୟାଁ ହିସାବେ ଦରମା ମିଲସି। ଅଗ୍ଂନ୍ ବାଡି କଥାତ ଆଗି୍ୟାଁ ବଡା ଗୁଳ୍ ଗୁଲା ଆଏ । ଡିଉଟି ତ ଇ ମାନକ୍ଂର (କାମ ନାଇଁ କି ଫୁର୍ସତ୍ ନାଇଁ)। ଗାଁ କଲ୍ୟାଣ ସମିତି ହଉକି ଆଧାର୍ ସର୍ଭେ ସବୁଥି ଇମାନକେ ସର୍ କାର୍ ପେସି ଦଉଛନ୍।ଇ ମାନକଂର ଅଧା କାମ୍ ତ ତାକଂର୍ ମୁନୁଷମାନେ ସମଲେଇ ଦେଉଛନ୍ ବଲି ଇମାନେ ତ୍ରାହୀ ପାଉଛନ୍। ମାସ୍ କ ଏନ୍ତା ଦଶ୍ ବାର ଦିନ୍ ତ ବ୍ଲକ୍ ଅଫିସ୍ ଆର୍ ବ୍ୟାକଂ ନେ କଟି ଯାଉଛେ। ବଡା ଗୁଳ୍ ଗୁଲା ଆଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍