STORYMIRROR

Sambit Thapa

Others

3  

Sambit Thapa

Others

ଚୋର

ଚୋର

3 mins
0

କଥାନୀ ର ନାଁ ଚୋର, ଲେଖକ ସୌରଭ ଥପା,

ଗୁଟେ ଗାଁ ର କଥା ସେ ଗାଁ ନୁ ଲିପୁନ ଆଉ ଜ୍ୟୋତ୍ସ୍ନା ରାଣୀ ବଳି କରି ଧନୀ ଘରର ମାଏଝି ମୁନୁଷ ରହୁଥିଲେ, ତାଙ୍କର ଗୁଟେ ଛୁଆ ଥିଲା ତାର ନାଁ ଟା ହେଉଛେ`କୃପାସିନ୍ଧୁ ´। କୃପା+ସିନ୍ଧୁ=କୃପାସିନ୍ଧୁ, କୃପା ର ଅର୍ଥ ଦୟା ଆଉ ସିନ୍ଧୁ ର ଅର୍ଥ ସାଗର ମାନେ ଦୟା ର ସାଗର। କିନ୍ତୁ କୃପାସିନ୍ଧୁ ଟା ଦୟାର ସାଗର ନୁହେଁ ସେ, ସେ ଛୁଆ ବେଳୁ ବା ଅଗେନବାଡି ବେଳୁ ସେ ପାଠ ପଢା ରେ କି ଖେଳ କୁଦ ରେ ମନ ନାଇଁ ଦେଇକରି କେନ ଛୁଆ ର କଲମ, ଶିସା, ରବର ବାଗି ର ଜିନିଷ ଚୁରେଇ ନିଏ ଆଉ ଘର କେ ଆଣି ଆସେ, କୃପାସିନ୍ଧୁ ର ବାପା ମାନେ ଲିପୁନ ସେ ଗୁଟେ ଜିଲ୍ଲାପାଳ ରୂପେ କାମ କରସନ ଆଉ କୃପାସିନ୍ଧୁ ର ମା ମାନେ ଜ୍ୟୋତ୍ସ୍ନା ରାଣୀ ସେ ହସ୍ପିଟାଲ ନୁ ଡାକ୍ତର ହେଇକରୀ କାମ କରସନ ଦୁହେ ତ ଚାକିରୀ ଲାଗି ଛୁଆ କେ ଦେଖଭାଲ କରି ନାଇଁ ପାରନ ସେଥିର ଲାଗି ଦୁଇଟା ଚାକର ରଖିଥିଲେ। ଗୁଟେ ଚାକର ସମକିର ର ଲାଗି ରାନ୍ଧବା ଆଉ ଗୁଟେ ଚାକର ସେ ଛୁଆ କେ ଦେଖଭାଲ କରବା। ଦୁଇ ନମ୍ୱର ଚାକର ଛୁଆ କେ ଭଲ ସେ ଦେଖଭାଲ ନାଇଁ କରି କରି ସଧା ବେଲି ଚୌକି ଉପରେ ବସି କରି ମୋବାଇଲ ଦେଖୁଥିବା,ସେ ଛୁଆ କେ କିହେ ଭଲ ସେ ଯତନ ବରଣ ନାଇଁ କରିଥିବା ର ଲାଗି ସେ ଛୁଆ ଟା ବଡ଼ ହେଇକରି ମାନେ ସାତ ବା ଆଠ କ୍ଲାସ ରେ ଗୁଟେ ଚୋର ହେଲା। ସ୍କୁଲ ରେ ତ ଛୁଆ ମାନଙ୍କର ଖାତା, ବହି, କଲମ, ବାଗି ର ଜିନିଷ ଚୁରାଉ ଥିଲା କିନ୍ତୁ ସେ ବାବଦରେ ତାର ମା ବୁଆ ନାଇଁ ଜାଣି ଥାଇ, ତାର ମା ବୁଆ ନାଇଁ ଜାଣିବାର କାରଣ ହେଲା ସେମାନେ ତ ସଧା ବେଲି ତାକର ଅଫିସ ନୁ ରହେବେ ରାତି ଘର କେ ଆଇଲେ କି ଖାଇ କରି ସୁଇବେ ଆଉ ଜାନବେ କେନ ଆଡୁ। ଥରେ ସେ ଛୁଆ ଟା ସ୍କୁଲ ର ପ୍ରେଜେଣ୍ଟ ଖାତା, ସ୍ମାର୍ଟ ବୋର୍ଡ଼ ର ରିମୋଟ, ସବୁ ଛୁଆ କର ରଫ ଖାତା ଆଣି ଆଇଛେ ମଏଲେଁ ଛୁଆ ମାନଙ୍କର ଅଭିଵାବକ ଆଉ ମାଷ୍ଟର ମାନେ ଯାଇକରି ତାଙ୍କର ଘର ନୁ ସେ ସବୁ ସାମାନ ଆଣି ଆଇଲେ, ତାର ମା ବୁଆ ସେତାକେ ମନା କଲେ କିନ୍ତୁ ବି ସେ ହେନ୍ତା ଚୁରେଇ ଆଣେ। ସେ ବଡ଼ ହେଲା ପରେ ଚୋର, ଡକାୟତି, ଡାକୁ ମାନଙ୍କର ସାଙ୍ଗେ ନିଶା ଦ୍ରବ୍ୟ ପିଇ କରି ଚୁରେଇ ଯାଏ, ଥରକର ଘଟଣା ସେ ଆଉ ତାର ସାଙ୍ଗ ମାନେ ତାଙ୍କର ଗାଁ ନୁ ଗୁଟେ ଘରେ ଚୁରେଇ ଯାଇଛନ, ଆଉ ସେନୁ ର ଥିବା ପଇସା ଲାକ୍ଷେ ତିରିଶ ହଜାର ଆଉ ୮୦ ଗ୍ରାମ ର ସୁନା ଚୁରେଇ ଆଣିଛନ, ଆରେ ଦିନ ସକାଳୁ ଯାର ଟା ଚୁରି ହେଇଛେ ସେ ଲୋକ ଟା ସେ ଗାଁ ର ମେମ୍ବର, ସରପଞ୍ଚ ଆଉ କିଛି ଭଲ ମୁନୁଷ ଡାକି କରି ମୀଟିଙ୍ଗ ବସଲା, ଆଉ କାହାକେ ନାଇଁ କହି ଜେ ତାର କାଣା ଚୁରି ହେଲା ସେ ସମକୁ କହିଛେ କି ତାର ଜିନିଷ ଟେ ଚୁରି ହେଇଛେ ମଲିକରି ସେ ମୀଟିଙ୍ଗ ରେ ଗାଁ ର ସମକୁ ପଚରାଲା ଯେତେଲୁକୁ ପଚାରଲେ ବି ସଭେ କହନ ମୁଇଁ ତୋର କେହେନି ଜିନିଷ ନାଇଁ ଚୁରେଇ ବଳି, ଯେନ ସମିୟା ରେ କୃପାସିନ୍ଧୁ କେ ପଚାରଲା କୃପାସିନ୍ଧୁ କହେଲା ମୁଇଁ ତୋର ୮୦ ଗ୍ରାମ ସୁନା ଆଉ ଲକ୍ଷେ ତିରିଶ ହଜାର ଟଙ୍କା ନାଇଁ ଚୁରେଇ ବୋଲି। ଯାର ଟା ଚୁରି ହେଇଛେ ସେ ଭାବଲା ମୁଇଁ ତ କାହାକେ ନାଇଁ କହିବାର ତାଏଲ କି ମୋର କାଣା ଚୁରି ହେଇଛେ ବୋଲି, ସମକୁ କହିଛେ କି ମୋର ଜିନିଷ ଟେ ଚୁରି ହେଇଛେ ବୋଲି ଇ କୃପା ସିନ୍ଧୁ କେନ ଆଡୁ ଜାନଳା। ସେ ମନେ ଭାବଲା ଇ କୃପାସିନ୍ଧୁ ହିଁ ଚୁରି କରିଛେ ବୋଲି, ତାର ପରେ ଗାଁ ବାଳେ କୃପାସିନ୍ଧୁ କେ ଲାଇନଖୁମା ନୁ ବାନ୍ଧି କରି ମରତନୁ ପିଟଲେ ମଏଲେଁ କୃପା ସିନ୍ଧୁ ସାଙ୍ଗେ ଯେ ଯେ ଚୁରେଇ ଥିଲେ ତାକର ନାଁ ଧରି ନେଲା, ସେମାନଙ୍କୁ ବି ଡାକିକରୀ ମରତନୁ ପିଟଲେ ଆଉ ସବୁ ଚୋର ମାନେ ତାକର ଲକ୍ଷେ ତିରିଶ ହଜାର ପଇସା ଆଉ ୮୦ଗ୍ରାମ ସୁନା ଦେଇ ଦେଲେ।।ଯଦି କୃପାସିନ୍ଧୁ ଟା ଭଲ ସେ ପଢାପଢି କରି ଥିତା ତାହେଲେ ତାର ସାଙ୍ଗେ ଏନ୍ତା ଘଟଣା ନାଇଁ ଘଟି ଥିତା।ଏନ୍ତା ପ୍ରକାର ଚୋର ମାନଙ୍କୁ କହେସନ ଭକୁଆ ଚୋର।କଥାନୀ ର ନାଁ ଚୋର, ଲେଖକ ସୌରଭ ଥପା


Rate this content
Log in

More oriya story from Sambit Thapa