ବର୍ଷା ଜଖେଇ
ବର୍ଷା ଜଖେଇ


ଇ ବର୍ଷା ବି ବଡା ଅମାନିଆଏ । କାହାର ସୁଖ ର୍ ମଞ୍ଜି କେ ପାଏନ ବୁନ୍ଦା ଥିପେଇ ଅକେଁରେଇ ଦେସି ତ ଆଉ କାହାର ସୁଖ କେ ବଢେ ଟେ ଧାର ହେଇ ଭସେଇ ନେସି । ଘରୁ ତଡା ଖାଏଲା ଉତାରୁ କେତେ ଘର କେତେ ଦୁଆର ହେନ୍ତା ଭଟକିଛେ ଜେ ତାର ପାଦ ର୍ ବି ଅତ୍ତା ପତ୍ତା ନାଇଁ । କେନ୍ ଦିନ ଇ ଗଛ ତଳେ ତ ଆର ଦିନ ଆଉ ଗୁଟେ ଗଛ ତଳେ ଏନ୍ଥେଇ ବିତିଛେ ତାର ଦିନ ।
ସେ ଦିନ ଥିଲା ଏନ୍ତା ଗୁଟେ ଆଷାଢ଼ ମାସ ର୍ ମଏଧାନ ର୍ । ଥିପୁଥେ କଅଁଳ କଅଁଳ ବୁନ୍ଦା ସାଙ୍ଗେ ଚେଁ ଚେଁ ପବନ ଦିହେଁ ହେଇ ଠଟେଇ ଘିନି ନଉଥେ ମନ ।କି ଜାନେ କେନ୍ ଦିଗୁ ଇ ସମିଆ କେ ଗାଡି ଥି ଆସୁଥାନ ନୁଆ ବିହା ହେଲା ଜୁଲି ଟେ । ପଛାଡେ଼ ବସି ଥିବା
ର ମେହେଜି ର୍ ଆଏଖ୍ ପଡଲା ଗାଁ ର୍ ମଝା ଖୁଲି ବର୍ଷା ଥି ଭିଝୁ ଥିବାର ଜଖେଇ ଉପରେ । ବେଶି କିଛି ତ ନାଇଁ ଜାନି ଥେଇ ସେ ଜଖେଇ ବାବଦ ଥି ଖାଲି ସୁନି ଥିଲା "କେଭେ ଗୁଟେ ଇ ଜଖେଇ ର୍ ବି ଗୁଟେ ସୁନାର ସଂସାର ଥିଲା" ଆଉ କିଏ ଗୁଟେ ଖେଳି ଯାଇଛେ ତାର ଇଜ୍ଜତ ସାଙ୍ଗେ ! ବାସ ଇ କଥା ମାନକେ ସୋର କରି ପୁଟପୁଟେଇ ହଉଥେ ସେ ବରମସିଆ ମୁନୁଷ ଉପରେ । ଆଉ ଇ ଜଖେଇ ର୍ ବିତି ଯାଇଥିବାର୍ କଥା ସବୁ କେ କହୁଥେ ତାର ଘଏତା କେ ।
ଇ କଥା ମାନେ ସୁନି ଘମଘମ୍ ଗହଦି ଯାଉଥେ ତାର ବର କେ । ତାର ଘଏତା ର୍ ଗହଦ ଦେଖି ମେହେଜି ପଚରଉଛେ ତାର ବର କେ "କେଂତା ଗୋ ତୁମକୁ ଏତେ ବର୍ଷା ଥି ବି ଗହଦି ଯାଉଛେ" ।