STORYMIRROR

Pranati prava Rout

Others

4  

Pranati prava Rout

Others

ବୋଉ

ବୋଉ

1 min
204


ସେ ତ ମମତାସିକ୍ତ ଝରଣା

ସେ ତ ପୂଣ୍ୟର ପାଟ ଅଗଣା

ସେ ତ ମହଣ ମହଣ ମହୁ

ତୋ ଲାଗି ଲୁହ ନୁହେଁ ତା' ଲହୁ


ତୋର ଆନନ୍ଦରେ ତା'ର ଖୁସି

ମନ ବିଷାଦ ଦିଏ ସେ କଷି

ଶହେ ଖଣ୍ଡ ହେଲେ ବି ସେ ଆଖୁ

ବହଳ ଗୁଆଘିଅ ତା' ବୁକୁ


ଝିଟିପିଟି ଯା'କୁ ଡର ମାଡ଼େ

ତୋ ପାଇଁ କୁମ୍ଭୀର ସାଥେ ଲଢେ

ବଡ଼ ଡାହାଣୀ ସେ ତୋ ରୂପର

ଶ୍ରେଷ୍ଠ ପ୍ରଶଂସକ ତୋ ଗୁଣର


ତୋତେ ଦେବାରେ ଖାଲି ତା' ଖୁସି

ପ୍ରତି ବଦଳେ ଚାହେଁନା କିଛି

ଅମୃତଭାଣ୍ଡ ଅଜାଡି ଦେଇ

ତୋ ଲାଗି ବିଷକୁ ଦିଏ ପିଇ


ସ୍ନେହ ସ୍ୱର୍ଗଠୁ ତା'ର ସୁନ୍ଦର

ପଣତ ଖାଲି ଅମୃତଝର

ଫୁଲଠୁ ହୃଦୟ ଯା' କୋମଳା

ପାଷାଣଠୁ ସେ ସହନଶୀଳା


ଯା' କୋଳେ ଥରେ ଥୋଇଲେ ମଥା

ପ୍ରଶାନ୍ତିରେ ଭରେ ଦୁଃଖ ଗାଥା

ତାର ଗୋଟିଏ ଶୂଳ'ର ଋଣ

ସୁଝି ପାରିବୁ କି' କହ ଧନ


ତା'ର ଚିରା ପଣତେ ତୋ ମଥା

 ବୁଲିଗଲେ ଛାଡେ ସର୍ବ ଚିନ୍ତା

ପୃଥିବୀର ଅଭୟ ଆଶ୍ରୟ

ସେ ସ୍ଥାନୁଟି ନାହିଁ ଏହା ଥୟ 


ଛୋଟ ଶବ୍ଦଟେ ବିରାଟ ଅର୍ଥ

ବେଦ ପାଇନି ଟିକେ ଯା' ଭେଦ

ସେ ସ୍ନେହ ଲାଗି କଳା କହ୍ନେଇଁ

ମର୍ତ୍ତେ ଆସିଲେ ପରା ଓହ୍ଲେଇ 


ଦୁର୍ଭାଗ୍ୟ ମା' ଆଜି ବୃଦ୍ଧାଶ୍ରମେ

ବିଳାପ କରଇ ହୀନିମାନେ

ସବୁ ଶାପ ପାଇଁ ଅଛି କ୍ଷମା

ମା' ଶାପ ନ କାଟେ ବିଷ୍ଣୁ ବ୍ରହ୍ମା 


ବୋଉ ନାମରେ କେତେ ଯେ ପୂଣ୍ୟ 

ତାର ପାଦରେ କୋଟି ପ୍ରଣାମ

ସେ ତ' ମମତାର ବତୀଘର

ଲୋଟି ସେ ପାଦେ ଜୁହାର ମୋର 



Rate this content
Log in

More oriya story from Pranati prava Rout