STORYMIRROR

MANAS KUMAR PRADHAN

Others

3  

MANAS KUMAR PRADHAN

Others

ବୋଧେ ଆମ ପିଲା ଦିନ

ବୋଧେ ଆମ ପିଲା ଦିନ

1 min
219

ଲୁଣ୍ଠନରେ ପାଠ ପଢାର ସେ କିରୋସିନି ଧୂଆଁର ବାସ୍ନା, ସେଇ ଶୀତ ସକାଳର ଜାଡରେ ସକାଳୁଆ ସ୍କୁଲ ଯିବା ସେଇ ୱାନ ଟୁ ର ତାଳେତାଳେ ଜଗିଂ କରିବା ସେଇ କାଠ ଗଣ୍ଡି ଜାଳି ନିଆଁ ପୋଇବାର ମଜା ସେଇ ପ୍ରାର୍ଥନା ସଭାରେ ନଖ ଦେଖିବା ଟାଇ ଦେଖିବା..ନଖ ଥିଲେ ଦଣ୍ଡ ପାଇବାର ସେଇ ଡର ସାଧୁ ସାର୍ ଙ୍କୁ ଦେଖି ବିନା କାରଣରେ ଡରିବାର ମଜା ସେଇ ବେଳା ଖାଇବାରେ ଲଙ୍କାଟେ ଦେଇ ଗଲେ ନିଜର ନିଜର ଲାଗିବାର ଖୁସି ଖାଇ ସାରି ଲାଇନ୍ ଲଗାଇ ଥାଳି ଧୋଇବାର ମଜା ।

ବର୍ଷା ହେଲେ ଅଧା ଖାଇ ବାରଣ୍ଡାରେ ବସିବାକୁ ଜାଗା ଖୋଜିବାର ଖୁସି ବିନା କାରଣରେ ଲଢ଼ିବାର ମଜା ।

ପୂଜା ହେଲେ କେତେ ଟଙ୍କା ଚାନ୍ଦା ଆଉ କିଏ କିଏ କଣ ଆଣିବ ତାର ମିଟିଂ ର ଖୁସି ।

ପୂଜା ଆଗ ଦିନ ସୁନ୍ଦର ମେଢ଼ ଆଣିବାର ପ୍ରତିଯୋଗିତା, ପୂଜା ଦିନ ନୂଆ ସାର୍ଟ ପିନ୍ଧିବାର ଖୁସି ପୂଜା ପରେ ନଡ଼ିଆ ଫଟେଇ ବଡ ନଡ଼ିଆ ଆଣିବାର ଖୁସି ।

ପୂଜା ପରେ ଡିଭିଡି ରେ ମୁଭି ଦେଖିବାର ଆନନ୍ଦ,

ଅଗଷ୍ଟ ୧୫ ରେ ସାରା ଲୁଣିବାହାଲ ବୁଲିବାର ସେଇ ହାଲିଆ ଭରା ଖୁସି ।

ହଁ ସେଉ ବୁନ୍ଦିଆ ଖାଇବାର ଖୁସି, ସଂସ୍କୃତ ଦିଦିଙ୍କ ଠୁ..ସମସ୍ତେ ମାଡ ଖାଇବାର ଡର ।ତ୍ରିଲୋଚନ ସାର୍ ଙ୍କ ଓଡ଼ିଆ ପାଠ ପଢାର ଖୁସି । ପଛ ପଟ ଆମ୍ବ ଗଛ ତଳେ ଲଂଚ କରିବା,ପଡିଆରେ ଖୋ ଖୋ ଖେଳି ଖେଳି ସ୍କୁଲ ର ନାଁ ରଖିବାର ଖୁସି । ଅଁଳା ଗଛରୁ ଅଁଳା ଚୋରି କରିବାର ଖୁସି । ବଗିଚା କାମ ଆଳରେ ବାହାରେ ବୁଲି ବାର ଖୁସି ଗଛରେ ପାଣି ଦେବାର ଦାୟିତ୍ବ ।

ଡ୍ରିଲ ସମୟରେ ପିଇଟି ସର୍ ଙ୍କ ଦଣ୍ଡର ଡର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍