ବଞ୍ଚୁ ଦୁହିତା ପାଉ ତା' ଶିକ୍ଷା
ବଞ୍ଚୁ ଦୁହିତା ପାଉ ତା' ଶିକ୍ଷା
ବଞ୍ଚୁ ଦୁହିତା... ପାଉ ତା' ଶିକ୍ଷା
*****************
ସୃଷ୍ଟିରେ ରଚିତ କଳିକା ସୂତା
ସୃଜନଶୀଳରେ ଶ୍ରେଷ୍ଠ ଦୁହିତା ।
ଅସମ୍ଭବକୁ କରେ ସମ୍ଭବ
ସମ୍ଭବନା ପଥେ ରଖି ସ୍ଵଭାଵ ।
ସମୟର ବଳେ ଉଚିତ ଚିନ୍ତା
ଶକ୍ତିବଳରେ ପଥ ପ୍ରଦର୍ଶିକା ।
ବଞ୍ଚିଲେ ଦୁହିତା ବଞ୍ଚେ ଜୀବନ
ଲଭିଲେ ଶିକ୍ଷା ହୁଏ କଲ୍ୟାଣ ।
ଜୀବନେ ପାଇଲେ ପୁନିତା ଶିକ୍ଷା
ସମାଜ ସଭ୍ୟତା ମାଗେନି ଭିକ୍ଷା ।
ବିଦ୍ୟା ଶିକ୍ଷା ନେଇ ଜଗେ ପୂଜିତା
ପୁଣ୍ୟ ଅର୍ଜନରେ ଅଗ୍ର ଦୁହିତା ।
ସଂସାର କଲ୍ୟାଣ ହେବ ଯେ ମୋହି
କନ୍ୟାରତ୍ନ ଥିଲେ ଭାଗ୍ୟରେ ପାଇ ।
ଆଜି ଯେ କନ୍ୟା ଭବିଷ୍ୟ ଧାରିଣୀ
ଭାବିରଖ ନିଶ୍ଚେ ହେବ କଲ୍ୟାଣୀ ।
ଭବିଷ୍ୟର କୁଞ୍ଜି ବର୍ତ୍ତମାନେ ବଞ୍ଚୁ
କିମ୍ପାଇଁ ସଭ୍ୟତା ଦ୍ୱନ୍ଦ୍ୱରେ ସଞ୍ଚୁ ??
କନ୍ୟା ଶିରୋମଣି ଦେବ ବାରତା
ଆସନ୍ତା ସମୟ ନେଇ ନୂତନତା ।
ସୀତା, ଅନୁସୁୟା, ଗାର୍ଗି, ସାବିତ୍ରୀ
ଶିକ୍ଷା ଦୀକ୍ଷା ଦେଇ ଦୃଷ୍ଟାନ୍ତେ ସତୀ ।
ହେଉ ମାନବ ଜୀବନ ବ୍ରତୀ
ଦୁହିତା ଜୀବନେ ଜଳାଇ ଜ୍ୟୋତି ।
ଶ୍ରୀମତି ଜ୍ୟୋତ୍ସ୍ନା ପୃଷ୍ଟି
ଶୌଭାଗ୍ୟ ନଗର, ଭୁବନେଶ୍ୱର