STORYMIRROR

Patitapaban Sahoo

Others

3  

Patitapaban Sahoo

Others

ବାପାଙ୍କ ହାତଘଣ୍ଟା

ବାପାଙ୍କ ହାତଘଣ୍ଟା

1 min
538

ରୂପେଲି ରଙ୍ଗର ସ୍ୱୟଂଚାଳିତ ଘଣ୍ଟାଟି ପିଆଶାଳ କାଠନିର୍ମିତ ଛୋଟ ବାକ୍ସରେ ପଡିରହିଥାଏ। ପ୍ରତିଦିନ ଘଣ୍ଟା ପିନ୍ଧିବା ସଉକ ନଥାଏ ତାଙ୍କର, କାଁ ଭାଁ କେବେ କେମିତି ବନ୍ଧୁଘର ବୁଲିଗଲେ, କିମ୍ବା ପର୍ବପର୍ବାଣିରେ ନିଘୋଡ଼ ନିଦରେ ଶୋଇଥିବା ଘଣ୍ଟାଟିକୁ ଉଠାନ୍ତି। ବାର ଥର ଚାବି ଦେବା ପରେ, ଘଣ୍ଟାଟିକୁ ତାଙ୍କ ସହ ଦୌଡ଼ିବାକୁ ନେଇଯାନ୍ତି।


ଏଚ.ଏମ୍.ଟି ବ୍ରାଣ୍ଡର କ୍ଲାସିକ କୋହିନୂର ମଡେଲର ଘଣ୍ଟାଟି। ବାଟେରୀ ରେ ଚାଲେନି, ଗତିଜ ଶକ୍ତିକୁ ଆଧାର କରି ସ୍ୱୟଂ ଚାଲିଥାଏ। ବାପାଙ୍କ ହାତ ଗତି ଯୋଗାଏ, ଓ ସେ ସମୟ କହିଦିଏ। ଦୁହେଁ ଉଭୟ ଉଭୟଙ୍କୁ ନିର୍ଭରକରନ୍ତି। ଡାଏଲରେ ଥିବା ରେଡ଼ିଅମ ଧୂସୁରିଆ ନୀଳ ଆଲୋକରେ, ଆଲୋକିତ କରି ଉଭୟଙ୍କ ଅବସ୍ଥିତି ଜଣାଇଥାଏ। ସାମାନ୍ୟ ଗତିର ଆନ୍ଦୋଳନରେ ନିଜର ରୋଟର ଘୁରାଇ, ତାଳ ଦେଇ ଚାଲିଥାଏ। କାହିଁ କେତେ ତମାମ ଘଟଣାବଳୀକୁ ବାପା ଆଙ୍କି ଚାଲନ୍ତି, ସେଇ ଘଣ୍ଟା ମାଧ୍ୟମରେ ନିଜର ସଂଘର୍ଷମୟ ଜୀବନରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍