STORYMIRROR

pradeep jilikara

Others

3  

pradeep jilikara

Others

ବାଜା ରୋଷଣୀ

ବାଜା ରୋଷଣୀ

2 mins
238

ଅଳ୍ପ କିଛି ଥୁଣ୍ଟା ବରଗଛ, କେତେ କେତେ ଛୋଟ ବଡ଼ ଗଛ ମଧ୍ଯ ସେଥିରେ ଅଛି। ଏକ ସଂକୀର୍ଣ୍ଣ ରାସ୍ତା ଟିଏ ସେପଟରୁ ଦେଇ ଆସିଛି। ଏକ ସାଧାରଣ ଘାସ ପଡିଆ ପରି ଦିଶୁଥାଏ ସେ ସ୍ଥାନ। ପାଖରେ ବାଉଁଶ ବୁଦା ରହିଛି ତା ସହିତ ଅନାବନା ଗଛ ଗୁଡାଏ ଅଛି। ପାଖ ଦେଇ କଳ କଳ ନାଦ କରି ବୋହି ଯାଉଛି ନଦୀଟିଏ। ଦାନ କ୍ଷେତ ସେ ପାଖରେ ରହିଛି, ପାଖାପାଖି ଅଞ୍ଚଳ ସବୁଜ ଶ୍ଯାମଳ ଦେଖାଯାଉଛି। 


  ଏହା ଏକ ନିର୍ଜନ ଲୋକ ଶୂନ୍ଯ ସ୍ଥାନ, କୁଆଡୁ କେଜାଣି ଶାହାନାଇ ବାଜା ରୋଷଣୀର ଶବ୍ଦ ଶୁଭୁଥାଏ। ବାଜା ରୋଷଣୀର କଥା କହିଲା ବେଳକୁ ମନେ ପଡିଯାଏ ପାଖରେ କେଉଁ ଆଡେ କି ପୂଜା ପର୍ବ କି ବିବାହ ନା ଆଉ କିଛି ଉତ୍ସବର ଆୟୋଜନ ହେଉଥିବ। ହେଲେ କଣ ସେ ଶବ୍ଦ ଏ ସଂକୀର୍ଣ୍ଣ ଜଙ୍ଗଲ ଅଞ୍ଚଳ ଆଡକୁ ଧୀରେ ଧୀରେ କରି ଅଧିକ ମାତ୍ରାରେ ଶୁଭିବାରେ ଲାଗୁଛି। ବୋଧ ହୁଏ ସେ ବାଜା ରୋଷଣୀ ଏ ନିର୍ଜନ ସ୍ଥାନ ଆଡକୁ ପାଖେଇ ପାଖେଇ ଆସିଲାଣି। 




  କିଛି ସମୟ ପରେ ଶବ୍ଦ ଆହୁରି ଅଧିକ ମାତ୍ରାରେ ଶୁଭିଲା। ସେ ଲୋକ ଶୂନ୍ଯ ସ୍ଥାନରେ କେହି ଆସିଲା ଭଳି ଲାଗୁଥିଲା। ସତରେ ତ, ସେ ସଂକୀର୍ଣ୍ଣ ରାସ୍ତା ଦେଇ ବାଜା ରୋଷଣୀର ଶବ୍ଦ ସଂପୂର୍ଣ୍ଣ ଶୁଭାଗଲା। ଅଳ୍ପ କେତେ ଲୋକଙ୍କ ଗୋହଳ ହେଲା ପରି ଲାଗୁଥିଲା। ହେଲେ ଏ ଜଙ୍ଗଲ, ଗଛ ବୁଦା, ସଂକୀର୍ଣ୍ଣ ବାଟ ଦେଇ ଏଇ ବାଜା ରୋଷଣୀର କଣ କାମ ? 




    ଧୀରେ ଧୀରେ ସେମାେନ ଏ ସ୍ଥାନକୁ ପାଖେଇ ଆସିଲେଣି। ଧୂଆଁ ନିର୍ଗତ ହୋଇ ସେ ଲୋକ ଗହଳି ଭିତରୁ ବାହାରୁଥିଲା। ସମସ୍ତ ଲୋକଙ୍କ ମୁହଁ ନିଶବ୍ଦ, ସ୍ତବ୍ଧ, କୋହ ପୂର୍ଣ୍ଣ ମନରେ ଭରି ଯାଇଛି। ଚାରି କାନ୍ଧ କରି ଶବ ବୋହି ସେମାନେ ଆଗେଇ ଆସୁଥିଲେ। ତାଙ୍କ ସହିତ କେତେ ଲୋକ ଆଗପଛ ହୋଇ ଆସୁଥିଲେ। ବାଜା ରୋଷଣୀ ଶାହାନାଇ ମଧ୍ଯ ବାଜୁଥିଲା, ହେଲେ ତାହା ଖୁସୀର ବାଜା ରୋଷଣୀ ନଥିଲା, ତାହା ଥିଲା ଦୁଃଖର ବାଜା ରୋଷଣୀର ଶବ୍ଦ। ସେଇ ଜନ ଶୂନ୍ଯ ନିର୍ଗମ ଅଞ୍ଚଳ ଥିଲା ମଶାଣି। କେବଳ ଖୁସୀରେ ବାଜା ରୋଷଣୀ ବାଜେ ନାହିଁ ଦୁଃଖରେ ମଧ୍ଯ ବାଜା ରୋଷଣୀ ବାଜେ। ଏହା ଥିଲା ଦୁଃଖର ବାଜା ରୋଷଣୀ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from pradeep jilikara