Deepak Ranjan

Others

3  

Deepak Ranjan

Others

ଅଣ ନିଃଶ୍ୱାସୀ ମଣିଷ

ଅଣ ନିଃଶ୍ୱାସୀ ମଣିଷ

4 mins
11.5K


ଟିଭି ପରଦାକୁ ନିର୍ଣିମେଶ ନୟନରେ ଚାହିଁ ବସିଛି ଅକ୍ଷୟ ଓରଫ୍ ଅକ୍ଷୟ ମହାପାତ୍ର। ନିଉଜ୍ ଚାନେଲ୍ ର ସେ ପତ୍ରକାର ଯେପରି ଢଙ୍ଗରେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କୁ ଅଭିଭାଷଣ ର ସିଧା ପ୍ରସାରଣ ବିଷୟରେ ସୂଚନା ଦେଉଥାନ୍ତି ,ଅକ୍ଷୟକୁ ସତେ ଯେପରି ଲାଗୁଥାଏ ସୂଚନା ପରେ ପରେ ହିଁ ପ୍ରଧାନମନ୍ତ୍ରୀ ଟିଭି ପରଦାକୁ ଆସିଯିବେ ଆଉ ଲକ୍ ଡାଉନ୍ ର ପରବର୍ତ୍ତୀ ଅପ ଡେଟ୍ ବିଷୟରେ କିଛି କହିବେ। ଧର୍ଯ୍ୟ ର ବି ଏକ ସୀମା ଅଛି।ତା ସାଙ୍ଗକୁ ବି ଏ ବିଜ୍ଞାପନ ଗୁଡା ବି ଧର୍ଯ୍ୟ ର ବଳାତ୍କାର କରିଦେଉଛନ୍ତି।କେତେ ବା ଏ ତୁଛା ବିଜ୍ଞାପନ ଗୁଡା ଦେଖିବ। ବାସ୍ତବତା ଠାରୁ ବହୁତ୍ ଦୂରର ବସ୍ତୁବାଦୀ ସାମଗ୍ରୀ ଗୁଡିକ।ସେ ପ୍ରସାଧନ ସାମଗ୍ରୀ ହେଉ ବା ଖାଦ୍ୟ ସାମଗ୍ରୀ ହେଉ।ସବୁ କେବଳ ବାହ୍ୟ ଆଡମ୍ବର ଲଘୁ କ୍ରିୟା ପରି ।ସାମଗ୍ରୀ ନାମରେ ସିଧା ଶୋଷଣ।ଚ୍ୟାନେଲ ପରିବର୍ତ୍ତନ କରି ବି ଲାଭ ନାହିଁ।ସବୁ ଗୋଟିଏ ଲାଉ ର ମଞ୍ଜି ସହ ସମାନ।ଅକ୍ଷୟ ବିରକ୍ତ ହେଉଥିଲା ।ହେବନି ବା କାହିଁକି ଦୀର୍ଘ ଦଶ ମିନିଟ୍ ହେଲା ଗୋଟିଏ ଘୋଷଣାକୁ ରଂଜିତ ଓ ଅତି ରଂଜିତ କରି ଉପସ୍ଥାପନ କରୁଥାନ୍ତି ଉପସ୍ଥାପକ ମହୋଦୟ ଜଣକ।"

ଲକ୍ ଡାଉନ୍ କଣ ବଢିବ ??ବଢ଼ିଲେ କେତେ ଦିନ ପାଇଁ ଆଉ ବଢିବ ଲକ୍ ଡାଉନ୍। ଯଦି ନବଢିବ ତେବେ କଣ ନୂଆ ନିୟମ ଲାଗୁ କରିବେ ସରକାର"ଏମିତି କେତେ କ'ଣ।ଅକ୍ଷୟ ଭାବୁଥିଲା ଏମାନେ କଳି ଯୁଗରେ ରିପୋର୍ଟର ଆଉ ସତ୍ୟ ଯୁଗରେ ନାରଦ ଥିଲେ ନିଶ୍ଚେ।ଯାହା ହେଉ ଦୀର୍ଘ ପ୍ରତୀକ୍ଷା ର ଅନ୍ତ ଘଟିଲା ପ୍ରଧାନମନ୍ତ୍ରୀଙ୍କୁ ଲକ୍ ଡାଉନ୍ ସଂକ୍ରାନ୍ତୀୟ ବିଶେଷ ଘୋଷଣା ର ସିଧପ୍ରସାରଣ ଆରମ୍ଭ ହେଲା।ଅକ୍ଷୟ ପାଇଁ ନୀଉଜ୍ ଚନେଲ୍ ଯେତେ ଜରୁରୀ ନଥିଲା ଏ ଲକ୍ ଡାଉନ୍ ଘୋଷଣା ତା ଠାରୁ ସେତେ ଜରୁରୀ ଥିଲା।ଜରୁରୀ ହେବ ନାହିଁ ବା କିପରି।ସେ କେବଳ ଭାବୁ ଥିଲା ତାର ପେଟ ପାଟଣା ର କଥା।କିପରି ଚଳେଇବ ଛଅ ଛଅ ଜଣ ପରିବାର ସାମାନ୍ୟ୍ ଫଟୋ ବାଇଣ୍ଡିଂ ଦୋକାନ ରୁ।ତାହା ପୁଣି ବନ୍ଦ୍ ହେଲାଣି ଦେଢ଼ ମାସ ହେବ।ଲକ୍ ଡାଉନ୍ ପରେ ଲକ୍ ଡାଉନ୍।ସେ ପୁଣି ନଂବରି ହୋଇ। ବୁଝି ପାରୁନଥିଲା ଅକ୍ଷୟ କିପରି ଏତେବଡ଼ ସଂସାର ବୋଝକୁ ମୁଣ୍ଡେଇ ଏ ଲକ୍ ଡାଉନ୍ ପାରିହେବ। ଅଠାବନ ପୁରି ଅଣଷଠି ଚାଲିବ ଏଇ ରଥଯାତ୍ରାକୁ।ଜୀବନ ର ଏତେ ବଡ଼ ରାସ୍ତା ଚାଲୁଚାଲୁ କେବେ ଥକ୍କି ନଥିଲା ଅକ୍ଷୟ ।ନା ଶୁଣିଥିଲା ଏଭଳି ଛୁଆଁ ରୋଗ କେବେ ଆଗରୁ ଯିଏ ତା ପେଟ ପାଟଣା ଉପରେ ଶକ୍ତ ଗୋଇଠା ମାରିବ ବୋଲି। ଛଅ ଜଣ ପରିବାରରେ ସେ ହିଁ ଜଣେ ପୋଷଣହାରୀ। ବୁଢୀ ମା ଓ ବୁଢ଼ା ବାପା ସହ ସେ ଚାରି ପ୍ରାଣୀ।ମାନେ ସ୍ତ୍ରୀ ସୁଜାତା ଓ ପୁଅ ଓ ଝିଅ ଦୁଇ ଜଣ।ତେଲ ଲୁଣ ସଂସାର ଭିତରେ ଖର୍ଚ୍ଚ ଦିନକୁ ଦିନ ବଢି ବଢ଼ି ଯାଉଛି।ବୋଝ ଉପରେ ଲଳିତ ବିଡା ପରି ବୁଢ଼ା ବାପାଙ୍କୁ ଔଷଧ ଖର୍ଚ୍ଚ କଥା ଭାବିଦେଲେ ଅକ୍ଷୟ ର ମୁଣ୍ଡ ଘୂରାଇ ଦେଉଛି। ଭାବୁଥିଲା ଏ କରୋନା ଟା ଟିକେ କରୁଣା କରନ୍ତାନି।ଦେଢ଼ ମାସ ହେବ ଦୋକାନରେ ତାଲା ପଡିଛି।ବୁଢିଆଣୀ ମାନେ ବସା ବାନ୍ଧି ସାରିବେନି। ଦୋକାନ ର କିଛି ଫଟୋ ଘରେ ରଖିଥାଏ ଅକ୍ଷୟ। କାଳେ ଘରୁ ବିକ୍ରି ହେବାର ଆଶା ନେଇ।ସେହି ଇଶ୍ଵର ମାନଙ୍କ ଫଟୋ ଗୁଡା ଖାଲି ଯା ଅଶ୍ରିବାଦ ମୁଦ୍ରାରେ ଅକ୍ଷୟକୁ ଦେଖୁଥାନ୍ତି।ବୋଧ ହୁଏ ଅକ୍ଷୟକୁ ଛାଡ଼ି ଯିବା ପାଇଁ ଚାହୁଁ ନଥାନ୍ତି। ମହାଲକ୍ଷ୍ମୀଙ୍କୁ ଫୋଟୋରେ କେବଳ ଆଶ୍ରିବାଦ ଗୁଡା ଯେ ଚିତ୍ର ଭିତରେ ସୀମିତ ରହିଛନ୍ତି। ୟା ଭିତରେ ସେ ଖୁବ୍ ଭାଙ୍ଗି ପଡ଼ିଥାଏ।ଏକ ଅଣ ନିଃଶ୍ୱାସୀ ମଣିଷ ଟେ ପରି ଇତଃସ୍ତତ୍ ହେଉ ଥାଏ ସେ।ନିଜ ଉପରେ ବିଶ୍ୱାସ ଦିନକୁ ଦିନ କମ୍ ହେବାକୁ ଲାଗୁଥାଏ।ଯାହା କିଛି ସଞ୍ଚିତ ଧନ ଥିଲା ଶାଗ ଲୁଣ ସଂସାର ଭିତରେ ଖର୍ଚ୍ଚ ହୋଇଗଲାଣି ।କଥାରେ ଅଛି ବସି ଖାଇଲେ ନଈ ବାଲି ସରେ।ଖର୍ଚ୍ଚ ଆଠ ଅଣାକୁ ରୋଜଗାର ଶୂନ୍ୟ।

ପ୍ରଧାନମନ୍ତ୍ରୀ ଟିଭି ପରଦାକୁ ଆସିଲେ ଗୁରୁ ଗମ୍ଭୀର ବାଣୀରେ ତୃତୀୟ ଲକ୍ ଡାଉନ୍ ର ଘୋଷଣା କଲେ।ବିଶ୍ଵ ବଜାର ର ଆର୍ଥିକ ମାନ୍ଦାବସ୍ଥା,ଦେଶ ଓ ବିଦେଶରେ ରୋଗ ର ପ୍ରାଦୁର୍ଭାବ,ଦେଶରେ କାରୋନା ର ସ୍ଥିତାବସ୍ଥା ଏମିତି କେତେ କଣ ବିଶ୍ଳେଷଣ ସେ ଶୁଣିଲା।କିନ୍ତୁ ସେ ସବୁ ତା ର ବୁଦ୍ଧି ର ବାହାରେ ଉଡିଯାଉଥାଏ।ସେ କଣ ଜାଣେ ରେପୋରେଟ୍ ସେ କଣ ଜାଣେ ଷ୍ଟକ ଏକ୍ସ ଚେଞ୍ଜ ତା ପାଇଁ ଛଅ ଫୁଟରେ ଛଅ ଫୁଟ୍ ଦୋକାନ ହିଁ ସବୁକିଛି।ତାକୁ ଏ କଥା ଗୁଡ଼ିଏ ଯେତେ ଅସ୍ପଷ୍ଟ ଓ ଅବୁଝା ଲାଗୁଥାଏ ସେତେ ଅଣ ନିଶ୍ଵସୀ ମଧ୍ୟ ଲାଗୁଥାଏ।ପୁଣି ଏକ ମାସ ର ଗୃହବନ୍ଦୀ । ଜୀବନ ଯାତ୍ରା ଠପ୍। ଜୀବନ ର ଅତ୍ୟାବଶ୍ୟକୀୟ ଯାହା ପେଟକୁ ଦୁଇ ମୁଠା ଖାଦ୍ୟ ସଂଗ୍ରହ କରିବା ଏ ସମୟରେ କଷ୍ଟସାଧ୍ୟ ପୁଣି ଏ ଦୁସ୍ଥ ପରିସ୍ଥିତିରେ ଫଟୋ ତିଆରି ବା ମରାମତି କିଏ ବା କାହିଁକି କରିବ। ଏ ସବୁ ଭିତରେ କାନ୍ଧରେ କାହାର କୋମଳ ସ୍ପର୍ଶରେ ସ୍ଵାଭାବିକ ହେଲା ଅକ୍ଷୟ। ଆସ ଖାଇବ।ଡାକିଲେ ସ୍ତ୍ରୀ ସୁଜାତା।ପଖାଳ କଂସା ପାଖରେ ଆଳୁ ଭର୍ତା। ଇଚ୍ଛା ନଥିଲେ ବି ବଞ୍ଚିବାକୁ ଦୁଇ ମୁଠା ଖାଇଲା ଅକ୍ଷୟ।ଭାବିଲା ପୁଣି ଏକ ମାସ କଣ ଓ କେମିତି ଜୀବନ ନୌକାକୁ ଠେଲି ଠେଲି ନେବ।କିଛି ଅନ୍ୟ ରୋଜଗାର କରିବାର ଏକ ନିଷ୍ପତି ତା ମନ ଭିତରେ ବାର୍ ବାର୍ ପ୍ରବଳ ମାତ୍ରାରେ ଜାଗି ଉଠିଲା ।ବିଭିନ୍ନ କଳା କାରିଗରୀ ଜାଣିଥିଲେ ବି ଅକ୍ଷୟ ଫଟୋ ବାଇଣ୍ଡି କାମ କରୁଥିଲା।ପିଲା ଦିନେ ଗାଁ ମୁଣ୍ଡରେ ଥିବା ରବି ସିଲେଇ ଦୋକାନରେ ବସି ବସି କିଛି କିଛି ସିଲେଇ କାମ ଶିଖି ଥିଲା ଅକ୍ଷୟ।ପର ସମୟରେ ଏହାକୁ ଜୀବନ ଜୀବିକା ଭାବେ କିନ୍ତୁ ଆପଣେଇ ପାରିଲା ନାହିଁ।ବେଶ୍ କିନ୍ତୁ ଭଲ ସିଲାଇ କରିପାରେ ଅକ୍ଷୟ।କପଡା ବ୍ୟାଗ୍ ଆଜିବି ସେ ହାତରେ ତିଆରି କରି ବ୍ୟବହାର କରେ।ଝିଅ ର ଡ୍ରେସ ,ଠାକୁରଙ୍କୁ କପଡା ଏମିତି କେତେ କଣ ।ଏହି ଲକ୍ ଡାଉନ୍ ପରିପ୍ରେକ୍ଷୀରେ ଅକ୍ଷୟ ଅନୁଭବ କଲା ମୁହଁରେ ପିନ୍ଧିବା ପାଇଁ ମାସ୍କ ର ପ୍ରବଳ ଚାହିଦା । ବଜାରରେ ମାସ୍କ ର ଘୋର ଅଭାବ।ମୁଣ୍ଡରେ ଅଚାନକ ଏ ବୁଦ୍ଧି ତାକୁ ତ୍ୱରିତ ସଂଗ୍ନ୍ୟାନ କଲା।ଘର ର ଆଟୁ ଉପରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ହାତ ସିଲାଇ ମେସିନ ଟିକୁ ବାହାର କରି ସଫା କଲା ପରେ ଏଥିରେ ଯାହା ସାମାନ୍ୟ ମରାମତି ର ଆବଶ୍ୟକତା ଥିଲା ତାହା କରାଇ ନେଲା। ପୁଞ୍ଜିଭୂତ ଅର୍ଥ ରାଶି ରୁ କିଛି ଅର୍ଥ କପଡା କିଣି ମାସ୍କ୍ ତିଆରି କରିବାରେ ଲାଗିଲା ଅକ୍ଷୟ।ଚାହୁଁ ଚାହୁଁ ଗୋଟିଏ ଦିନରେ ଦୁଇ ଶହ ମାସ୍କ୍ ତିଆରି କରିଦେଲା ଅକ୍ଷୟ।ଯଦିଓ ଏହା ତିଆରି କରିବାରେ ବେଶୀ କିଛି କାରିଗରୀ ର ଅନୁଭବ କଲା ନାହିଁ ଅକ୍ଷୟ।ପର ଦିନ ବଜାରକୁ ବିକିବା ଉଦ୍ଧେଶ୍ୟରେ ଧାଇଁ ଗଲା ଅକ୍ଷୟ ସବୁ ମାସ୍କ୍ ସାଙ୍ଗରେ ଘେନି।ଅପ୍ରତ୍ୟାଶିତ ସଫଳତା ପାଇ ଗଲା ପରି ଅନୁଭବ କଲା ଅକ୍ଷୟ । ଦୁଇ ଘଣ୍ଟାରେ ସମସ୍ତ ମାସ୍କ୍ ବିକି ବେଶ୍ ଅର୍ଥ ରୋଜଗାର କରି ଘର ମୁହାଁ ଧାଇଁଲା ଅକ୍ଷୟ ।ମୁହଁରେ ନବ ସୂର୍ଯ୍ୟ ର ଉର୍ଜା ନେଇ ଖୁସିରେ ଭବବିହ୍ୱଳ ହୋଇଗଲା। ଭାବିଲା ସେ ଅଣ ନିଃଶ୍ୱାସୀ କରୁଥିବା ମାସ୍କ୍ ତାର ଅଣ ନିଃଶ୍ୱାସ ଜୀବନକୁ ବଞ୍ଚେଇଦେଲା। ଟଙ୍କା ବିଡାକୁ ମୁଠେଇ ଉପରକୁ ଚାହିଁ ଚାହିଁ ଏକ ଲମ୍ବା ଶ୍ବାସ ଟିଏ ମାରିଲା ଅକ୍ଷୟ।ସତେ ଯେପରି ସେ ବହୁ ଦିନ ହେଲା ଏଭଳି ନିଶ୍ବାସ ଟିଏ ନେବାକୁ ଭୁଲି ଯାଇଥିଲା।



Rate this content
Log in