STORYMIRROR

Manasmita Das

Children Stories

2  

Manasmita Das

Children Stories

ଅକୁହା କଥା

ଅକୁହା କଥା

1 min
103

ବର୍ତ୍ତମାନ ପୂରୁବ ଆକାଶେ ସୂର୍ଯ୍ୟର ଉଦୟର ସମୟ । ଠିକ୍ ଏହି ଘଡ଼ିସନ୍ଧି ମୁହୂର୍ତ୍ତଟିରେ ବନସ୍ତେ କୋକିଳ ତା ସୁମଧୁର ସ୍ୱରେ କୁହୁକୁହୁ ରାବ ଦେଉଛି।ରାତି ୪ଟାରୁ ଉଠି ନିତ୍ୟକର୍ମ ସାରିକି ରୁଟି, କ୍ଷୀର ଖାଇସାରିଲା ପରେଲସମସ୍ତଙ୍କୁ ପ୍ରଣାମ କରି ମୁଁ ଧରିଥିବା ବ୍ୟାଗଟିକୁ ମୋର ହାତରୁ ନେଇ ପିନ୍ଧି ପକେଇଲା।ମଙ୍ଗଳ ବାର ସମୟ୫ଟା ବାଜିଥାଏ।ହଠାତ୍ ଅଟୋ ଆସିଲା ତହିଁରେ ମୋ ବଡପୁଅ COLLEGE NCC CMP ଯିବା ପାଇଁ ଢେଙ୍କାନାଳ ଅଭିମୁଖେ ଯାତ୍ରା କରିଲା । ଗଲାବେଳେ ବାରମ୍ବାର ପଛକୁ ଚାହୁଁଥିବା ସମୟରେ ତ ଅଟୋଟି ଅଗେଇଗଲା...ଆଗକୁ...


ତା ଆଗରେ ତ ବହୁତ କଷ୍ଟରେ ଆଖିର ଲୁହକୁ ସମ୍ଭାଳି ଦେଉଥିଲି। ହେଲେ ସିଏ ସବୁ ଜାଣିପାରୁ ଥିଲା ମୋ ପରି ସିଏ ବି ଟିକେ ନଜାଣିଲା ପରି ସବୁ କାମ କରୁଥିଲା। ସେ କାଳେ କିଛି କହିଲେ ମୁଁ ବେଶୀ କାନ୍ଦିବି ସେଥିଲାଗି ସେ ଚୁପ୍ ରହୁଥାଏ। ତାର ଲୁହ ଭରା ଠଳ ଠଳ ଆଖି ଦୁଇଟି ତ ମତେ ତା ମନର ଅକୁହା କଥାକୁ ସବୁ କହିଦଉଥିଲା । ସିଏ ଗଲା ପରେ ମୁଁ ଆଉ ନିଜକୁ ସମ୍ଭାଳି ପରିଲିନାହିଁ....। ସାନପୁଅ ବାରମ୍ବାର ପାଚାରୁଥାଏ ମାମା ତୁ କାନ୍ଦୁଛୁ ନା ? ମାମା ଭାଇ କୋଉ ଦିନ ଆସିବ ? ଭାଇ ଆସିଲେ କହିଦେବି ତୁ କାନ୍ଦୁଛୁ ବୋଲି।ଭାଇ ରୁମକୁ ଆସି ଦେଖି କହିଲା ମାମା ଭାଇ ତା ଚଷମା ନବାକୁ ଭୁଲିଗଲା। ଭାଇକୁ ଫୋନ କର ଆସିକି ନେଇଯିବ। ତାପରେ ତାର କାନ୍ଦ ମୁଁ ଆଉ ସମ୍ଭାଳି ପାରିଲିନି। କିଛି ସମୟ ପରେ ଟ୍ରେନର ଛିକ୍ ଛିକ୍ ଶଦ୍ଦ ଶୁଭିଲା.......କାନ୍ଦି କାନ୍ଦି କହୁଥାଏ ମାମା ଭାଇ ଏଇ ଟ୍ରେନରେ ପଳେଇଲାନା। ଭାଇ ମତେ କହୁଥିଲା ପା ୬.୩୦ ଟ୍ରେନରେ ଭାଇ ଯିବ ବୋଲି। ତାକୁ ତ ଚୁପ୍ ମୁଁ କରିପାରୁନଥିଲି। 

ଟ୍ରେନର ଶଦ୍ଦ ଧୀରେ ଧୀରେ କମିକମି ଗଲା।ପ୍ରତୀକ୍ଷାରେ ତ...



Rate this content
Log in