ଅଭୁଲା ସ୍ମୁତି
ଅଭୁଲା ସ୍ମୁତି
ତୁମେ ଭୁଲିଯାଅ ମୁଁ ବି ଭୁଲିଯିବି । ଭୁଲିଯିବା ଆମେ ସେଇ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ,ଯେଉଁଠି ଦିନେ ଏକାକାର ହୋଇଥିଲା ପ୍ରଜାପତିର ସବୁତକ ରଂଗ । ଖେଳିଥିଲା ଇନ୍ଦ୍ରଧନୁର ଅବୟବ । ଲୋଟିଥିଲା ଲକ୍ଷେ ଫଗୁଣ ସେଇ ସମୁଦ୍ର ଢେଉରେ । ହାତ ଠାରି ଡାକିଥିଲେ ଜହ୍ନ ଆଉ ସୂର୍ଯ୍ୟ । ଭାବିପାରୁଛ ତ ଜହ୍ନ ଆଉ ସୂର୍ଯ୍ୟ ଏକାଠି ଥିବାର ବେଳାକୁ ! ଓଃ ପ୍ରୀତ୍ ମୁଁ ତ ଆଜି ବି ଇତଃସ୍ତତଃ ହେଇ ଖେଳେଇ ହୋଇଯାଏ ସେ ଭାବନାରେ । ତୁମ ମନେଥିବ କି ନା ଜାଣେନି, ଚଢ଼େଇ ମାନଙ୍କର ଚିଁ ଚିଁ ଗୀତରେ ଭୁଲିଯାଇଥିଲେ ଆମେ କେବେ ଘରଠୁ ଦୂରରେ ସମୁଦ୍ର କୁଳରେ ବସି ମାପୁଥିଲେ ଆମେ ନିଃଶ୍ବାସ ଠୁ ପ୍ରଶ୍ବାସର ଦୂରତା । ସ୍ତବ୍ଧ ଆକାଶର ସୌନ୍ଦର୍ଯ୍ୟରେ ଜାଣି ପାରିଲେନି କେବେ ରାତି ପାହି ଖରା ଦେହ ତତେଇ ଦେଲା । ମୁଁ ତ ଭୁଲିନି । ବୋଧହୁଏ ତୁମେ ମନେରଖି ପାରିନ । ହଉ ଛାଡ଼ ସେକଥା, ଭୁଲିଯିବା ଯେବେ ନିଷ୍ପତି ନେଇଛେ ତେବେ ଏସବୁର ମାନେ ବା କଣ ! ହେଲେ ଥରେ ଖାଲି ଫେରାଇ ଦିଅ ମୋତେ ସେଇ ଦିନର ସେଇ ପ୍ରଜାପତିକୁ,କଥା ଦଉଛି ଆଉ କେବେ ମନେ ପକେଇବିନି ।
