Omprakash Biswal

Others

5.0  

Omprakash Biswal

Others

ଆଉ ହଳେ ନା

ଆଉ ହଳେ ନା

2 mins
1.5K


ତୃପ୍ତି ଆଖିରେ ସେଦିନ ନାଚୁଥିଲା ପରିତୃପ୍ତିର ଝଲକ ,ପ୍ରାପ୍ତିର ଆଲୋକ,ମନରେ ତାର ଲହଡି ଭାଂଗୁଥିଲା ଅୟୁତ ଆନନ୍ଦର ଜୁଆର। ସେ କେମିତି ଖୁସି ନହେବ ଯେ!

ଆଜି କଲେଜର annual debate competitionରେ ସେ ଫାଷ୍ଟ ଟାଇମ୍ ପାଇଁ ଫାଷ୍ଟ ହୋଇଛି ଯେତେବେଳେ । ତୃପ୍ତି କଣେଇ ଚାହିଁଲା ଅଶୋକକୁ।

ଅଶୋକ,କଲେଜର ଉଦୀୟମାନ ଯୁବ ବକ୍ତା,ତୃପ୍ତିର କ୍ଳାସମେଟ,ପ୍ରତିଦ୍ଵନ୍ଦୀବି।

କିନ୍ତୁ ଆଶ୍ଚର୍ଯ୍ୟ! competitionରେ କେବେବି ୧ମ ଛଡା ୨ୟ ହୋଇନଥିବା ଅଶୋକ ଆଜି ତୃପ୍ତିଠୁ ହାରିଯାଇ ବି ଏତେ ହସିପାରୁଛି କେମିତି? ତା ମନରେ ତ' ଦୁଃଖ ଟିକେ ଥିବା ଭଳି ଲାଗୁନି। ହେଲେ,ତା ଚେହେରାରେ ବାରିହୋଇଯାଉଛି କେମିତି ଗୋଟେ ଚମକ।

ତୃପ୍ତି ବିସ୍ମିତ ଓ ପୁଲକିତ ହୋଇଥିଲା ।

*     *    *    *   *   *   *   *   *

'Congratulations ତୃପ୍ତି' ..ଷ୍ଟାଣ୍ଡରୁ Scooty ବାହାର କରୁକରୁ ଚମକି ପଡି ପଛକୁ ଚାହିଁଲା ତୃପ୍ତି।

ପଛରେ ଅଶୋକକୁ ଦେଖି ତା ଦେହ ଇସ୍ ପରା ହେଲା।

ରାଗ ଓ ଆଶ୍ଚର୍ଯ୍ୟରେ ତୃପ୍ତିର ମୁହଁ ଲାଲ୍ ପଡି ଆସୁଥିଲା,ତା ମୁହଁ ଦିଶୁଥିଲା ନାଲିଲଙ୍କା ପରି।

ତଥାପି ମନ ଭିତରୁ ଉଛୁଳି ଆସୁଥିବା ରାଗକୁ ଅତିକଷ୍ଟରେ ପେଟକୁ ଫୋପାଡି ଦେଇ ମୁହଁରେ ବିକଳ ହସଟେ ଫୁଟାଇ ଅଶୋକକୁ କହିଲା 'Thank you '।

ତୃପ୍ତିର ଏହି କଥା ପଦକ ଅଶୋକକୁ ଯେମିତି ନେଇଗଲା ସପ୍ତମ ସ୍ଵର୍ଗକୁ। ଅାକାଶଟା ଲାଗୁଥିଲା ତାକୁ ଆଉ ଦି ଆଙ୍ଗୁଳି। ହିମାଳୟକୁ ଟପିବ ଟପିବ ହେଉଥିଲା ତା ଖୁସିର ପାହାଡଟା।

ହେଲେ ସେତେବେଳେ ଯେ କେହିବି ଲକ୍ଷ୍ୟ କରିଥିଲେ ତୃପ୍ତି ମୁହଁରେ ବାରି ପାରିଥାନ୍ତା ଗୋଟେ ବିରକ୍ତିର ଭାବକୁ।

ହଠାତ୍ କହିଉଠିଲା ଅଶୋକ,

"ତୃପ୍ତି! ତମେ ମୋତେ ସବୁବେଳେ ଗୋଟେ ପ୍ରତିଦ୍ଵନ୍ଦୀ ନଜରରେ ଦେଖିଛ।ହେଲେ ଜାଣ ତୃପ୍ତି ତମ ବ୍ୟକ୍ତିତ୍ଵ ମୋତେମୁଗ୍ଧ କରେ।Really ତୃପ୍ତି ! I'm strongly impressed by you. "

ତୃପ୍ତି ସ୍ଥାଣୁ ହୋଇ ଚାହିଁଥିଲା ଅଶୋକର ମୁହଁକୁ ।

ମନରେ ତାର ବସା ବାଂଧୁଥିଲା ଗୋଟେ ଅନନ୍ୟ ପୁଲକ।

ଭାବୁଥିଲା ଇଏ କଣ ସେଇ ଅଶୋକ...??

ଅଶୋକ ପୁଣି ନିରବତା ଭାଙ୍ଗିଲା।

" କ'ଣ ହେଲା? ତମେ କିଛି କହୁନ ଯେ?

ଜାଣିଛ!ତମେ ହସିଲେନା ବହୁତ ସୁନ୍ଦର ଲାଗ। but ତମେ ଖୁବ୍ rare ହସ।"

"ହଁ,ଅାଉ ଜାଣ! ମୁଁ ତମକୁ ଭଲପାଏ।ଆଉ ତମ ମୁହଁରେ ହସ ଦେଖିଲେ ମୁଁ ଜାଣିବି ଯେ ତମେ ବି ମୋତେ ଭଲପାଅ। ଏବେଠୁ ସବୁବେଳେ ହସିବ ନା ?please! "

ତୃପ୍ତି କଣ କହିବ କହିବ ହେଲା ବେଳକୁ ଅଶୋକ ଚାଲିଯାଇଥିଲା ତା ବାଇକ ନେଇ।

*     *        *    *     *    *     *    

ଘରକୁ ଫେରିଲା ତୃପ୍ତି।

ତା କାନରେ ବାଜୁଥିଲା ଅଶୋକର ସେହି କଥା ଗୁଡାକ।

ଅାଇନା ଆଗରେ ଯାଇ ଠିଆ ହେଲା ତୃପ୍ତି।

ଓଠରେ ତା'ର ଚିକ୍ ଚିକ୍ କରି ଉଠିଲା ମନଲୋଭା ଗାରେ ହସ।

ଇସ୍! ସତରେ ସେ ଏତେ ସୁନ୍ଦର!

ଲାଜରେ ଲାଲ୍ ପଡିଗଲା ତୃପ୍ତି।

*    *       *       *      *     *      

ପରଦିନ ତୃପ୍ତିକୁ ପଶିଲା ବେଳକୁ ତୃପ୍ତି ଓଠରେ ଝୁଲୁଥିଲା ମଲ୍ଲୀଫୁଲିଆ ହସ ଧାରେ।

ଅଶୋକକୁ ଦେଖି ତା ହସ ବଦଳୁଥିଲା ଲାଜକୁ।

ଅଶୋକ କହୁଥିଲା,

"ଅାରେ ତୃପ୍ତି! ଆଜି କଣ ତମ ଓଠରୁ ଗୋଲାପ ଝରୁଛି।

Really Trupti you are looking so lovely "

ତୃପ୍ତି ଆହୁରି ଲାଜେଇ ଯାଇ କହିଲା,

"love you too Ashok"

ବାସ୍!ସେଇଠୁ ଆରମ୍ଭ ହୋଇଗଲା ଆଉ ଗୋଟେ ପ୍ରେମ କାହାଣୀ।

ତୃପ୍ତିର ପ୍ରେମ ଇତିହାସରେ ଯୋଡିହୋଇଗଲା ଆଉ ହଳେ ନାଁ।

 " ତୃପ୍ତି ଆଉ ଅଶୋକ "

         

© ଓମ୍ ପ୍ରକାଶ ବିଶ୍ଵାଳ

ଭ୍ରାମ୍ୟଭାଷ-୭୯୭୮୦୫୧୩୨୩


Rate this content
Log in

More oriya story from Omprakash Biswal