STORYMIRROR

Pratyush Kumar Pradhan

Others

3  

Pratyush Kumar Pradhan

Others

ଆଠଗାଁଁ ଜମିଦାରୀ ଆର୍ ଧରମ ସିଂ ମାଝୀ ମାନଧାତା

ଆଠଗାଁଁ ଜମିଦାରୀ ଆର୍ ଧରମ ସିଂ ମାଝୀ ମାନଧାତା

4 mins
251


   ପାଟନା ରାଜ୍ୟକେ ଅନେକ ରାଜବଂଶ ମାନେ ଶାସନ କରିଥିଲେ ଭି ଚୌହାନ ରାଜାଵଂଶ ର କଥା କିଛି ଅଲଗ ଆଏ | ସେ ରମାଇ ଦେଓ କର ନୁ ନେଇ କରି ବଳରାମ ଦେଓ କହୁ କି ନାବାଳକ ମହାରାଜା ରାଜେନ୍ଦ୍ର ନାରାୟଣ ସିଂ ଦେଓ କର ତକ ସବୁ ବେଲେ ପାଟନା ର ରାଜୁତି ବଲାଙ୍ଗୀର କେ କେନ୍ଦ୍ର କରି କି ହଉଥିଲା | ସେ ସମିଆ କେ ପାଟନା ଷ୍ଟେଟ ରେ ବଲାଙ୍ଗୀର ଠାନୁ ଦକ୍ଷିଣ ପୁରୁବ ଦିଗେ ୬ ମାଇଲ ଦୂରେ ଗୁଟେ ଗଡ଼ ଥିଲା l ତାର ନାଁ ଆଠଗାଁ ଗଡ଼ | ବଲାଙ୍ଗୀର ପାଟନା ର ରାଜା ତୃତୀୟ ରାମଚନ୍ଦ୍ର ଦେଓ କର ସମିଆ ଥି (୧୭୬୫-୧୮୨୦) ଆଠଗାଁ ର ଜମିଦାର ଥିଲେ ଠାକୁର ସିଂ ମାଝୀ | | ମହାରାଜ ରାମଚନ୍ଦ୍ର ଦେଓ କର ମୃତ୍ୟୁ ପରେ (୧୮୨୦-୧୮୨୪) ଭିତରେ ଭୂପାଲ ଦେଓ ପାଟନା ରାଜସିଂହାସନ ରେ ବସଲେ | ସେ ସମିଆ କେ ବୁଢାସମରର ଜମିଦାର ଥିଲେ ରାମଜାଲ ବରିହା | ରାମଜାଲ ବାରିହା ଝନେ ବଢେ ଅନ୍ୟାୟୀ,ଅତ୍ୟାଚାରୀ ଜମିଦାର ଥିଲେ | ଥରେ ବୁଢାସମର ଜମିଦାର ରାମଜାଲ ବରିହା ସୈନ୍ୟ ସାମନ୍ତ ଧରି ବାଦିବାହାଲ ପାଖେ ଥିବାର ଲୋଇସିଂହା ଠାନେ ବଳଭଦ୍ର ସାଏ କର ସଂଗେ ଯୁଦ୍ଧ କଲେ | ଯୁଦ୍ଧ ରେ ବଳଭଦ୍ର ସାଏ କୁ ହରେଇ ଦେଲେ ଆଉ ତାକର ମୁଡ଼ କାଟି କରି ନେଇ ଗଲେ | ଲୋକ କହେସନ ବଳଭଦ୍ର ସାଏ କୁ ମିଳିଥିବାର ଦିୱାନୀ ମୁଦି କେ ଭି ସେ ହିଟେଇ ନେଇ ଯାଇଥିଲେ |ଗଲାବେଳେ ଅଂଗ ନଦୀ ମଝି ବିଜୟ ପତାକା ଗାଡି ବୁଢାସମର କେ ଫିରିଗଲେ |

 ଇଟା ସୁନିକରି ଭୂପାଲ ଦେବ ବୁଢାସମର ଜମିଦାର ସଂଗେ ଯୁଦ୍ଧ କରବାର ଲାଗି ବାହାରିଲେ | ଗାଏସିଲେଟ ଗାଁ ନ ସୈନ୍ୟ ମାନକର ଡେରା ପକେଇ କରି ଗୁଟେ ଘରେ ଗୋଳାବାରୁଦ ରଖିଥିଲେ | ଅକସ୍ମାତ ଜୁଏ ଲାଗି କରି ସବୁ ପୁଡ଼ି ଗଲା | ସେ ଖାଲି ହାତେ ସୈନ୍ୟ ଧରିକରି ବୁଢାସମରକେ ଲଢ଼ିଗଲେ କିନ୍ତୁ ବୁଢାସମର ଜମିଦାର ରାମଜାଲ ବରିହା କର ନୁ ହାରି କରି ଫିରଲେ |

  ବୁଢାସମର ଜମିଦାର କର ନୁ ବଦଲା ନେବାର ଲାଗି ମହାରାଜା ଭୂପାଲ ଦେଓ ଆଠଗାଁ ଜମିଦାର ଲୋକନାଥ ମାଝୀ କର ପୋ ଧରମ ସିଂ ମାଝୀ କର ଜିମାରେ କେତେ ସୈନ୍ୟ ଦେଇ ରାମଜାଲ ବରିହା ସଂଗେ ଲଢେ଼ଇ କରବାର ଲାଗି ପଠାଲେ | ଧରମ ସିଂ ଥିଲେ ନିର୍ଭିକ ଆର ସାହସୀ ଜମିଦାର | ଧରମ ସିଂ ଆର ରାମଜାଲ ବରିହା ଭିତରେ ଯୁଦ୍ଧ ହେଲା ଆର୍ ଧରମ ସିଂ ବିଜୟୀ ହେଲେ | ମହାରାଜ ଭୂପାଲ ଦେଓ ଧରମ ସିଂ ଜମିଦାର କର ପ୍ରତି ଖୁସ ହେଇ କରି ତାହାକୁ ମାନଧାତା ଉପାଧି ଦେଲେ ଆର୍ ପଏତା ବେଭାର ଲାଗି ଆଦେଶ କଲେ | ସେଦିନ ଠାନୁ ଧରମ ସିଂ କର ବଂଶଧର ମାନେ ପଏତା ପିନ୍ଧି ଆସୁଛନ |


  ଅତୀତର ଘୁମସୁର କନ୍ଧମେଲିର ନେତୃତ୍ୱ ନଉଥିବାର ଚକରା ବିସୋଇ କେ ଜମିଦାର ଧରମ ସିଂ ତାକର ମହଲେ ଲୁକେଇ ରଖିଥିଲେ l ଚକରା ବିସୋଇ,ଜାହାକେ ଧରବାର ଲାଗି ଇଂରେଜ ସରକାର ୩୦ ହଜାର ଟଙ୍କା ବକ୍ସିସ ଦେବାର ଲାଗି ଘୋଷଣା କରିଥିଲେ l ଧରମ ସିଂ କର ମହଲେ ଗୁଟେ ଚୁଆଁ ଟେ ଥିଲା | ଚୁଆଁର ସେ ଖୋଲ ଭିତରେ ଝନେ ମୁନୁଷ ଆରାମ ସେ ରହି ପାରୁଥିଲା | ସେ ଚୁଆଁ ଥି ଚକାରା ବିସୋଇ ଲୁକୁଥିଲେ | ଦିନବେଲା ଭଟାକେ ବାହାରି କରି ଇଂରେଜ ସୈନ୍ୟ ମାନକୁ ମାରୁଥିଲେ ଆର ରାତି ଚୁଆଁ ନୁ ଆଶ୍ରୟ ନେଉଥିଲେ |


   ଦିନେ ଇଂରେଜ ସରକାର ଖବର ପାଏଲେ କି ଆଠଗାଁ ଜମିଦାର ଧରମ ସିଂ ମାଝୀ ମାନଧାତା କର ମହଲେ ଚକରା ବିସୋଇ ଲୁକିଛେ ବଲି | ୧୮୫୬ ମସିହା ମାର୍ଚ୍ଚ ମାସେ ହଠାତ ଦିନେ ଇଂରେଜ ମାନେ ମହଲ କେ ଘେରିନେଲେ | ଇ ଖବର ପାଇକରି ଇଂରେଜ ସରକାର କର ପ୍ରତିନିଧି ଲେଫ୍ଟନେଣ୍ଟ ମାକଡୋନାଲଡ ଆର କନ୍ଧମାଳ ର ତହସିଲଦାର ଦୀନବନ୍ଧୁ ପଟ୍ଟନାୟକ ଆଠଗାଁ ପହଂଚିଥିଲେ | କିନ୍ତୁ ଆଗରୁ ଖବର ପାଇକରି ଧରମ ସିଂ ଚକରା ବିସେଇ କେ ଖସେଇ ନେଇକରି ଇଂରେଜ ମାନକର ସାଂଗେ ଏକଲା ଲଢେ଼ଇ କଲେ | ଶେଷେ ଇଂରେଜ ମାନକର ନୁ ହାରିକରି ଯୁଦ୍ଧ ବନ୍ଦୀ ହେଲେ ଧରମ ସିଂ | ଆଜୀବନ ଜେଲ ଦଣ୍ଡ ଭୁଗଲେ l ଶେଷେ ସେ ଜେଲ ଭିତରେ ହି ମରିଗଲେ l ଇଂରେଜ ମାନକୁ ବିରୋଧ କରି ଏକଲା ଲଢେଇ କରି ମୃତ୍ୟୁ ବରଣ କରିଥିବାର ଧରମ ସିଂ କର ବଳିଦାନ ଘୁମସୁର ଯୁଦ୍ଧ କେ ଆହୁରି ତେଜି ନେଲା l 

    ଆଜିବି ଓଡ଼ିଶା ସ୍ୱାଧୀନତା ସଂଗ୍ରାମର ମୁକସାକ୍ଷୀ ଆଠଗାଁ ଜମିଦାର ଧରମ ସିଂ ମାନଧାତାକର ଅନେକ ମହଲ ଭଙ୍ଗାରୁଜା ହେଇ ପଡି ରହିଛେ l ମହଲର ପଛ ଆଡ଼େ ଡେବରି ଫାଲେ ବସ୍ତରେନ ଦେବୀକର ମନ୍ଦିର ରହିଛେ l ଆଏଜ ଭି ଚଇତ ମାସେ ବଏଲ ଯାତରା ହେସି ସେନ l ଆଜିବି ବସ୍ତରେନ ପିଠ ଉପରେ ଲୋକଙ୍କ ଆସ୍ଥା ବିଶ୍ୱାସ ରହିଛେ l ହେଲେ ଭି ସ୍ୱାଧୀନତା ସଂଗ୍ରାମୀ ଧରମ ସିଂ କର ସ୍ମୃତି ରକ୍ଷା ଲାଗି ଆଏଜ ତକ କିଛି କରା ନାଇଁ ଯାଇ l 

     ୧୯୫୧ ମସିହା ରେ ବିନୋବା ଭାବେ କର ଡାକରା ଥି ସମଗ୍ର ଭାରତ ନୁ ଜମିଦାରି ପ୍ରଥା ଉଛେଦ ହେଲା l ସରକାର ଧରମ ସିଂ ମାଝୀ କର ଅନେକ ଅସ୍ତ୍ର ଶସ୍ତ୍ର ଉଦ୍ଧାର କରିଥିଲେ ତାକର ମହଲୁ | ସେଥିର ଭିତରୁ କିଛି ଅସ୍ତ୍ର ଶସ୍ତ୍ର ଆଜିବି ପୂଜା ପାଉଛେ ସେ ଭଙ୍ଗା ମନ୍ଦିରନୁ | ମହଲ ସାମନେ ଥିବାର ଜମିଦାର କର ଘୁଡା ଗୁହାଳ ଆଏଜ ଭି କେଚକେଚା ହେଇ ହେନ୍ତା ପଡି ରହିଛେ l ଲୋକ କହେସନ ଇଠାନେ ଗୁଟେ ବଜାଟେ ଥିଲା l ଜାହାକେ "ଡକା ହକା" ବଜା ବଲି ଲୋକ ଜାନୁଥିଲେ l ବିପଦ ଆପଦ ସମିଆଥି ଇ ବଜା ବାଜଲେ ଜଙ୍ଗଲେ ଲୁକିଥିବାର ଆଦିବାସୀ ଲୋକ ନରଦି ଆସୁଥିଲେ ଆରୁ ଏକ ହେଇକରି ସଂଘ ବଦ୍ଧ ହିସାବେ ଶତ୍ରୁକେ ଆକ୍ରମଣ କରୁଥିଲେ l

  ପିଢ଼ି ପରେ ପିଢ଼ି ଅନେକ ପିଢ଼ି ପଲେଇ ଯାଇଥିଲେ ଭି ଧରମ ସିଂ କର ସ୍ମୃତି ରକ୍ଷା ଲାଗି କିଛି କରା ନି ଯାଇପାରି l ଆଏଜ ଭି ଧରମ ସିଂ କର ବୀରତ୍ୱର କଥା ଲୋକ ଲୋଚନ କେଁ ନାଇଁ ଆସି ପାରି l ଇଂରେଜ ବିରୋଧରେ ଏକଲା ଲଢେଇ କରି ନିଜର ଜୀବନ କେଁ ବଲି ଦେଇଥିବାର ଧରମ ସିଂ କର ଅବଦାନକେ ସରକାର ବୁଝବାର କଥା l ଆହୁରି ଭି ଅନେକ ସ୍ୱାଧୀନତା ସଂଗ୍ରାମୀ ଇ ସମାଜର ଛଏରା ତଳେ ଏନ୍ତା ଲୁକି ଯାଇଛନ l ତାହାକୁ ଲୋକ ଲୋଚନ କେ ଅନବାର କେ ପଡ଼ବା l ସରକାର କର ନଜର ପକାବାର ଏଛନି ଜରୁରୀ ଆଏ, ତେହେରୁ ଜାକିର ସେ ବୀର ମାନଙ୍କୁ ଉଚିତ ସନମାନ ମିଲିପାରବା l 




Rate this content
Log in