STORYMIRROR

Jumarnath Patra

Others

3  

Jumarnath Patra

Others

ଆସର...

ଆସର...

1 min
451


ସେଫାଳି ଆସିଲାଣି

ଆରେ ହଁ ତ ଏଇ ଆସିଲାଣି

ଆସନ୍ତୁ ମହାଶୟା

ରାଗିଣୀ ମୋଟା ମେକ ଅପ ରେ

ଟୁସୁ ଭାଇ ..ପ୍ରବଳ ମୋଟା

ସ୍ନେହା ବାଳ ମୁକୁଳା

ବାରମ୍ବାର ମୁହଁରୁ ଟେକୁଛି ବାଳକୁ

ଫ୍ଯାନ ପବନ ଟା ବଡ ଦୁଷ୍ଟ

ଡମ୍ବରୁ ବାବୁ ଚନ୍ଦା ଆଉଁସୁଛନ୍ତି

ଅପା କାହାନ୍ତି ଯେ

ହେଇ ଟପ ଟେ ପିନ୍ଧି

ଢଗ ଢଗ ଆସୁଛନ୍ତି

ହାତୀ ଆସିଲେନି ..ବାଟରେ ଥିବେ

ଆସୁଥିବେ ବାକି ସବୁ

ଆସର ଆରମ୍ଭ ଆଗରୁ ଯାଏ ଚା'...

ସେଫାଳି ଦାନ୍ତ ଚାପି ହସୁଥିବ

ମୁଁ ଗଲା ପରେ ...ହଁଅ ହସୁଥାଉ

ଚା' ନେଇ ଆସି ଦେଖିଲି

କେମିତି କେମିତି ଚାହାଣି ସମସ୍ତଙ୍କ

ଥରେ ..ଦୁଇ ଥର ..

ଚେଇଁ ଶୋଇଥିବା ଶ୍ରୀମତୀ ବାମ୍ଫିଗଲେ

'ସେମାନଙ୍କ ଆଗରେ ଛୋଟ କରି

ନିଜକୁ ମହାନ ଭାବୁଛ ,

ଏଥର ମୁଁ ଚା' ଫା ବୁଝିବି...'

ଦୁଇ ଚାରି ଥର ପରେ

ପୁରା ହାତ ଟେକଦେଲେ

ଏଣୁତେଣୁ ଚଉପଦୀ ଶୁଣେଇ

ଆସର ଫୁସ୍ ..

ହେଲାନା ଆସର ପୁଣି

ବଳଙ୍ଗ ନଦୀ ପଠା ରେ

ଗାଇଆଳ ପିଲାକୁ

ଟିପ୍ସ ଦେଇ ଚା' ମଗାଗଲା

ଜମିଲା.

 ଆସର ନୁହେଁ ...କବିତା ଲେଖା

ନଦୀ ପଠା କୁ ନେଇ କିଏ ଲେଖିଲା ତ

କିଏ ନଦୀର ଭିଜା ବାଲିକୁ ନେଇ

କିଏ ଲେଖିଲା ଦୂର ତୁଠରେ

ଲୁଗା ପଖାଳୁଥିବା ...ସେଇ ଅଜଣା ସୁଶ୍ରୀ କୁ ନେଇ

କିଏ ବି ଆଣ୍ଠେଇ ପଡି ଲେଖିଲା

ଚହଲା ପାଣି ରେ ଅସ୍ତଗାମୀ ସୂର୍ଯ୍ୟଙ୍କ

ଝଲ ମଲ କିରଣ କୁ ନେଇ

ମୁଁ କିନ୍ତୁ ଭାବୁଥାଏ

ସେଇ ଗାଇ ଆଳପିଲାଟି କୁ

ଲେଖିବି ନିଶ୍ଚେ ତା' କଥା ନିରୋଳାରେ ...

ଉଠିଲେଣି ସମସ୍ତେ ...

ମୁଁ ବି ଉଠିଲି

ହେଲେ ନଜର ଫେରୁ ନଥାଏ

ସେଇ ଗାଇଆଳ ପିଲାଟି ଉପରୁ ।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Jumarnath Patra

ଆସର...

ଆସର...

1 min ପଢ଼ନ୍ତୁ

ରେବତୀ

ରେବତୀ

1 min ପଢ଼ନ୍ତୁ