STORYMIRROR
ମନ ତ କହୁଥିଲା...
ମନ ତ କହୁଥିଲା...
ମନ ତ...
“
ମନ ତ କହୁଥିଲା ଆକାଶରେ ଡେଣା ଝାଡି ଉଡିଯିବା ପାଇଁ, ହେଲେ ଏ ସମୟ ର ଅନୁମତି ନଥିଲା।
ଇଛାଥିଲା ସୀମାହିନ ସମୁଦ୍ର ର ବକ୍ଷଚିରି ଭାସି ବୁଲିବାକୁ, ହେଲେ ଏ ବୟସର ଅନୁମତି ନଥିଲା।
ଇଛାଥିଲା ତୋତେ ମନଭରି ଆଲିଙ୍ଗନ କରିବାକୁ, ହେଲେ ଏ ପରିସ୍ଥିତି ର ଅନୁମତି ନଥିଲା।
ଆଶାଥିଲା ସମୁଦ୍ର ବେଳାଭୂମି ରେ ବାଲି ଘରେ ରହିବାକୁ, ହେଲେ ଏ ଢେଉର ଅନୁମତି ନଥିଲା।
ଇଛା ଅଛି ତମ ପାଦତଳେ ମଥାନତ କରି ସମୟ କୁ ବିଦାୟ ଦେବାକୁ, ହେଲେ ଜଣାଅଛି ତୁମର ଅନୁମତି ନଥିବ।
”
174
More oriya quote from Durga Panda
Download StoryMirror App