STORYMIRROR
ଏମିତି...
ଏମିତି ଲେଖେ ମୁଁ...
ଏମିତି ଲେଖେ...
“
ଏମିତି ଲେଖେ ମୁଁ କାହିଁ କେତେ ଗପ
କବିତା ଯେ ଅସୁମାରୀ...
ତୋ କଥା ଯେବେ ଇଚ୍ଛା ହୁଏ ଲେଖିବାକୁ
ସବୁ ମୁଁ ଯାଏ ପାଶୋରି..
ଆରମ୍ଭ କରେ ମୁଁ ତୋ ପାଈଁ ପଦେ
କାଗଜ କଲମ ସାଥେ
କଥା ସରେ ନାହିଁ ଯେତେ ଲେଖିଯାଏ
ଦିନ ରାତି ସବୁ ବିତେ...
ଲେଖୁ ଲେଖୁ କେବେ କାଗଜ ଭିଜେ ତ
ସରେ କଲମ ର କାଳୀ..
ହସି ହସି ମୁଁ ମନକୁ ବୁଝାଏ
ଆଜି ପୁଣି ଗଲି ହାରି.
ତୋ କଥା ପରା ଅସରନ୍ତି "ମା "
କେମିତି ପାରିବି ଲେଖି
ଯେତେ ଲେଖୁଥିବୀ ସେତେ ବଢୁଥିବ
ନେଇ ଲୁହ ଭରା ଆଖି...
ମା❤
”
465
More oriya quote from jaminee jyoti jena
Download StoryMirror App