STORYMIRROR

Manorama Hati

Others

4  

Manorama Hati

Others

ଯନ୍ତ୍ରଣା

ଯନ୍ତ୍ରଣା

1 min
326

କିଛି ଯନ୍ତ୍ରଣା 

ଫୁଟ୍ ପାଥ୍ ରେ ରହୁଥିବା 

ଲୋକଙ୍କର ଦୁର୍ଦ୍ଦଶା ପରି 

ଯିଏ ବାହାରୁ 

ଢଳ ଢଳ ଦେଖାଯାଏ 


କିଛି ଯନ୍ତ୍ରଣା 

ଛାତି ତଳେ ଦମ୍ଭ ହେଇ

ଠିଆ ରହେ

ମଶାଣି ଭୂଇଁରେ 

ତୋଳା ସମାଧି ପରି 


କିଛି ଯନ୍ତ୍ରଣା 

ଅଭିନୟର ଭସାବାଦଲ 

ଗହନରେ କ୍ଷଣକେ 

ଲୁଚାଇ ହୁଏ ସିନା 

ଆରଘଡି ରେ ପୂର୍ଣ୍ଣମୀର 

ଜହ୍ନ ପରି ଉଇଁ ଆସେ


କିଛି ଯନ୍ତ୍ରଣା 

ଶୀତ ସକାଳର କାକର ଭିଜା 

ସତେଜ ଫୁଲ ପରି 

ଯିଏ କେବେ 

ହୃଦୟ ଶାଖାରୁ ଝରେନା

କି ଝାଉଁଳେନା

ଜୀବନତମାମ ସାଥିରେ ରୁହେ


କିଛି ଯନ୍ତ୍ରଣା 

ଭୁଲି ହେଇ ଯାଏ 

ଆପେ ଆପେ କୋଉ

ଅଦିନିଆ ବର୍ଷାରେ ଭିଜିବାର

ଘଟଣା ପରି


ଆଉ କିଛି ଯନ୍ତ୍ରଣା 

ଭୁଲିବାକୁ ଚାହିଁଲେ ବି 

ମନେ ପଡେ ପ୍ରତିଦିନ

ଇଚ୍ଛା ଥାଉ କି ନ ଥାଉ

କିଛି ଲୋକଙ୍କ ସହ

ନିତି ଦିନିଆ ଦେଖା ହେବା ପରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍