STORYMIRROR

Sasmita Sethy

Others

4  

Sasmita Sethy

Others

ତୁମେ ଲାଗ ନିଜର କାହିଁ

ତୁମେ ଲାଗ ନିଜର କାହିଁ

1 min
247


ଚିହ୍ନା ଚିହ୍ନା ମୁହଁ, ଅଚିହ୍ନା ମୁଁ ଯେ ତୁମରି ପାଇଁ

ତୁମ ସ୍ମୃତିରେ ଜଳେ, ତଥାପି ତୁମେ ଲାଗ ନିଜର କାହିଁ ।


ମୋ ପ୍ରେମ ଅଦୃଶ୍ୟ, ଲାଗେ ଅତି ନିବିଡ଼ ବନ୍ଧନ

ତୁମ ଦ୍ୱେଷ, ତୁମ ଛଳନା, ଭାବୁଛି ଭୋଗୁଛି ବନବାସ

କେବେ ହଟିବ ଏ ଅମା ଅନ୍ଧକାର, ଆଶା ମୋର ନାହିଁ

ଚିହ୍ନା ଚିହ୍ନା ମୁହଁ, ଅଚିହ୍ନା ମୁଁ ଯେ ତୁମରି ପାଇଁ ।

 

ଅହଲ୍ୟା ମୁଁ ଯେ ତୁମର, ସ୍ପର୍ଶ ମାତ୍ରକେ ଜୀଇଁ ଉଠିବି 

ଅକୁହା ପ୍ରେମକୁ ବନ୍ଦ ଲଫାଫରେ, ତୁମ ଠିକଣା ଦେଇଛି ।


ପୁଞ୍ଜିଭୂତ ମୋର ସକଳ ପୁଣ୍ୟ, କରିଛି ତୁମରି ନାମେ

ତୁମେ ବିମୁଖ, ତୁମେ ଏତେ କୋଠାର କେଉଁ କାରଣେ

ପ୍ରଦିଦାନ ସ୍ୱରୁପ ଯାହା ଇଚ୍ଛା ତୁମର, ମୁଁ ଦେବା ପାଇଁ କୁଣ୍ଠିତ ନାହିଁ

ତୁମ ସ୍ମୃତି ରେ ଜଳେ, ତଥାପି ତୁମେ ଲାଗ ନିଜର କାହିଁ ।


ପ୍ରଲମ୍ବିତ ଏ ଯୁଗ ଯୁଗର ବିରହ, ଆପଣେଛି ତୁମ ପାଇଁ

ନିୟତିରେ ଯଦି ମୁଁ ବିଲୁପ୍ତ, ଫେରିବି ତୁମ ପାଇଁ ଜୀବାଶ୍ମ ହୋଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍